ଆଜି ସରିବ ଅନୁଗୋଳ ଲକ୍ଷ୍ମୀପୂଜା:ମଣ୍ଡପରୁ ମେଳା, ସବୁଠି ଗହଳି

ଅନୁଗୋଳ ଅଫିସ, ୨୨ା୧୦

ଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଦିନକୁ ଦିନ ଅଧିକ ଶ୍ରଦ୍ଧାଳୁଙ୍କ ଗହଳି ହେଉଛି। ପୂଜା ମଣ୍ଡପଠାରୁ ଆରମ୍ଭ କରି ମିନାବଜାର ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖାଯାଉଛି। ତେବେ ପୂଜା ଶେଷ ହୋଇ ଆସୁଥିବାରୁ ଚଳିତବର୍ଷ ଏହାକୁ ହାତଛଡ଼ା କରିବାକୁ ଚାହୁନାହାନ୍ତି ଲୋକେ। ତେଣୁ ସହର ଉପକଣ୍ଠ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ପୂଜା ବୁଲିବାକୁ ଆସୁଛନ୍ତି। ଗତ ୨ ଦିନ ହେଲା ସହରରେ ଭିଡ଼ ବଢ଼ୁଥିବା ବେଳେ ସୋମବାର ଛାତିଫଟା ଗହଳିରେ ଅନେକ ଅଣନିଃଶ୍ୱାସୀ ହୋଇପଡ଼ୁଥିବା ଦେଖିବାକୁ ମିଳିଥିଲା।
ଅପରାହ୍ନରୁ ପୂଜାମଣ୍ଡପଗୁଡ଼ିକରେ ଭିଡ଼ ବଢ଼ିବା ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଏହା ଜନ ସମୁଦ୍ରରେ ପରିଣତ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅନେକ ରାସ୍ତା ଜାମ୍‌ ହୋଇଯାଇଥିଲା। ବିଭିନ୍ନ ପୂଜା ମଣ୍ଡପରେ ଏଥର ପୌରାଣିକ କଥାବସ୍ତୁକୁ ନେଇ ସାଜସଜ୍ଜା କରାଯାଇଥିବାରୁ ତାହାକୁ ଦେଖିବାକୁ ଲୋକେ ଅଧିକ ସଂଖ୍ୟାରେ ଭିଡ଼ ଜମାଉଥିଲେ। ବିଶେଷକରି ସେଲ୍‌ଫି ଉଠାଇବାକୁ ଯୁବପିଢ଼ିଙ୍କ ମଧ୍ୟରେ ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ପାର୍ବଣରେ ପଡ଼ିଥିବା ମିନା ବଜାର ନିକଟରେ ମଧ୍ୟ ଅସମ୍ଭାଳ ଭିଡ଼ ଗହଳି ଲାଗିଥିଲା। ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ମୂର୍ତ୍ତି ଓ ମେଢ଼ କରାଯାଇଛି। ସ୍ବପ୍ନ ନଗରୀରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବସ୍‌ଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ନାଟ୍ୟମଣ୍ଡପରେ ମା’ଲକ୍ଷ୍ମୀ ଶୋଭା ପାଉଛନ୍ତି। ଶାନ୍ତି ବଜାରରେ ପାହାଡ଼ ଓ ରାଜ ଉଆସରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଅମଲାପଡ଼ାରେ ନର୍କପୁରୀର ବିଭିନ୍ନ ଦୃଶ୍ୟକୁ ନେଇ ମେଢ଼ ତିଆରି କରାଯାଇଛି। ସହରର ଡିଆଇସି ଛକରେ ସୂର୍ଯ୍ୟଙ୍କ ଉପରେ ତୋରଣ ନିର୍ମାଣ କରାଯାଇଛି। ସେହିପରି ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା ଥିବାରୁ ସେଠାରେ ଲୋକଙ୍କ ଭିଡ଼ ଅଧିକ ଜମୁଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହି ନେଉଛି। ଢେଙ୍କାନାଳ ଏମ୍‌ପି ମହେଶ ସାହୁ ସୋମବାର ଅନୁଗୋଳ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଅନୁଗୋଳର ମିଶ୍ରପଡ଼ାରୁ ମା’ ଧନଦାତ୍ରୀଙ୍କ ଦର୍ଶନ କରିବା ପରେ ହୁଲୁରିସିଂହା ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ। ପରେ ଗାନ୍ଧୀମାର୍ଗ ପୂଜା କମିଟି ଓ ହୁଲୁରୁସିଂହା ଡିଆଇସି ଛକରେ ହୋଇଥିବା ପୂଜା ମଣ୍ଡପ ବୁଲି ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ସିଲ୍‌ ଥିବା ଦୋକାନ ଖୋଲିବ

ଭୁବନେଶ୍ୱର,୧୭।୧୦ (ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହୋଇଥିବା ସମସ୍ତ ଦୋକାନ ବଜାର/ବ୍ୟବସାୟିକ ପ୍ରତିଷ୍ଠାନ ଉପରୁ ବିଏମ୍‌ସି କଟକଣା କୋହଳ କରିଛି। ପାର୍ବଣକୁ...

ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିକ୍ଷୋଭ

ବଅଁରପାଳ,୧୫ା୧୦(ଡି.ଏନ୍‌.ଏ.): ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ୧୦ ଦଫା ଦାବି ନେଇ ନାଲକୋ ସିପିପିର ଗ୍ରୁପ୍‌ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଘେରାଉ କରାଯାଇଛି। ଉତ୍କଟ କୋଇଲା...

ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର

ଭୁବନେଶ୍ୱର,୧୫ା୨(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ ତାରିଖ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି।...

ନଭେମ୍ବର ୭ରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୧୬ା୯(ସ୍ବ.ପ୍ର.): ପାରାଦୀପର ବେଳାଭୂମି ବିଜୁ ମୈଦାନରେ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନଭେମ୍ବର ୭ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସାତଦିନ ଧରି ଏହି...

ଆଜି ରୁକ୍ମଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ଶ୍ରୀମନ୍ଦିରରେ ରୁକ୍କଣୀ ହରଣ ଏକାଦଶୀ ନୀତି ଶନିବାର ଅନୁଷ୍ଠିତ ହେବ। ଆଜି ରୁକ୍ମଣୀଙ୍କୁ ବିବାହ କରିବେ ମହାପ୍ରଭୁ । ଏଥିଲାଗି ସ୍ବତନ୍ତ୍ର ନୀତି...

୧୧ରୁ ୟୁଜି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୮(ବ୍ୟୁରୋ): ଚଳିତ ବର୍ଷର ୟୁଜି ନାମଲେଖା ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହୋଇ ୨୫...

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଦୁର୍ନୀତି ନିରୋଧ ଅଭିଯାନ: ମାସକ ମଧ୍ୟରେ ୧୦ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨।୨(ବ୍ୟୁରୋ)- ଦୁର୍ନୀତି ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗୋଟିଏ ମାସରେ ୧୦ଜଣଙ୍କୁ ବରଖାସ୍ତ କରାଗଲାଣି। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

ସିବିଏସ୍‌ଇ, ସିଆଇଏସ୍‌ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଣାଣି ୩କୁ ଘୁଞ୍ଚିଲା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଏବଂ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ୍‌ ସାର୍ଟିଫିକେଟ୍‌ ଏଜୁକେଶନ (ସିଆଇଏସ୍‌ସିଇ)ର ଦ୍ୱାଦଶ ବୋର୍ଡ...

Advertisement
Archives

Model This Week