ଆତ୍ମହତ୍ୟା: କାରଣ ଓ ନିରାକରଣ

ରମେଶ ଚନ୍ଦ୍ର ସାମଲ
ଆଜିକାଲି ସମାଜରେ ବହୁ ଅପରାଧ ଘଟୁଛି। ନିଜର ସ୍ବାର୍ଥ ପାଇଁ ଅନ୍ୟର କ୍ଷତି ଓ ହତ୍ୟା କରିବା ଜଣେ ଅପରାଧୀଠାରୁ ଆଶା କରାଯାଇପାରେ, କିନ୍ତୁ ସ୍ବାର୍ଥ ପୂରଣରେ ବାଧା ଉପୁଜିଲେ ନିଜକୁ ନିଜେ ହତ୍ୟା କରିବା ବା ଆତ୍ମହତ୍ୟା କରିବା ପାଇଁ କେତେକ ଅପରାଧୀ କାହିଁକି ଶ୍ରେୟସ୍କର ମନେକରନ୍ତି? ଏହାର ଗଭୀର ଆଲୋଚନା, ଅନୁସନ୍ଧାନ ଆଜି ନିହାତି ଆବଶ୍ୟକ ମନେହେଉଛି।
ଆତ୍ମହତ୍ୟା ଏକ ଜଘନ୍ୟ ଅପରାଧ। ମଣିଷ ମନରେ ଦୁଇପ୍ରକାର ଭାବନା ଥାଏ, ଗୋଟିଏ ନକାରାତ୍ମକ ଅନ୍ୟଟି ସକାରାତ୍ମକ। ସକାରାତ୍ମକ ଭାବନା ମଣିଷକୁ ବୁଦ୍ଧିମାନ, ବିକାଶମୁଖୀ କରୁଥିବା ବେଳେ ନକାରାତ୍ମକ ଚିନ୍ତାଧାରା ବିନାଶ ପଥରେ ଅଗ୍ରସର ହେବାକୁ ଖୋରାକ ଯୋଗାଇଥାଏ। ଯେତେବେଳେ ନକାରାତ୍ମକ ଭାବନା ପାଖରେ ସକାରାତ୍ମକ ଚିନ୍ତା ହାରିଯାଏ ସେତେବେଳେ ସେ ନାନା କୁକାର୍ଯ୍ୟ, ଅପରାଧ କରିବସେ। ଏଥିରେ ସଫଳ ହୋଇ ନ ପାରିଲେ ସେ ନିଜ ଜୀବନକୁ ତୁଚ୍ଛ ମନେକରି ହରାଇ ଦେବାକୁ ପଶ୍ଚାତ୍‌ପଦ ହୁଏନା। ସେତେବେଳେ ଜୀବନ ତୁଳନାରେ କାର୍ଯ୍ୟର ଅସଫଳତା ତା’ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ମନେହୁଏ।
ଏହା ଏକ ମାନସିକ ରୋଗ, ମନୋବିଜ୍ଞାନୀ ସିଗ୍‌ମଣ୍ଡ ଫ୍ରଏଡଙ୍କ ମତରେ, ଆତ୍ମହତ୍ୟା କରୁଥିବା ଲୋକ ଏହା କରିବା ପୂର୍ବରୁ ତିନୋଟି ପର୍ଯ୍ୟାୟ ଦେଇ ଗତି କରେ। (୧) ଯାହାକୁ ସିଏ ନିଜର କର୍ମସିଦ୍ଧି ପଛରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ଭାବେ ସେ ତାକୁ ହତ୍ୟା କରିବାକୁ ଚେଷ୍ଟାକରେ। (୨) ଏଥିରେ ବିଫଳ ହେଲେ ସେ ନିଜ ଜୀବନକୁ ତୁଚ୍ଛ ମନେକରି ଭାବେ ସେ ଯଦି ତା’ ପ୍ରତିପକ୍ଷର କିଛି କ୍ଷତି କରିପାରିଲାନି ତେବେ ତା’ ଜୀବନରେ ଲାଭ କ’ଣ। (୩) ଏହି ପରିସ୍ଥିତିରେ ସେ ଆତ୍ମହତ୍ୟା କରିବାକୁ ସିଦ୍ଧାନ୍ତ ନିଏ ଓ ଆତ୍ମହତ୍ୟା କରେ। ଏହି ସମୟରେ ତା’ର ନିକଟ ସମ୍ପର୍କୀୟମାନେ ଏହାକୁ ଅନୁଧ୍ୟାନ କରି ମନ ଉଦାସ ଓ ବିଷଣ୍ଣତାର କାରଣ ଜାଣି ନିଦାନ କରିପାରିଲେ, ତାକୁ ମାନସିକ ସାନ୍ତ୍ୱନା ଦେଇ ମନର ଦୁଃଖକୁ ଲାଘବ କରିପାରିଲେ ଓ ମାନସିକ ଚିକିତ୍ସକଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରିପାରିଲେ ଆତ୍ମହତ୍ୟା ଇଚ୍ଛୁକ ଲୋକଟିର ମନ ପରିବର୍ତ୍ତନ ହୋଇପାରେ।
ଅନ୍ୟ ଜଣେ ମନୋବିଜ୍ଞାନୀ ଦୁର୍ଖେଇମ୍‌ଙ୍କ ମତରେ, ଜଣେ ଅହଂବାଦୀ ଯିଏ ନିଜକୁ ଖୁବ୍‌ ବଡ଼ ମନେକରେ ଯିଏ ଭାବେ ସେ ଠିକ୍‌, ଅନ୍ୟମାନେ ଭୁଲ। ତେଣୁ ଅନ୍ୟମାନେ ତା’ର ନିର୍ଦ୍ଦେଶରେ ପରିଚାଳିତ ହେବା ଉଚିତ। ଏଥିରେ କିଛି ବ୍ୟତିକ୍ରମ ହେଲେ ସେ ଏହା ସହି ନ ପାରି ଅପମାନ ବୋଧରେ ନିଜ ଜୀବନକୁ ତୁଚ୍ଛ ମନେକରି ଆତ୍ମହତ୍ୟା କରେ। କାରଣ ନିଜ ଅହଂତ୍ୱ ତୁଳନାରେ ଜୀବନ ତା’ ପାଇଁ ଖୁବ୍‌ ଗୌଣ ବୋଲି ସେ ମନେକରେ। ଏଣୁ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନିଅନ୍ତି। ଚାଷ, ବାଣିଜ୍ୟ ବ୍ୟବସାୟରେ କରଜ କରି ପଇସା ଖଟାଇ ଏଥିରେ କ୍ଷତି ହୋଇଗଲେ କରଜ ଶୁଝି ନ ପାରି ବହୁ ଲୋକ ଆତ୍ମହତ୍ୟା କରିବାର ନଜିର ଏବେ ସମାଜରେ ଦେଖିବାକୁ ମିଳୁଛି। ମଣିଷ ଯେତେବେଳେ ମନ ମୁତାବକ ଯାହା ଭାବେ ସେଭଳି କର୍ମଫଳ ପାଏନି, ସେ ହତୋତ୍ସାହ ହୋଇ ଭାବେ ଏହା ତା’ର ଭାଗ୍ୟର କ୍ରୂର ପରିହାସ। ସେ ନିଜକୁ ହତଭାଗା ମନେକରି ଭାବେ ଯେ, ତା’ ଜୀବନରେ କୌଣସି ସଫଳତା ନାହିଁ, ତେଣୁ ଏଭଳି ଜୀବନ ରଖି ଲାଭ କ’ଣ। ଏଭଳି ପରିସ୍ଥିତିରେ ମଣିଷ ଆତ୍ମହତ୍ୟା କରେ।
ଏହିଭଳି ବହୁ ମନୋବିଜ୍ଞାନୀ ଆତ୍ମହତ୍ୟାର ବିଭିନ୍ନ କାରଣ ଦର୍ଶାଇଛନ୍ତି। ଏହିସବୁ କାରଣକୁ ଅନୁଧ୍ୟାନ କଲେ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ, ମଣିଷ ଯେତେବେଳେ ଇଚ୍ଛା ମୁତାବକ କାମରେ ସଫଳତା ପାଏନି କିମ୍ବା ଅସଫଳ ହୁଏ ଓ ଏସବୁର ପଥରେ ଆସୁଥିବା ସମସ୍ତ ଅନ୍ତରାୟକୁ ଦୂରକରିବା ପାଇଁ ସମର୍ଥ ହୋଇପାରେନା, ତା’ର ଜୀବନକୁ ସେ ସେତେବେଳେ ନିରର୍ଥକ ମନେକରି ଆତ୍ମହତ୍ୟା କରେ କିମ୍ବା ଏଭଳି କାମ କରେ ଯାହାର ଫଳାଫଳ ମୃତ୍ୟୁ ହୋଇପାରେ ବୋଲି ସେ ମରିବା ପୂର୍ବରୁ ନିଶ୍ଚିତ ଭାବେ ଜାଣିଥାଏ। ଆତ୍ମହତ୍ୟା କରିବାକୁ ବିଭିନ୍ନ ଲୋକ ବିଭିନ୍ନ ପନ୍ଥା ଅନୁସରଣ କରିଥାନ୍ତି। ବେକରେ ଫାଶୀ ଲଗାଇ, ଘରେ ଫ୍ୟାନରେ କିମ୍ବା ବାହାରେ ଗଛ ଡାଳରେ ଓହଳି କେତେକେ ଆତ୍ମହତ୍ୟା କରୁଥିବା ବେଳେ ଆଉ କେତେକେ ନଦୀ, ପୁଷ୍କରିଣୀର ଗଭୀର ପାଣି କିମ୍ବା ଚଳନ୍ତା ଟ୍ରେନ, ଗାଡି ମୋଟର ଆଗକୁ ଡେଇଁ ଆତ୍ମହତ୍ୟା କରିଥାନ୍ତି। ନିଜ ଦେହରେ କିରୋସିନ, ପେଟ୍ରୋଲ ଢାଳି ନିଆଁ ଲଗାଇ, ବିଷ ପିଇ ଅଥବା ପାଖରେ ଥିବା ବନ୍ଧୁକରୁ ଗୁଳି ଫୁଟାଇ କେତେକେ ମଧ୍ୟ ଆତ୍ମହତ୍ୟା କରିଥାନ୍ତି। ଆତ୍ମହତ୍ୟା ସମ୍ବନ୍ଧୀୟ ବିଭିନ୍ନ ଖବର ଅନୁଧ୍ୟାନ କଲେ ଦେଖାଯାଏ ବିଷ ପିଇ, ବେକରେ ରଶି ଲଗାଇ କିମ୍ବା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ସ୍ତ୍ରୀଲୋକଙ୍କ ସଂଖ୍ୟା ଅଧିକ। କାରଣ ଲୁଚିଛପି ହଠାତ୍‌ ସେମାନେ ଏଭଳି କାଣ୍ଡ କରିବାକୁ ସକ୍ଷମ ହୋଇଥାନ୍ତି।
ଯେଉଁ ପ୍ରକାରେ ଯିଏ ଆତ୍ମହତ୍ୟା କରୁନା କାହିଁକି ନିଶ୍ଚୟ ଏହା ଏକ ଅକଥନୀୟ ଯନ୍ତ୍ରଣାଦାୟକ ମୃତ୍ୟୁ। କ୍ଷଣିକ ମାନସିକ ଉତ୍ତେଜନା ଓ ଭାବପ୍ରବଣତାରେ ଏହା କେତେକେ ଆପଣେଇ ନେଉଥିଲେ ମଧ୍ୟ ଜୀବନର ଶେଷ ମୁହୂର୍ତ୍ତରେ ସେମାନେ ଅନୁଭବ କରିପାରୁଥିବେ ଏହାର ଗଭୀର ଯନ୍ତ୍ରଣା ଓ ଏଥିରୁ ରକ୍ଷା ପାଇବାକୁ ସଚେଷ୍ଟ ହେଉଥିବେ, କିନ୍ତୁ ସେତେବେଳେ ସମୟ ନ ଥାଏ ନିଜକୁ ରକ୍ଷା କରିବାକୁ। କାରଣ ନେଡି ଗୁଡ଼ କହୁଣିକୁ ବୋହିଯାଇଥାଏ। କୌଣସି ସମାଜରେ ଆତ୍ମହତ୍ୟା ଗ୍ରହଣୀୟ ନୁହେଁ।
ପ୍ରାୟ ସମସ୍ତଙ୍କ ଜୀବନରେ କିଛି ଦୁର୍ଦ୍ଦିନ ଆସେ। ସମସ୍ତେ କିନ୍ତୁ ଏଥିରେ କାତର ହୋଇ ଆତ୍ମହତ୍ୟା କରନ୍ତିନି। ଏହା ଏକ ମାନସିକ ରୋଗ। ଏହି ରୋଗର ଲକ୍ଷଣ ମଧ୍ୟ ଆତ୍ମହତ୍ୟାକାରୀଠାରେ ଆତ୍ମହତ୍ୟା କରିବା ପୂର୍ବରୁ ଦେଖାଯାଏ। ସେ ଭାବପ୍ରବଣ, ବିଷଣ୍ଣ ହୋଇ କେତେବେଳେ କ’ଣ କରେ ନିଜେ ମଧ୍ୟ ଜାଣିପାରେନା। ଇତସ୍ତତଃ ହୋଇ ସବୁ ଏପଟ ସେପଟ ଚିନ୍ତା କରେ। ତା’ର ନିକଟ ସମ୍ପର୍କୀୟମାନେ ଏହା ଉପରେ ସାମାନ୍ୟ ନଜର ରଖିଲେ ଖୁବ୍‌ ସହଜରେ ଏହା ଜାଣିପାରିବେ ଓ ପ୍ରତିକାର ବିଧାନ ମଧ୍ୟ କରିପାରିବେ।
ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡ଼ା, ମୋ- ୯୪୩୯୮୭୯୦୨୨


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri