ଆଜିର ଅର୍ଥନୀତି/ନୈରାଶ୍ୟଜନକ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପର୍ଯ୍ୟାୟକ୍ରମେ ଗତ ଫେବୃୟାରୀରୁ ଚଳିତ ଅକ୍ଟୋବର ମଧ୍ୟରେ ରେପୋ ରେଟ୍‌ (ଯେଉଁ ସୁଧ ହାରରେ ଆର୍‌ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ) ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାର ଧାରାକୁ ଏହା ରୋକିବ ବୋଲି ବିଶ୍ୱାସ କରାଯାଉଛି। ଦୁର୍ଗତି ଦେଇ ଗତି କରୁଥିବା ଶିଳ୍ପଜଗତର ପ୍ରାୟ ସବୁ କ୍ଷେତ୍ରରେ ଅଭିବୃଦ୍ଧି ହାର ପ୍ରଭୂତ ହ୍ରାସ ପାଇଛି। ବିଶ୍ୱ ମାନ୍ଦାବସ୍ଥା ପ୍ରଭାବରେ ୨୦୦୮ର ଶେଷ ଭାଗରୁ ଭାରତୀୟ ଅର୍ଥନୀତିରେ ଧିମାଗତି ଆରମ୍ଭ ହୋଇଥିଲେ ମଧ୍ୟ ଏହା କୌଣସି ପ୍ରକାରେ ସେହି ପ୍ରତିକୂଳ ପରିସ୍ଥିତିକୁ ଟାଳି ଆସିଥିଲା। ତେବେ ୨୦୧୬ ନଭେମ୍ବର ମାସର ବିମୁଦ୍ରୀକରଣ ପରଠାରୁ ସେହି ଅବସ୍ଥା ଆହୁରି ଖରାପ ହେବାକୁ ଆରମ୍ଭ କରିଛି। ଅନେକ ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଯିବା ସହ ଲକ୍ଷ ଲକ୍ଷ ଶ୍ରମିକ ଓ କର୍ମଚାରୀ ଚାକିରି ହରାଇଛନ୍ତି। ନିଯୁକ୍ତି ବଢ଼ାଇବା ପାଇଁ ସରକାର କୌଣସି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ଖାଉଟିଙ୍କ ଚାହିଦା ଓ ଜନିଷପତ୍ର କିଣାବିକା ବହୁମାତ୍ରାରେ ହ୍ରାସ ପାଇଛି। ଏହି ଚାହିଦା ହ୍ରାସର ଶିକାର ହୋଇଛନ୍ତି ବିଭିନ୍ନ ଖାଉଟି ସାମଗ୍ରୀର ନିର୍ମାତା କମ୍ପାନୀଗୁଡ଼ିକ। ପୂର୍ବର ସମସ୍ତ ଆର୍‌ବିଆଇ ଗଭର୍ନର ସୁଧହାର ହ୍ରାସ କରି ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ଅରାଜି ହୋଇଥିଲେ। ତେବେ ବର୍ତ୍ତମାନର ଗଭର୍ନର ଶକ୍ତିକାନ୍ତ ଦାସ ସରକାରଙ୍କୁ ନିରାଶ କରିନାହାନ୍ତି। ଖାଉଟିମାନଙ୍କ ଚାହିଦା ବୃଦ୍ଧି କରିବା ପାଇଁ ସେ ପର୍ଯ୍ୟାୟକ୍ରମେ ସୁଧହାର ହ୍ରାସ କରିଚାଲିଛନ୍ତି। ତେବେ ଆର୍‌ବିଆଇ ଦ୍ୱାରା କରାଯାଇଥିବା ଏହି ସୁଧହାର ହ୍ରାସ ଅଭିଳଷିତ ସୁଫଳ ପ୍ରଦାନ କରିବାରେ ବିଫଳ ହୋଇଛି। ଏହି ହ୍ରାସର ସୁଫଳ ଗ୍ରାହକମାନଙ୍କୁ ଦେବା ଲାଗି ବ୍ୟାଙ୍କଗୁଡ଼ିକ କୁଣ୍ଠା ପ୍ରକାଶ କରୁଛନ୍ତି। ବୃହତ୍ତମ ବ୍ୟାଙ୍କ ଏସ୍‌ବିଆଇ ମୋଟ ହ୍ରାସର ମାତ୍ର ଏକଚତୁର୍ଥାଂଶ ସୁଫଳ ଗ୍ରାହକମାନଙ୍କୁ ଦେଇଛି। ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର କଥା ଆଉ କ’ଣ କହିବା?
ଏହି ପରିପ୍ରେକ୍ଷୀରେ ଲୋକେ ଆଶା କରୁଥିଲେ ଏସ୍‌ବିଆଇ ଅନ୍ତତଃ ସଞ୍ଚୟ ଜମାଖାତା (ସେଭିଙ୍ଗ୍‌ସ ବ୍ୟାଙ୍କ)ର ସୁଧହାରକୁ ଅପରିବର୍ତ୍ତିତ ରଖିବ। କିନ୍ତୁ ବ୍ୟାଙ୍କ ଠିକ୍‌ ତା’ର ଓଲଟା କରିଛି। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଏହା ସୁଧହାର ୩.୫ ପ୍ରତିଶତରୁ ୩.୨୫ ପ୍ରତିଶତକୁ ଅର୍ଥାତ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଏହି ହ୍ରାସପ୍ରାପ୍ତ ସୁଧହାର ୨୦୧୯ ନଭେମ୍ବର ପହିଲାରୁ ଲାଗୁ ହେବ। ଏହି ହ୍ରାସ ସପକ୍ଷରେ ବ୍ୟାଙ୍କର ଯୁକ୍ତି ହେଉଛି ବ୍ୟାଙ୍କ ପାଖରେ ଯଥେଷ୍ଟ ଚଳନିଧି ବା ନଗଦ ଟଙ୍କା ରହିଛି। ଏସ୍‌ବିଆଇ ମଧ୍ୟ ବର୍ଷକରୁ ଦୁଇବର୍ଷ ଭିତରେ ପରିପକ୍ୱ ହେଉଥିବା ଖୁଚୁରା ସ୍ଥାୟୀ ଜମା (ଏଫ୍‌ଡି) ଉପରେ ସୁଧହାର ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି, ଯାହା ଚଳିତ ଅକ୍ଟୋବର ୧୦ ତାରିଖରୁ କାର୍ଯ୍ୟକାରୀ ହେବ। ଏସ୍‌ବିଆଇ ଏହା ପୂର୍ବରୁ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଜମାରାଶି ରହୁଥିବା ସେଭିଙ୍ଗ୍‌ସ ଆକାଉଣ୍ଟ ଉପରେ ସୁଧହାରକୁ ରେପୋ ରେଟ୍‌ ସହ ସଂଲଗ୍ନ କରିସାରିଛି। ବର୍ତ୍ତମାନ ଏହା ୩ ପ୍ରତିଶତ ରହିଛି। ଗତ ଅଗଷ୍ଟ ମାସରେ ଏସ୍‌ବିଆଇ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲା ସେଥିରେ ପୂରାପୂରି ୟୁ ଟର୍ନ (ବିପରୀତ ମୋଡ଼) ନେଇଛି। ଗତ ଅଗଷ୍ଟ ମାସରେ ଏସ୍‌ବିଆଇ କହିଥିଲା ଯେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିବା ସତ୍ତ୍ୱେ ଏହା ସେଭିଙ୍ଗ୍‌ସ୍‌ ବ୍ୟାଙ୍କ ଜମା ଉପରେ ସୁଧହାର ଅପରିବର୍ତ୍ତିତ ରଖିବ। ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଥିଲା ଯେ ସଞ୍ଚୟ ଜମାକାରୀଙ୍କ ସ୍ବାର୍ଥରକ୍ଷା ଲାଗି ଏସ୍‌ବିଆଇ ସ୍ଥିର କରିଛି ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଜମାକାରୀଙ୍କ ସେଭିଙ୍ଗ୍‌ସ ବ୍ୟାଙ୍କ ଜମା ଉପରେ ବର୍ତ୍ତମାନ ରହିଥିବା ୩ ପ୍ରତିଶତ ସୁଧହାରକୁ ଆଉ ହ୍ରାସ କରିବ ନାହିଁ। ଏକ ଲକ୍ଷରୁ କମ୍‌ ଜମାକାରୀଙ୍କ ଲାଗି ରହିଥିବା ୩.୫ ପ୍ରତିଶତ ସୁଧହାର ବି ଅପରିବର୍ତ୍ତିତ ରହିବ। ସଞ୍ଚୟ ଜମା ଉପରେ ସୁଧହାର ହ୍ରାସ ସାଧାରଣ ବ୍ୟାଙ୍କ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ, ବିଶେଷତଃ ନିମ୍ନ ଓ ନିମ୍ନ-ମଧ୍ୟବିତ୍ତ ବର୍ଗ ସବୁଠୁ ବେଶି କ୍ଷତିଗ୍ରସ୍ତ ହେବେ। ସରକାର ଟିକସ ହ୍ରାସ କରିବା ଓ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିବା ବେଳେ ସାଧାରଣ ଜନତା ବ୍ୟାଙ୍କଗୁଡ଼ିକଠାରୁ ଯାହା ଆଶା କରୁଥିଲେ ସଞ୍ଚୟ ଜମା ଉପରେ ସୁଧହାର ହ୍ରାସ କରି ଏସ୍‌ବିଆଇ ତା’ର ଓଲଟା କାମ କରିଛି। ଏହାଫଳରେ ସଞ୍ଚୟ ଜମା ଉପରେ ନିର୍ଭର କରୁଥିବା ଗରିବ, ବରିଷ୍ଠ ନାଗରିକ ଓ ଶ୍ରମିକ ଶ୍ରେଣୀ ବିଶେଷ କ୍ଷତିଗ୍ରସ୍ତ ହେବେ। ପୂଜା ସମୟରେ ବ୍ୟାଙ୍କର ଏହି ମାଡ଼ ଅନ୍ୟାୟ ଓ ନୈରାଶ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri