ଆଜି ମହାଶିବରାତ୍ରି: ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ

ଆରଡ଼ି,୨୧।୨ (ଡି.ଏନ.ଏ.)-ମହାଶିବରାତ୍ରି ପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଜିଲା, ପୋଲିସ ଓ ମନ୍ଦିର ପ୍ରଶାସନ ତତ୍ପର ହୋଇପଡ଼ିଛନ୍ତି। ଶୁକ୍ରବାର ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯିବ। କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ କରାଯିବା ପରେ ୫ଟା ୧୫ରେ ପାଳିଆଙ୍କ ଦ୍ୱାରା ପହିଲି ଖେଚୁଡି ଭୋଗ, ୫ଟା ୪୫ରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦିଅଁ ଦର୍ଶନ ଓ ଘର୍ଷଣ ଭୋଗ କରାଯିବ। ରାତି ୧ଟା ୩୦ରୁ ୩ଟା ୧୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ସୁନାବେଶ ଦର୍ଶନ ଓ ୪ଟା ୩୦ରୁ ୫ ଟା ମଧ୍ୟରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପୀଠରେ ମହାଦୀପ ଦର୍ଶନ ଲାଗି ଦୂରଦୂରାନ୍ତରୁ ଭକ୍ତଙ୍କ ଆଗମନ ବି ଧୀରେ ଧୀରେ ହେଲାଣି। ସ୍ଥାୟୀ ବ୍ୟବସାୟୀମାନେ ନିଜର ଦୋକାନ ସଜାଇବାରେ ଲାଗିଛନ୍ତି। ଉଠାଦୋକାନୀ ମଧ୍ୟ ନିଜର ଦୋକାନ ମେଲି ଦେଲେଣି। ପାରମ୍ପରିକ ପ୍ରଥା ଅନୁସାରେ ଶିବରାତ୍ରି ପୂର୍ବଦିନ ମନ୍ଦିର ପ୍ରଶାସନ ପକ୍ଷରୁ ପୀଠରେ ଅବସ୍ଥାନ କରୁଥିବା ୨୭୦ ସେବାୟତ ପରିବାରଙ୍କୁ ମିଠା ପ୍ୟାକେଟ ବଣ୍ଟନ କରାଯାଇଛି। ଏହାଦ୍ୱାରା ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୁଦୃଢ଼ ହୁଏ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ସୂଚନା ଦେଇଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ପୀଠର ଅନ୍ୟାନ୍ୟ ସ୍ଥାନରେ ବାଉଁଶ ଖୁଣ୍ଟ ପୋତା ଚାଲିଛି। ପୂର୍ବବର୍ଷ ପରି ପୀଠକୁ ଲାଗି ରହିଥିବା ତିନିତର, ଧାନଖଣିଆ, ମୂଅଁା-ମାନପୁର ଘାଟ ଶିବରାତ୍ରିର ସନ୍ଧ୍ୟା ସାଢ଼େ ୬ଟାରୁ ବନ୍ଦ ରହିବା ପାଇଁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ପୂର୍ବଦିନ ଉପଜିଲାପାଳ ପୀଠରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପୀଠରେ ଥିବା ନଦୀଘାଟରେ ପ୍ରଶାସନ ପକ୍ଷରୁ ଓଡ୍ରାଫ ଟିମ୍‌ ଏବଂ ଅଗ୍ନିଶମ ବାହିନୀ ପୂର୍ବଦିନଠାରୁ ପହଞ୍ଚିଛନ୍ତି। ୨୪ ଘଣ୍ଟା ଉଭୟ ଟିମ୍‌ ନଦୀଘାଟରେ ସଜାଗ ରହିବା, ପୀଠ ବାହାରେ ଆମ୍ବୁଲାନ୍ସ ଯାନ ରଖାଯିବା, ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ଅନ୍ୟାନ୍ୟ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଆଲର୍ଟ ରଖିବା, ୨୪ ଘଣ୍ଟା ବିଦ୍ୟୁତ୍‌ ସେବା ଯୋଗାଇଦେବା, ଜଳ ଯୋଗାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗ କର୍ମଚାରୀ ପୀଠ ମଣ୍ଡନ କରିସାରିଲେଣି। ମନ୍ଦିର ବେଢ଼ା ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଆରଡ଼ି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ସୂଚନା ଦେଇଛନ୍ତି। ଏଥର ପୀଠରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୪ ଡିଏସ୍‌ପି, ୮ ଇନ୍ସପେକ୍ଟର, ୨୫ ସବଇନ୍ସପେକ୍ଟର, ୩୦ ଏଏସ୍‌ଆଇ, ୧୮ ପ୍ଲାଟୁନ ପୋଲିସ ଫୋର୍ସ, ୫୦ରୁ ଅଧିକ ମହିଳା ଫୋର୍ସ ପୀଠରେ କର୍ତ୍ତବ୍ୟ ସମ୍ପାଦନ କରିବେ। ସେମାନଙ୍କ ମଧ୍ୟରୁ ଅନେକ ଏବେ ପୀଠ ଓ ନିକଟରେ ଥିବା ବିଭିନ୍ନ ବିଦ୍ୟାଳୟରେ ରହିଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦ ଜଣ ଟ୍ରାଫିକ ପୋଲିସ ଏଠାରେ ନିଯୁକ୍ତ ହେବା ସହ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ସେମାନଙ୍କୁ ସାହାଯ୍ୟ ସକାଶେ ନିଯୁକ୍ତ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ପୋଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଛୁଟି, ଖୋର୍ଦ୍ଧା ଜିଲାରେ କାଲିଠୁ ସକାଳୁଆ ସ୍କୁଲ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାରେ ଶୁକ୍ରବାରଠାରୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌ ଚାଲିବା…

ଜିଲା ବିକାଶ ସମନ୍ବୟ ଓ ପରିଚାଳନା କମିଟି ବୈଠକ: ଜିଲାର ସମସ୍ତ ଗ୍ରାମରେ ପାନୀୟଜଳ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଏମ୍‌ପିଙ୍କ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା ବିକାଶ ସମନ୍ବୟ ଏବଂ ପରିଚାଳନା କମିଟି(ଦିଶା)ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ…

ବେଆଇନ କରତକଳ ଉପରେ ଚଢ଼ାଉ; କାଠ-ଯନ୍ତ୍ରପାତି ଜବତ, ଲମ୍ବୁ ତାରିଣୀ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଭଞ୍ଜନଗର ଓ ଗାଙ୍ଗପୁର ପୋଲିସ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଛନ୍ତି…

କେସିଙ୍ଗାରେ ପ୍ରବଳ ଗ୍ରୀଷ୍ମପ୍ରବାହ; ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତାଘାଟ ଜନଶୂନ୍ୟ

କେସିଙ୍ଗା,୨୩।୪(ତୁମେଶ୍ୱର ସାହୁ): ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖାଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପୂର୍ବାହ୍ନ ସାଢେ଼ ଦଶଟାରେ ରାସ୍ତାଘାଟ ଜନଶୂନ୍ୟ…

କଳା ପଲସର ଆତଙ୍କ, ଆଲମିରା ଭାଙ୍ଗି ଲୁଟିନେଲେ ସୁନା ଗହଣା

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଗୁରୁବାର କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଦିନ ଦ୍ବିପହରେ ଘରେ ପଶି ବନ୍ଧୁକ…

ପ୍ରଶାସନର ନିଘାନାହିଁ: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ଟୋପାଏ ଲାଗି ଡହଳବିକଳ ହେଉଛନ୍ତି ରୋଗୀ

ପୁରୁଷୋତ୍ତମପୁର,୨୩।୪ (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ବଢିବାରେ ଲାଗିଥିବା ବେଳେ ଏଥିପ୍ରତି କାହାରି ହେଲେ ନିଘାନାହିଁ ।…

ଅସମ୍ଭାଳ ଖରା, ରାୟଗଡାରେ ୨ ଦିନ ସ୍କୁଲ-କଲେଜ ଛୁଟି

ରାୟଗଡା,୨୩।୪(ସଙ୍କେତ ପାତ୍ର): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାୟଗଡା ଜିଲାପାଳ ଆଶୁତୋଷ କୁଲକରନି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ,…

ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ଥିଲେ ନିଜ ପରିବାରର ଏହି ସଦସ୍ୟ

ବ୍ରହ୍ମପୁର,୨୩।୪ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାର ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri