ଆଜି ୧୧ ଜିଲାରେ ଝଡ଼ତୋଫାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ମଙ୍ଗଳବାର ୧୧ ଜିଲାକୁ ଝଡ଼ତୋଫାନ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଙ୍ଗଳବାର ଝଡ଼ତୋଫାନ ସହ ବଜ୍ରପାତ ହେବା ଆଶଙ୍କା ରହିଛି। ଏହି ସମୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଓଡ଼ିଶାର ଉତ୍ତର ଉପକୂଳର ବିଭିନ୍ନ ଜିଲା ସହ ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ ଜିଲାରେ ମଙ୍ଗଳବାର ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କହିଛି ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହୋଇଛି। ପୁରୀରେ ସର୍ବାଧିକ ୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୪ ମିମି, ବାଲେଶ୍ୱରରେ ୩ ମିମି, ବାରିପଦାରେ ୨.୨ ମିମି, ଟିଟିଲାଗଡ଼ ଓ ଦାରିଙ୍ଗବାଡ଼ିରେ ୨ ମିମି ରେକର୍ଡ କରାଯାଇଛି। ମୌସୁମୀ ଓ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୯୬କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ...

ମାଲକାନଗିରିରେ ଡିଜିପି: ମାଓବାଦୀ ଦମନ ନେଇ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ

ମାଲକାନଗିରି,୧୩।୧୦(ଡି.ଏନ୍‌.ଏ.): ଡିଜିପି ଅଭୟ ବୁଧବାର ମାଲକାନଗିରି ଜିଲା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଲଳିତ ଦାସ, ଇଣ୍ଟେଲିଜେନ୍ସ ଆଇଜି ଅମିତାଭ ଠାକୁର ଏସ୍‌ଆଇଡବ୍ଲ୍ୟୁ...

ଏପ୍ରିଲରୁ ସବୁ ଯୋଜନା ପାଇଁ ଡିବିଟି

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଏଣିକି ସବୁ ଯୋଜନାରେ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବେ। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଏହି...

ଦିଲ୍ଲୀ ଗସ୍ତରେ କଂଗ୍ରେସ ନେତା

ଭୁବନେଶ୍ବର,୮।୫(ବ୍ୟୁରୋ): ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତ କଲେ କଂଗ୍ରେସ ନେତା। ରବିବାର ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ...

ଜିସିଇ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର,୨ା୭:କେନ୍ଦୁଝରସ୍ଥିତ ଗଭର୍ନମେଣ୍ଟ କଲେଜ ଅଫ୍‌ ଇଞ୍ଜିନିୟରିଂ(ଜିସିଇ)କୁ ରାଜ୍ୟ ସରକାର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ବା ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବେ। ମାଇନିଂ, ମେଟାଲର୍ଜି ଆଣ୍ଡ୍‌...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ରୁଦ୍ରାଂଶ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ବୟସ ସିନା କମ୍‌, ହେଲେ ବହୁ ପ୍ରତିଭାର ଅଧିକାରୀ। ମାତ୍ର ୨ବର୍ଷ ୧୧ ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌...

ଦାବି ପୂରଣ ନ ହେଲେ ଜାରି ରହିବ ଗଞ୍ଜେଇ ଚାଷ

ମାଲକାନଗିରି/ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ଏବଂ ଧୂଳିପୁଟ ପଞ୍ଚାୟତବାସୀଙ୍କ ସମେତ ଅନ୍ୟ ପଞ୍ଚାୟତର ବାସିନ୍ଦା ସୋମବାର ଧୂଳିପୁଟରେ ଏକାଠି ହୋଇ ପ୍ରଜାମେଳି...

ବ୍ରାଉନସୁଗାର ବ୍ୟବସାୟ ବନ୍ଦ ପାଇଁ ଦାବି: ରାତିରେ ଆଦର୍ଶ ଥାନା ଘେରିଲେ ମହିଳା

ଖୋର୍ଦ୍ଧା ଅଫିସ, ୧୮ା୭: ବ୍ରାଉନସୁଗାର କାରବାର ବନ୍ଦ ଓ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇବା ଦାବିରେ ଖୋର୍ଦ୍ଧା ଆଦର୍ଶ ଥାନାକୁ ସହରର ୬...

Advertisement
Archives

Model This Week