ଆଜି ସରିବ ଅନୁଗୋଳ ଲକ୍ଷ୍ମୀପୂଜା:ମଣ୍ଡପରୁ ମେଳା, ସବୁଠି ଗହଳି

ଅନୁଗୋଳ ଅଫିସ, ୨୨ା୧୦

ଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଦିନକୁ ଦିନ ଅଧିକ ଶ୍ରଦ୍ଧାଳୁଙ୍କ ଗହଳି ହେଉଛି। ପୂଜା ମଣ୍ଡପଠାରୁ ଆରମ୍ଭ କରି ମିନାବଜାର ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖାଯାଉଛି। ତେବେ ପୂଜା ଶେଷ ହୋଇ ଆସୁଥିବାରୁ ଚଳିତବର୍ଷ ଏହାକୁ ହାତଛଡ଼ା କରିବାକୁ ଚାହୁନାହାନ୍ତି ଲୋକେ। ତେଣୁ ସହର ଉପକଣ୍ଠ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ପୂଜା ବୁଲିବାକୁ ଆସୁଛନ୍ତି। ଗତ ୨ ଦିନ ହେଲା ସହରରେ ଭିଡ଼ ବଢ଼ୁଥିବା ବେଳେ ସୋମବାର ଛାତିଫଟା ଗହଳିରେ ଅନେକ ଅଣନିଃଶ୍ୱାସୀ ହୋଇପଡ଼ୁଥିବା ଦେଖିବାକୁ ମିଳିଥିଲା।
ଅପରାହ୍ନରୁ ପୂଜାମଣ୍ଡପଗୁଡ଼ିକରେ ଭିଡ଼ ବଢ଼ିବା ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଏହା ଜନ ସମୁଦ୍ରରେ ପରିଣତ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅନେକ ରାସ୍ତା ଜାମ୍‌ ହୋଇଯାଇଥିଲା। ବିଭିନ୍ନ ପୂଜା ମଣ୍ଡପରେ ଏଥର ପୌରାଣିକ କଥାବସ୍ତୁକୁ ନେଇ ସାଜସଜ୍ଜା କରାଯାଇଥିବାରୁ ତାହାକୁ ଦେଖିବାକୁ ଲୋକେ ଅଧିକ ସଂଖ୍ୟାରେ ଭିଡ଼ ଜମାଉଥିଲେ। ବିଶେଷକରି ସେଲ୍‌ଫି ଉଠାଇବାକୁ ଯୁବପିଢ଼ିଙ୍କ ମଧ୍ୟରେ ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ପାର୍ବଣରେ ପଡ଼ିଥିବା ମିନା ବଜାର ନିକଟରେ ମଧ୍ୟ ଅସମ୍ଭାଳ ଭିଡ଼ ଗହଳି ଲାଗିଥିଲା। ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ମୂର୍ତ୍ତି ଓ ମେଢ଼ କରାଯାଇଛି। ସ୍ବପ୍ନ ନଗରୀରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବସ୍‌ଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ନାଟ୍ୟମଣ୍ଡପରେ ମା’ଲକ୍ଷ୍ମୀ ଶୋଭା ପାଉଛନ୍ତି। ଶାନ୍ତି ବଜାରରେ ପାହାଡ଼ ଓ ରାଜ ଉଆସରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଅମଲାପଡ଼ାରେ ନର୍କପୁରୀର ବିଭିନ୍ନ ଦୃଶ୍ୟକୁ ନେଇ ମେଢ଼ ତିଆରି କରାଯାଇଛି। ସହରର ଡିଆଇସି ଛକରେ ସୂର୍ଯ୍ୟଙ୍କ ଉପରେ ତୋରଣ ନିର୍ମାଣ କରାଯାଇଛି। ସେହିପରି ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା ଥିବାରୁ ସେଠାରେ ଲୋକଙ୍କ ଭିଡ଼ ଅଧିକ ଜମୁଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହି ନେଉଛି। ଢେଙ୍କାନାଳ ଏମ୍‌ପି ମହେଶ ସାହୁ ସୋମବାର ଅନୁଗୋଳ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଅନୁଗୋଳର ମିଶ୍ରପଡ଼ାରୁ ମା’ ଧନଦାତ୍ରୀଙ୍କ ଦର୍ଶନ କରିବା ପରେ ହୁଲୁରିସିଂହା ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ। ପରେ ଗାନ୍ଧୀମାର୍ଗ ପୂଜା କମିଟି ଓ ହୁଲୁରୁସିଂହା ଡିଆଇସି ଛକରେ ହୋଇଥିବା ପୂଜା ମଣ୍ଡପ ବୁଲି ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri