ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କଲା ଭଳି କରୁଛନ୍ତି: ବିଜୟ

ଭୁବନେଶ୍ୱର, ୫।୯(ବ୍ୟୁରୋ): ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାଜପା ବରିଷ୍ଠ ନେତା ବିଜୟ ମହାପାତ୍ର। ଶ୍ରୀକ୍ଷେତ୍ର ବର୍ତ୍ତମାନ କୁରୁକ୍ଷେତ୍ରରେ ପରିଣତ ହୋଇଥିବା ବିଜୟ କହିଛନ୍ତି। ସେ ସରକାରଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ଗତ ୭ଦିନ ହେଲା ୫୦ପ୍ଲାଟୁନ ଫୋର୍ସ ମୁତୟନ କରି ଓ ୨୨ ବୁଲଡୋଜର ଲଗାଇ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ଭଳି ମଠ, ମନ୍ଦିରକୁ ଧ୍ୱଂସ କରାଯାଉଛି। ଏଥିଲାଗି ସରକାରଙ୍କର କୌଣସି ସାମ୍ବିଧାନିକ କିମ୍ବା ମୌଳିକ ଅଧିକାର ନାହିଁ। ଶ୍ରୀମନ୍ଦିର ଚାରିପଟ ଉଚ୍ଛେଦ କରି ସରକାର କ’ଣ କରିବେ ତାହା ପ୍ରଥମେ ସ୍ପଷ୍ଟ କରନ୍ତୁ। ବି.ପି. ଦାସ କମିଶନ ଶ୍ରୀମନ୍ଦିର ସଂସ୍କାର ନେଇ ଚୂଡାନ୍ତ ରିପୋର୍ଟ ଦେଇନାହାନ୍ତି। ଏହା ଆସିବା ଆଗରୁ ତାଙ୍କ କାର୍ଯ୍ୟକାଳ ଶେଷ କରିଦିଆଗଲା। କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ। ଯଦି ବି.ପି. ଦାଶ କମିଶନଙ୍କ ସୁପାରିଶରେ ଏହା କରାଯାଉ ଥାଏ ତେବେ ଏହା ବେଆଇନ ବୋଲି ବିଜୟ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟ ସରକାର ବହୁଭାଷୀ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ପୂର୍ବରୁ ବହୁଭାଷୀ ଶିକ୍ଷକଙ୍କ ଦରମା ୩,୨୦୦...

ରାଜଧାନୀରେ ଖୋଲିଲା ଶପିଂ ମଲ୍‌: ସର୍ତ୍ତାବଳୀ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜଧାନୀରେ ଖୋଲିଲା ଶପିଂ ମଲ୍‌। ରବିବାର ଲକ୍‌ଡାଉନ୍‌ ସତ୍ତ୍ୱେ ପୂର୍ବାହ୍ନରୁ ଅପରାହ୍ନ ୧ଟା ଯାଏ ମଲ୍‌ ଖୋଲିଛି। ପ୍ରଥମ ଦିନରେ ମଲ୍‌ରେ ପୂର୍ବପେକ୍ଷା ଭିଡ଼...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୭ କରୋନା ପଜିଟିଭ

ଭୁବନେଶ୍ୱର, ୩।୩(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି...

୨୪ରୁ ଶୀତ କମିବ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଉତ୍ତର-ପୂର୍ବ ଦିଗରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ଗତ କିଛିଦିନ ହେବ ପାରଦ ତଳମୁହାଁ ରହିଛି। ବିଶେଷ କରି...

କରୋନା ମୁକାବିଲା ନେଇ ଓଡ଼ିଶା ପୋଲିସକୁ ଡିଜିଙ୍କ ପ୍ରଶଂସା

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁର ମୁକାବିଲା ପାଇଁ ଲକଡାଉନ ଘୋଷଣା ପରେ ଓଡ଼ିଶା ପୋଲିସର କାର୍ଯ୍ୟ ବଢ଼ିଯାଇଛି। ଗତ ସପ୍ତାହରୁ ଧରି ଏଯାବତ ପୋଲିସମାନେ ଜଗିରହି ଲୋକଙ୍କୁ...

ଗମ୍ଭୀର ହୋଇପାରେ ମରୁଡ଼ି ସ୍ଥିତି

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ରାଜ୍ୟରେ ପାଣି ଅଭାବରୁ ବିଭିନ୍ନ ଜିଲାରେ ଜମି ଫାଟି ଆଁ ହୋଇଛି। ତଳି ଓ ରୁଆ ଶୁଖିବାରେ ଲାଗିଛି। ଆଗକୁ ମରୁଡ଼ି ସ୍ଥିତି...

ବିନା ଦୋଷରେ ଜେଲ କାଟିଲେ ବାପପୁଅ

ବାରିପଦା ଅଫିସ/ ରାଇରଙ୍ଗପୁର, ୨୯।୭(ଡି.ଏନ୍‌.ଏ.) ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ...

ଦାଉ ସାଧୁଛି ପ୍ରାକୃତିକ ବିପତ୍ତି: ୫ବର୍ଷରେ ଗଲାଣି ୯ ହଜାର ଜୀବନ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜ୍ୟକୁ ବନ୍ୟା, ବାତ୍ୟା, ମରଡ଼ି, ଅଂଶୁଘାତ ଭଳି ପ୍ରାକୃତିକ ବିପତ୍ତି ଘେରି ରହିଛି। ଏଥିଯୋଗୁ କେବଳ ଧନସମ୍ପତ୍ତି ନଷ୍ଟ ହେଉଛି ତାହା ନୁହେଁ, ବହୁମୂଲ୍ୟ...

Advertisement
Archives

Model This Week