Posted inଜାତୀୟ

ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ ଟିଡିପି ଓ ଅନ୍ୟ ଦଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ସୋମବାର ସକାଳେ କୋଡେଲା ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କbୁ ଇଣ୍ଡୋ ଆମେରିକାନ କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୭୨ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଉପରେ ଓ୍ବାଇଏସ୍‌ଆର କଂଗ୍ରେସର ସରକାର ଭ୍ରଷ୍ଟାଚାର ଅଭିଯୋଗ ଆଣିବା ପରେ ଦୀର୍ଘ ଦିନରୁ ସେ ମାନସିକ ଅବସାଦରେ ରହିଥିଲେ। ତେବେ ଏଥିଯୋଗୁ ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପରିବାରଲୋକେ କହିଛନ୍ତି। ଆନ୍ଧ୍ର ପ୍ରଦେଶରୁ ତେଲାଙ୍ଗାନା ବିଭାଜନ ହେବା ପରେ ୨୦୧୪ରେ କାଡେଲା ଆନ୍ଧ୍ରପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ ସେ ନିଯୁକ୍ତ ହୋଇଥିଲେ। ନରସରାଓ୍ବାପେଟ ଆସନରୁ ୬ଥର ଏବଂ ସାଟ୍ଟେନପାଲ୍ଲୀରୁ ୫ଥର ବିଧାୟକ ରହିଥିଲେ। ଏଥିସହ ସେ ବହୁଥର ମନ୍ତ୍ରୀପଦ ମଧ୍ୟ ସମ୍ଭାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହବିବନଗର ବେଆଇନ କରତକଳ ଉପରେ ଚଢ଼ାଉ, ୩ ଲକ୍ଷରୁ ଉର୍ଦ୍ଧ୍ବ କାଠ…

ଧାମନଗର,୨୦।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଏନଏସି ଅଧିନ ହବିବନଗର ଠାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଆଇନ କରତକଳ ଉପରେ ସୋମବାର ଧାମନଗର ବନ ବିଭାଗ ଚଢ଼ାଉ…

ଏହି ଯୁବତୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଭ୍ଲାଦିମିର ପୁଟିନ: ବିଶ୍ୱରେ ପଡ଼ିଗଲା ଚହଳ

ମସ୍କୋ,୨୦।୪:ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆରେ ତାଙ୍କ ବିରୋଧୀ ଏବଂ ସମାଲୋଚକମାନଙ୍କୁ ଆଗକୁ ବଢିବାକୁ ହେବାକୁ ଦିଅନ୍ତି ନାହିଁ। ପୁଟିନଙ୍କ ବିରୋଧରେ କହୁଥିବା ରାଜନେତା ଏବଂ ସାଧାରଣ ନାଗରିକମାନଙ୍କୁ…

ଦଳର ହିତ ପାଇଁ ବଡ଼ ନିଷ୍ପତ୍ତି ନେଲେ ନୀତୀଶ କୁମାର, ଶୁଣିଲେ ଖୁସି ହେବେ ଜେଡିୟୁ କର୍ମୀ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ପାଟନାର ଏକ ଆନେ ମାର୍ଗରେ ସୋମବାର ଜେଡିୟୁ ବିଧାନସଭାର ବୈଠକ ବସିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି…

ହର୍ମୁଜରେ ଜାହାଜ ଉପରେ ଗୁଳିମାଡ଼ ଘଟଣା, ଆଡଭାଇଜରୀ ଜାରି କଲା ଭାରତ

ନୂଆଦିଲ୍ଲୀ,୨୦।୪: ୧୮ ଏପ୍ରିଲରେ ହର୍ମୁଜ୍ ପ୍ରଣାଳୀରେ ଦୁଇଟି ଭାରତୀୟ ଜାହାଜ ଉପରେ ଗୁଳିଚାଳନା ଘଟଣା ପରେ, ଭାରତୀୟ ନୌସେନା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଭାରତୀୟ…

ଅବସର ନେବାକୁ ନେଇ ମୁହଁ ଖୋଲିଲେ ରିଜ୍‌ଓ୍ୱାନ

କରାଚୀ,୨୦ା୪: ପାକିସ୍ତାନ ସିନିୟର ଉଇକେଟ୍‌କିପର ବ୍ୟାଟର ମହମ୍ମଦ ରିଜ୍‌ଓ୍ୱାନ କହିଛନ୍ତି, ବର୍ତ୍ତମାନ ଯଦିଓ ସେ ଫର୍ମ ଫେରିପାଇବାକୁ ସଂଘର୍ଷ ଚଳାଇଛନ୍ତି, ନିକଟରେ ଟି୨୦ କ୍ରିକେଟରୁ ତାଙ୍କର ଅବସର…

ବଡ଼ ଧରଣର ଭୂକମ୍ପ ଝଟକା; ଘରୁ ବାହାରି ଆସିଲେ ଲୋକେ, ସୁନାମି ଚେତାବନୀ ଜାରି

ଟୋକିଓ,୨୦।୪: ଜାପାନରେ ପୁଣି ଥରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର…

ଗଞ୍ଜାମର ପ୍ରସିଦ୍ଧ ଚନ୍ଦନ ଯାତ୍ରା: ଉଠୁଛି ପଡୁଛି ସହର, ୨୧ ଦିନ ଧରି…

ଗଞ୍ଜାମ,୨୦ା୪(ବିଦ୍ୟାଧର ସାହୁ): ଦୀର୍ଘ ୨୧ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର।  ସୋମବାର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧକୁ ନେଇ ଆମେରିକା ଶାନ୍ତି ଆଲୋଚନା କରୁଥିବା ବେଳେ, ଅନ୍ୟପଟେ ଗୋଟିଏ ଟେବୁଲରେ ବସିବାକୁ ପ୍ରସ୍ତୁତ ଭାରତ-ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ମଧ୍ୟରେ, ଭାରତ ଏବଂ ଆମେରିକା ସୋମବାର (ଏପ୍ରିଲ ୨୦) ୱାଶିଂଟନରେ ଏକ ନୂତନ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri