Posted inଜାତୀୟ

ଆତ୍ମସମର୍ପଣ କଲେ ୬୪୪ ଉଗ୍ରପନ୍ଥୀ

ଗୁଆହାଟୀ,୨୪ା୧(ଆଇଏଏନ୍‌ଏସ୍‌):ଆସାମରେ ୮ଟି ବେଆଇନ ସଂଗଠନର ୬୪୪ ଜଣ ଉଗ୍ରପନ୍ଥୀ ଗୁରୁବାର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ଉଲ୍‌ଫା (ସ୍ବାଧୀନ), ଏନ୍‌ଡିଏଫ୍‌ବି, ଆର୍‌ଏନ୍‌ଏଲ୍‌ଏଫ୍‌, କେଏଲ୍‌ଓ, ସିପିଆଇ (ମାଓବାଦୀ), ଏନ୍‌ଏସ୍‌ଏଲ୍‌ଏ, ଏଡିଏଫ୍‌ ଏବଂ ଏନ୍‌ଏଲ୍‌ଏଫ୍‌ବିରୁ ଏତେସଂଖ୍ୟାରେ ଉଗ୍ରପନ୍ଥୀ ଆତ୍ମସମର୍ପଣ କରିବା ଏହା ପ୍ରଥମ ଘଟଣା ହୋଇଥିବାରୁ ପୋଲିସ ଡିଜି ଭାସ୍କରଜ୍ୟୋତି ମହନ୍ତ ଏହାକୁ ଏକ ବିଶେଷ ଦିନ ବୋଲି କହିଛନ୍ତି। ଉଲ୍‌ଫା (ସ୍ବାଧୀନ)ରୁ ୫୦ ଜଣ, ଏନ୍‌ଡିଏଫ୍‌ବିରୁ ୮, ଆଦିବାସୀ ଡ୍ରାଗନ ଫାଇଟର (ଏଡିଏଫ୍‌)ରୁ ୧୭୮ ଜଣ ଆତ୍ମସମର୍ପଣ କରିଛନ୍ତି। ଉଗ୍ରପନ୍ଥୀମାନେ ସରକାରଙ୍କ ପାଖରେ ୧୭୭ଟି ବନ୍ଧୁକ, ବିପୁଳ ପରିମାଣର ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜମା କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ସ୍ବାଗତ କରିବା ସହ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ଦେଖି ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା କହିଲେ ଏମିତି

ନୂଆଦିଲ୍ଲୀ,୧୨ା୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ଗୁରୁବାର ଏହା ଅଧିକ ଉଗ୍ର ରୂପ ଧାରଣ କରିଛି। ସୋସିଆଲ ମିଡିଆରେ ଏଠାକାର ପ୍ରଦୂଷିତ ଜଳବାୟୁର...

ଓମାର,ମେହବୁବାଙ୍କ ବିରୋଧରେ ପିଏସଏ: ଚିଦାମ୍ବରମ କହିଲେ, ଲୋକତନ୍ତ୍ରରେ ଏହା ସବୁଠୁ କ୍ରୂର ପଦକ୍ଷେପ

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ ଗୁରୁବାର ପିଏସ୍‌ଏ (ସାଧାରଣ ନିରାପତ୍ତା ଆଇନ)ରେ ମାମଲା ରୁଜୁ...

୩୧ ମେ’ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ…

ଭୋପାଳ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ପ୍ରଥମରୁ ଆରମ୍ଭ କରି ନବମ ଏବଂ ଏକାଦଶ...

ଖସିଲା ସେନସେକ୍ସ

ମୁମ୍ବାଇ,୧୧।୩: ଶୁକ୍ରବାର ଷ୍ଟକ ମାର୍କେଟ ଖୋଲିବା ମାତ୍ରେ ସେନସେକ୍ସ ହ୍ରାସ ପାଇଛି। ଗତ ତିନି ଦିନ ଧରି ବାଣିଜ୍ୟରେ କ୍ରମାଗତ ଅଭିବୃଦ୍ଧି ଉପରେ ବ୍ରେକ ଲାଗିଛି।...

ବାଘୁଣୀ କୁଡ଼ିଆ ଘରେ ଶାବକଙ୍କୁ ଦେଲା ଜନ୍ମ

ନାସିକ, ୧୯।୮: ମହାରାଷ୍ଟ୍ରର ନାସିକରେ ଏକ ନିଆରା ଘଟଣା ଘଟିଛି। ଏଠାରେ କୁଡ଼ିଆ ଘରେ ଏକ ଚିତାବାଘୁଣୀ ୪ ଶାବକଙ୍କୁ ଜନ୍ମ ଦେଇଛି। ଚିତାବାଘୁଣୀ ସ୍ଥାନୀୟ...

ମୋଦି ସମାଲୋଚନା କରିବା ଅପେକ୍ଷା ଆଗ ପ୍ରତିଶୃତି ପାଳନ କରନ୍ତୁ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ, ୨୬।୬: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଭାଜପା ସରକାର ଉପରେ ବର୍ଷିଛନ୍ତି। ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ରାଜ୍ୟସଭାରେ ଚାଲିଥିବା ଆଲୋଚନାରେ ଭାଗ...

ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି

ସିଂହଭୂମ, ୨୩ା୧୧: ପୃଥିବୀର ସର୍ବପୁରାତନ ଇତିହାସ ମଧ୍ୟରୁ ସବୁଠୁ ଅଧିକ ରହସ୍ୟ ଓ ରୋମାଞ୍ଚକର କଥା ହେଉଛି କିପରି ଏବଂ କେବେ ପୃଥିବୀ ପ୍ରଥମ ଥର...

ସେଲ୍ଫ ଆଇସୋଲେଶନରେ ସ୍ବାସ୍ଥ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୦।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ସଂକ୍ରମଣ ଏବେ ଦିଲ୍ଲୀଠାରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଲଣ୍ଡନରୁ ଫେରିବା ପରେ...

Advertisement
Archives

Model This Week