Posted inଅପରାଧ

ଆନ୍ତଃରାଜ୍ୟ ହାଇଓ୍ବା, ଜେସିବି ଚୋର ଗ୍ୟାଙ୍ଗ ଠାବ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ଜେସିବି ଓ ହାଇଓ୍ବା ଟ୍ରକ ଚୋରି କରୁଥିବା ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୋଲିସ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ସ୍ପେଶାଲ ସ୍କ୍ବାଡ୍‌। ଏଥିସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜେସିବି, ୨ ହାଇଓ୍ବା ସହ ଚୋରିରେ ବ୍ୟବହୃତ କାରକୁ ଜବତ କରିଛି। ଗିରଫ ମାଷ୍ଟରମାଇଣ୍ଡ୍‌ ହେଲେ କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମର ସୁଶାନ୍ତ କୁମାର ପାତ୍ର ଓରଫ ବଣ୍ଟି ଓ ସହଯୋଗୀ ଅଭିଯୁକ୍ତ ରାଜୁ ପାତ୍ର, ରାହୁଲ ରାଉତ ଓରଫ ତପୁ, କଟକ ସଦର ଥାନା ଅନ୍ତର୍ଗତ ଦଧିବାମନପୁର ଗ୍ରାମର ରାଜୁ ଦାସ ଓରଫ ରାଜ କିଶୋର। ଏଥିସହ ଚୋରି ଯାନବାହାନ କିଣିଥିବା ଆଠଗଡ ଥାନା କନ୍ତୋଲ ଅଞ୍ଚଳର ସୁବାସ ବେହେରା ଓରଫ କାଳିଆ ଓ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳର କ୍ରୀଷ୍ଣା ସିଂ ଓ ତାଙ୍କ ଭାଇ ଚନ୍ଦନ ସିଂ।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଅଞ୍ଚଳରେ ରହୁଥିବା ଶଖାନନ୍ଦ ବେହେରାଙ୍କ ଜେସିବି ଗତ ଫେବୃଆରୀ ୨୪ ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ମଇଳା ଟାଙ୍କୀ ନିକଟରୁ ଚୋରି ହୋଇଥିଲା। ଏ ନେଇ ଗତ ୩ ତାରିଖରେ ଅଭିଯୋଗ ହେବାପରେ ପୋଲିସ ୧୨୧/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ୨୦୧୯ ସେପ୍ଟେମ୍ବରରେ ନୟାପଲ୍ଲୀ ମଇଳା ଟାଙ୍କୀ ଛକ ନିକଟରେ ପାର୍କିଂ ହୋଇଥିବା ଏକ ହାଇଓ୍ବା ଚୋରି ଓ ଅକ୍ଟୋବରରେ କ୍ରାଉନ ହୋଟେଲ ସମ୍ମୁଖ ଜାତୀୟ ରାଜପଥ କଡରୁ ଆଉଏକ ହାଇଓ୍ବା ଚୋରି ନେଇ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ସେହିଭଳି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜେସିବି ଚୋରି ନେଇ ୩୭୧/୧୯ ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ ଜେସିବି ଚୋରି ନେଇ ୫୩୭/୧୯ରେ ମାମଲା ରୁଜୁ ହୋଇଥିଲା। ବାରମ୍ବାର ଜେସିବି ଓ ହାଇଓ୍ବା ଚୋରି ହେବା ନେଇ ଅଭିଯୋଗ ଆସୁଥିବାରୁ ପୋଲିସର ଚିନ୍ତା ବଢ଼ିଥିଲା। ଗତ ମଙ୍ଗଳବାର ରାତିରେ କିଛି ସନ୍ଦିଗ୍ଧ ଯୁବକ ମଇଳା ଟାଙ୍କୀ ନିକଟରେ ଏକ ହାଇଓ୍ବା ବିକ୍ରି କରିବାକୁ ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବା ପରେ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା। ତେବେ ପଚରା ଉଚରା କରିବା ପରେ ସେମାନେ ଗଞ୍ଜାମରୁ ଚୋରି କରିଥିବା ଏକ ହାଇଓ୍ବା ବିକ୍ରୀ ପାଇଁ ଉଦ୍ୟମ କରୁଥିବା ନେଇ ପୋଲିସକୁ କହିଥିଲେ। ସେମାନେ ପୁରୀ, ଯାଜପୁର ଓ ଭୁବନେଶ୍ୱର ଅଞ୍ଚଳରୁ ଜେସିବି ଓ ହାଇଓ୍ବା ଚୋରି କରିଥିବା ସ୍ବୀକାର କରିଥିଲେ। ସେମାନଙ୍କ ବୟାନ ଆଧାରରେ ପୋଲିସ ଟିମ୍‌ ଢେଙ୍କାନଳ ସଦର ଥାନା ଅନ୍ତର୍ଗତ ଭାପୁର ଓ ଆଠଗଡ ଥାନା ଅନ୍ତର୍ଗତ କନ୍ତୋଲ ଗ୍ରାମରେ ଥିବା ଚୋରି ୩ ଜେସିବି ଓ ୨ ହାଇଓ୍ବା ଜବତ କରିଥିଲେ। ଏହାକୁ କିଣିଥିବା ସୁବାସ ବେହେରାଙ୍କୁ ଗିରଫ କରାଯାଇଥିଲା। ଗୋଟିଏ ହାଇଓ୍ବାକୁ ଅଭିଯୁକ୍ତମାନେ କାଟି ବିକ୍ରି କରିଦେଇଥିବା କହିଥିବାବେଳେ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳର ୨ ଭାଇ କ୍ରୀଷ୍ଣା ଓ ଚନ୍ଦନ ସେମାନଙ୍କଠାରୁ ହାଇଓ୍ବା କିଣିଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ କମିଶନଟେ ପୋଲିସ ଟିମ୍‌ ସ୍ଥାନୀୟ ମଦାରିହାଟ ଥାନା ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ଶତ୍ରୁତାରୁ ହତ୍ୟା ଉଦ୍ୟମ: ବିଜୁଯୁବ ବାହିନୀ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଦିଗପହଣ୍ଡି,୩ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମ୍‌କେଇ ଗାଁରେ ମଙ୍ଗଳବାର ରାଜନୈତିକ ଶତ୍ରୁତାରୁ ବିଜୁ ଯୁବବାହିନୀର ସଦସ୍ୟ ନିରାକାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା କେ.ନୂଆଗାଁ ଥାନାରେ...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୬ ଜୁଆଡି ଗିରଫ, ୧୪,୨୦୦ ଟଙ୍କା ଜବତ

ଦିଗପହଣ୍ଡି,୨୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ କାଣ୍ତସର ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ...

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଆର୍‌ଡି ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ, ୧୮।୧୧: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଳଚେର କଣିହା ଗ୍ରାମ୍ୟ ନିର୍ମାଣ ବିଭାଗ (ଆର୍‌ଡି) ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଢେଙ୍କାନାଳସ୍ଥିତ...

ବନ୍ଧୁକ କାରବାରରେ କେବିଏନ୍‌ ଗ୍ୟାଙ୍ଗ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଅପରାଧ ଘଟାଇ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ବୁବୁ ଜେନାଙ୍କ କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ତଦନ୍ତବେଳେ କମିଶନରେଟ ପୋଲିସକୁ ସଫଳତା...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ,୧୮ା୨(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ସୁନାବେଡ଼ା ମ୍ୟୁନିସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର,...

ରାଜଧାନୀରେ ମର୍ଡର: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜଧାନୀରେ ମର୍ଡର ହୋଇଛି। ରବିବାର ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଛନ୍ତି। ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ...

ଯୁବକଙ୍କ ହତ୍ୟା କରି ପୋଖରୀରେ ଫିଙ୍ଗିଲେ

ଶେରଗଡ଼, ୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।...

କାର୍ତ୍ତିକ ନାଏକ ହତ୍ୟା ମାମଲା: ଅଭିଯୁକ୍ତ ପୁତୁରାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୭।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତରେ ମଙ୍ଗଳବାର ବହୁ ଚର୍ଚ୍ଚିତ କାର୍ତ୍ତିକ ନାଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।...

Advertisement
Archives

Model This Week