ଗୋପାଳପୁର,୮ା୨-କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବଜେଟରେ ମଧ୍ୟ କୃଷକଙ୍କ ବିକାଶ ପାଇଁ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ବ୍ୟୟ ଅଟକଳ କରୁଛନ୍ତି। ଚାଷୀମାନଙ୍କ ନିମନ୍ତେ ରିହାତିରେ ଋଣ ପ୍ରଦାନ ବ୍ୟବସ୍ଥା କରାଯାଉଛି। ବିଶେଷ କରି ମାଛ ଚାଷ ସହ ଗୋପାଳନ, ଛେଳି, ମେଣ୍ଢା, କୁକୁଡା ପାଳନ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଯୋଜନା କିଭଳି ସଫଳ ରୂପାୟନ ହୋଇପାରିବ ସେନେଇ ଉଚ୍ଚ ପଦାଧିକାରୀମାନେ ସମୀକ୍ଷା ମଧ୍ୟ କରିଥାନ୍ତି। ମାତ୍ର ଯୋଜନା ତୃଣମୂଳସ୍ତରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ।
ଏଠାରେ ଥିବା ଚାରୋଟି ସେଣ୍ଟରରେ ଦୀର୍ଘଦିନ ଧରି ପ୍ରାଣୀଧନ ସହାୟକ ପଦବୀ ଖାଲି ପଡ଼ିଛି। ରିପୋର୍ଟ ଅନୁସାରେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ସେଗୁଡ଼ିକ ହେଲା ଗୋଳନ୍ଥରା, ଗୋପାଳପୁର, ଗୋଳାବନ୍ଧ, କନିଷି, ମନ୍ତ୍ରିଡ଼ି, ପଦ୍ମପୁର, କେଲୁଆପଲ୍ଲୀ, ସାତକୁଟୁଣୀ, ଡ଼ୁରା, ସିନ୍ଧିଗାଁ ଓ ଫୁଲଟା। ଗୋଳନ୍ଥରା, ଗୋପାଳପୁର, ମନ୍ତ୍ରିଡ଼ି ଓ ସାତକୁଟୁଣୀରେ ଦୀର୍ଘଦିନ ହେଲା ପ୍ରାଣୀଧନ ସହାୟକ ପଦବୀ ଖାଲି ପଡ଼ିଛି। ଫଳରେ ଉକ୍ତ ଅଞ୍ଚଳର ଚାଷୀମାନେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ବିଭିନ୍ନ ରୋଗରେ ପଶୁ ପକ୍ଷୀମାନେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଜଣେ ପ୍ରାଣୀଧନ ସହାୟକ ଦୁଇ ଦୁଇଟି ସେଣ୍ଟର ଦାୟିତ୍ୱ ଦିଆଯାଇଛି। ଫଳରେ ଠିକ୍ ସମୟରେ ପ୍ରାଣୀଧନ ସହାୟକମାନେ ସେଣ୍ଟରରେ ଉପସ୍ଥିତ ରହିପାରୁନାହାନ୍ତି। ଅନ୍ୟପଟେ ଏପ୍ରିଲ ଠାରୁ ସେପ୍ଟେମ୍ବର ସକାଳ ୭ଟାରୁ ୧୧ଟା ଓ ସନ୍ଧ୍ୟା ୪ରୁ ୬ଟା ଓ ଅକ୍ଟୋବରରୁ ମାର୍ଚ୍ଚ ୮ଟାରୁ ୧୨ଟା ଓ ୩ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରଖିବାର ନିୟମ ରହିଛି। ଠିକ ସମୟରେ ପ୍ରାଣୀଧନ ସହାୟକ କେନ୍ଦ୍ରରେ ଉପସ୍ଥିତ ନରହି ବିଭିନ୍ନ ଆଳ ଦେଖାଉଛନ୍ତି। ପଶୁପକ୍ଷୀମାନେ ସାମାନ୍ୟ ଅସୁସ୍ଥ ହେଲେ ମଧ୍ୟ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ପ୍ରାଣୀଧନ ଚିକିତ୍ସାକେନ୍ଦ୍ରକୁ ଖର୍ଚ୍ଚାନ୍ତ ହୋଇ ନେବାକୁ ପଡୁଛି। ଅନ୍ୟପଟେ ବିଭିନ୍ନ ସହାୟକ କେନ୍ଦ୍ରରେ ଆଟେଣ୍ଡାଣ୍ଟମାନେ ଚିକିତ୍ସା କରି ଷ୍ଟିଚିଂ, ଇଞ୍ଜେକସନ ଓ ସାଲାଇନ ଦେଉଛନ୍ତି। ସନ୍ଧ୍ୟା ସମୟରେ କୌଣସି କେନ୍ଦ୍ର ଖୋଲୁ ନ ଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଭୁଦତ୍ତ ଦାଶଙ୍କ ସହ ଯୋଗାଯୋଗ କରିବାରୁ ବର୍ତ୍ତମାନ ୪ଟି କେନ୍ଦ୍ରରେ ପ୍ରାଣୀ ସହାୟକ ପଦବୀ ଖାଲି ପଡ଼ିଛି। ଉଚ୍ଚ ପଦାଧିକାରୀଙ୍କୁ ପଦବୀ ପୂରଣ ପାଇଁ ଜଣାଇ ଦିଆଯାଇଛି ବୋଲି କହିଥିଲେ।
ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ବିପୁଳ ସ୍ବାଗତ
ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…
ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି
ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…
ଗୁରୁଙ୍କୁ ସମ୍ମାନ, ଶିକ୍ଷକଙ୍କୁ ସମ୍ବର୍ଦ୍ଧନା; ଭଞ୍ଜନଗର ବିଧାୟକ କହିଲେ…
ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ସନ୍ଧ୍ୟାରେ ‘ଗୁରୁ ପୂଜନ ସହ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି…
ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରିବାରକୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, ବିଧାୟକ…
ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳଙ୍କ ଗତ ଶୁକ୍ରବାର ଦିନ ଦେହାନ୍ତ ହୋଇଥିଲା ।…
ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ
ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…
ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…
ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…
ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ: ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ
ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…
ରାସ୍ତା ପାର୍ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍ର…
ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…
Archives

