ଆଜି ୮ଜିଲାରେ ପ୍ରବଳ ବର୍ଷା : ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶାରେ ଝଡ଼ତୋଫାନ ସମ୍ଭାବନା

ଭୁବନେଶ୍ୱର,୯ା୯(ବ୍ୟୁରୋ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏହିକ୍ରମରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରବିବାର ମାଲକାନଗିରିରେ ସର୍ବାଧିକ ୭୦.୨ ମିଲିମିଟର ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ୪୯, କୋରାପୁଟରେ ୪୬.୨, ପୁରୀରେ ୩୦.୭, ଅନୁଗୋଳରେ ୨୪, କଟକରେ ୨୦.୪, ବାରିପଦାରେ ୧୪.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଭୁବନେଶ୍ୱର, ବାଲେଶ୍ୱର, ଚାନ୍ଦବାଲି, ପାରାଦୀପ, ସୁନ୍ଦରଗଡ଼, ଭବାନୀପାଟଣା, ଟିଟିଲାଗଡ଼, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ ଜିଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି। ସୋମବାର ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼ ଓ କଳାହାଣ୍ଡି ଆଦି ୮ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସୋମବାର ଝଡ଼ତୋଫାନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି। ବୁଧବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ ଓ ଢେଙ୍କାନାଳ ଆଦି ୬ ଜିଲା ଏବଂ ଗୁରୁବାର କୋରାପୁଟ, ମାଲକାନଗିରି, ଭଦ୍ରକ, ଯାଜପୁର, କେନ୍ଦୁଝର, ଅନୁଗୋଳ, କଟକ, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ସୋନପୁର ଆଦି ୧୨ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟି ଆଢ଼ୁଆଳରେ ଚକ୍ରତୀର୍ଥ ପୀଠ, ସଂରକ୍ଷଣ ଲୋଡୁଛି

କେନ୍ଦୁଝର, ୨୪ା୧୦: କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଥିବା ଚକ୍ରତୀର୍ଥ, ଗଡ଼ଚଣ୍ଡୀ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଚୀନ ବୌଦ୍ଧ ଓ ଜୈନ ପରମ୍ପରାର ଝଲକ ଦେଖିବାକୁ ମିଳେ।...

୪୦ ପଇସା କମିଲା ତୈଳ ଦର

ଭୁବନେଶ୍ୱର,୧।୧୧: ଚଳିତ ବର୍ଷ ଏପ୍ରିଲ ୭ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସାରା ଦେଶରେ ତୈଳ ଦର ଅପରିବର୍ତ୍ତିିତ ରହିଛି। ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ...

ସରିଲା କୁମ୍ଭୀର, ପକ୍ଷୀ ଗଣନା

ଭଦ୍ରକ ଅଫିସ, ୧୪।୧ ଭଦ୍ରକ ବନଖଣ୍ଡ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି। ଜିଲା ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଚାନ୍ଦବାଲି,...

ସ୍ମରଣୀୟ ହୋଇ ରହିବେ ବିଜୟ: ରାଜ୍ୟପାଳ

ଭୁବନେଶ୍ୱର,୨୦ା୭(ବ୍ୟୁରୋ)-ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡିଆ ଅଭିନୟ ଜଗତକୁ ବିଜୟଙ୍କ...

ଆଜି କ୍ୟାବିନେଟ: ୧୦ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା...

ରାସ୍ତାରେ ଜଳିଗଲା ବୁଲେଟ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଚାହୁଁ ଚାହୁଁ ରାସ୍ତାରେ ଜଳିଗଲା ବୁଲେଟ୍‌ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ସିରିପୁର ଅଞ୍ଚଳରେ । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ...

ନବୀକରଣ ହୋଇପାରୁନି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା: ୨ ମାସ ହେଲା ସରୁନି ପ୍ରଶାସନିକ କାର୍ଯ୍ୟ

ଭାପୁର,୨୪ା୭ (ଡି.ଏନ୍‌.ଏ): ଦୀର୍ଘ ୨୦ ବର୍ଷ କାଳ ଓଡ଼ିଶାରେ ବିଜେଡି ସରକାର ଅମଳରେ ସବୁଠାରୁ ଅବହେଳିତ ଅବସ୍ଥାରେ  ଖବରଦାତାମାନେ ରହିଛନ୍ତି। ରାଜ୍ୟରେ ସେମାନଙ୍କୁ ଚିହ୍ନଟ କରି...

ଜଙ୍ଗଲରେ ନିଆଁ: ଭୟଭୀତ ହୋଇ ଘର ଛାଡ଼ିଲେ ଲୋକେ

ଉଦଳା,୫।୩: ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ କୁଟଲିଂ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ପ୍ରଥମେ ଉର୍ମଳ ନିକଟସ୍ଥ କାଜୁ ଜଙ୍ଗଲରେ ନିଆଁ ଲାଗିବା ପରେ...

Advertisement
Archives

Model This Week