ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ,ସ୍ଥାୟୀ କୋଠା ଦାବି: ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର,ଅଭିଭାବକ

ବିଷମକଟକ, ୧୯।୮- ରାୟଗଡା ଜିଲା ବିଷମକଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଏବଂ ସ୍ଥାୟୀ କୋଠା ଦାବି କରି ଛାତ୍ରୀଛାତ୍ର ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଛନ୍ତ। ଛାତ୍ରୀଛାତ୍ର ଓ ଅଭିଭାବକ ବିଦ୍ୟାଳୟ ନୂତନ କୋଠା ସମ୍ମୁଖରେ ଧାରଣାରେ ବସିଥିଲେ । ଖବରପାଇ ବ୍ଲକ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ଧାରଣା ହଟିଥିଲା ।
ଦୁର୍ଗୀଠାରେ ଆଦର୍ଶ ବିଦ୍ୟାଳୟର ନୂତନ କୋଠା ନିର୍ମାଣ ଚାଲିଛି । ଗତ ଶିକ୍ଷା ବର୍ଷରେ ଉକ୍ତ ବିଦ୍ୟାଳୟ ଅସ୍ଥାୟୀ କୋଠାରେ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଅଷ୍ଟମ ଶ୍ରେଣୀ ନିମନ୍ତେ ମଧ୍ୟ ଆବେଦନପତ୍ର ଗ୍ରହଣ କରାଯାଇଛି । ବର୍ତ୍ତମାନ ୨୩୦ ଛାତ୍ରୀଛାତ୍ର ଦୁର୍ଗୀ ଗ୍ରାମର ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହରେ ପଢୁଛନ୍ତି । ଛାତ୍ରୀଛାତ୍ରଙ୍କ ତୁଳନାରେ ଶ୍ରେଣୀଗୃହ ଛୋଟ ହୋଇଥିବାରୁ ପିଲାମାନେ ପାଠ ପଢିବାରେ ବହୁ ଅସୁବିଧା ଭୋଗୁଛନ୍ତି । ଏଥିସହିତ ଏତେଗୁଡାଏ ଛାତ୍ରୀଛାତ୍ରଙ୍କୁ ପଢାଇବା ନିମନ୍ତେ ଶିକ୍ଷକଙ୍କ ମଧ୍ୟ ଅଭାବ ରହିଛି । ବିଦ୍ୟାଳୟରେ ଅଧ୍ୟକ୍ଷ ଙ୍କୁ ମିଶାଇ ୫ଜଣ ଶିକ୍ଷକ ରହିଛନ୍ତି। ଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି । ଛାତ୍ରୀଛାତ୍ର ଦୂର ଦୂରାନ୍ତର ର ଆସୁଥିବା ବେଳେ ଶିକ୍ଷକ ଅଭାବରୁ ନିରାଶ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହେଉନାହିଁ । ତେଣୁ ବାଧ୍ୟ ହୋଇ ଆମେ ରାଜରାସ୍ତାଙ୍କୁ ଓହ୍ଲାଇଲୁ ବୋଲି ଅଭିଭାବକ ପ୍ରକାଶ କରିଛନ୍ତି । ଖବରପାଇ ବ୍ଳକ ଶିକ୍ଷା ଅଧିକାରୀ ଜୟଚନ୍ଦ୍ର ପାଠୀ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ପରେ ନୂତନ କୋଠା ବୁଲି ଦେଖିଥିଲେ। ବୁଧବାରଠାରୁ ନୂତନ କୋଠାରେ ପାଠ୍ୟକ୍ରମ ଆରମ୍ଭ ହେବ। ଯଥାଶୀଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ପରେ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନ ନାୟକ ପାଇବେ ‘କଳାହାଣ୍ଡି କ୍ରିଡାରତ୍ନ ସମ୍ମାନ’

ଭବାନୀପାଟଣା, ୧୫।୧୦ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କ୍ରୀଡାର କାର୍ଯ୍ୟକାରିଣୀ କମିଟି ନିଷ୍ପତ୍ତିକ୍ରମେ ପୂର୍ବତନ ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଅର୍ଜୁନ ନାୟକଙ୍କୁ ଜିଲାର ସର୍ବଶ୍ରେଷ୍ଠ କ୍ରୀଡା ସମ୍ମାନ...

ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ, ୨୯ା୯ – ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି।...

ରେଳପଥ ପାଇଁ ଉଜୁଡିବ ୩୨.୭୯୨ ହେକ୍ଟର ଜଙ୍ଗଲ: ଦଶପଲ୍ଲା ରେଞ୍ଜରେ ଚିହ୍ନଟ ପ୍ରକ୍ରିୟା ଶେଷ

ନୟାଗଡ଼ ଅଫିସ,୨୧ା୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଉଦ୍ଦେଶ୍ୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ଅରାସାହି, କୁଞ୍ଜବନଗଡ, ନିଜ ଅନ୍ଧାରକୋଟ ରେଭିନ୍ୟୁ ଓ ରିଜର୍ଭ ଫରେଷ୍ଟର ୩୨.୭୯୨...

ସମୁଦ୍ର ଅଶାନ୍ତ: ବେଳାଭୂମିରେ ଲାଗିଲା ନାଲି ପତାକା

ପୁରୀ ଅଫିସ, ୨୪ା୧୦: ଲଘୁଚାପ ଯୋଗୁ ପୁରୀ ସମୁଦ୍ର ଅଶାନ୍ତ ରହିଛି। ସାଧାରଣ ଦିନ ଅପେକ୍ଷା ଉଚ୍ଚ ଜୁଆର ଆସୁଛି। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ...

ପିକ୍‌ଅପ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋକସରା,୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହାଜନଗୁଡା ସିଉନି ଗାଁ ୨୬ ନଂ. ଜାତୀୟ ରାଜପଥ ରାସ୍ତା ମଝିରେ ରବିବାର କାକୁଡି ବୋଝେଇ ପିକଅପ୍‌ ଧକ୍କାରେ...

ଦ୍ବାଦଶ ଶ୍ରେଣୀ କାଉନସିଲ୍‌ ପରୀକ୍ଷା ବାତିଲ ଦାବି

ନବରଙ୍ଗପୁର,୩୦ା୧ (ବି.ପ୍ର.) ଚଳିତ ଦ୍ବାଦଶ ଶ୍ରେଣୀ କାଉନସିଲ୍‌ ପରୀକ୍ଷା ବାତିଲ କରିବା ନିମନ୍ତେ ନବରଙ୍ଗପୁର ଜିଲା ଛାତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି। ମହାମାରୀ ପରିସ୍ଥିତିରେ ପିଲାମାନଙ୍କ...

କୋଇଲା ପର୍‌ମିଟ୍‌ରେ ମାଟି ଚାଲାଣ

ସମ୍ବଲପୁର,୧୪ା୧୦(ବ୍ୟୁରୋ):ସମ୍ବଲପୁର ଜିଲା ତଲାବିରା କୋଇଲା ଖଣିରେ କୋଇଲା ପରିବହନ ଓ ଚୋରା ଚାଲାଣକୁ ନେଇ ନିୟମିତ ଆପରାଧିକ କାର୍ଯ୍ୟ ଘଟୁଛି। ଏପରିସ୍ଥଳେ ବୁଧବାର ରାତିରେ ଆଦାନୀ...

ରେଡ୍‌ ଜୋନ୍‌ରେ ଗଞ୍ଜାମ: ଦିନକରେ ୩୨୩ ପଜିଟିଭ, ଜିଲାକୁ ଫେରିଛନ୍ତି ପ୍ରବାସୀ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲା ରେଡ୍‌ ଜୋନ୍‌ରେ ରହିଛି। ପୂର୍ବରୁ ଦୈନିକ କରୋନା ପଜିଟିଭ...

Advertisement
Archives

Model This Week