ଆଜିର ଅର୍ଥନୀତି/ନିରୁତ୍ସାହଜନକ

ଏୟାରଟେଲ, ଇଣ୍ଡିଆ ପୋଷ୍ଟ, ଫିନୋ, ଜିଓ, ଏନ୍‌ଏସ୍‌ଡିଏଲ୍‌ ଓ ପେଟିଏମ୍‌ ପରି ପେମେଣ୍ଟସ୍‌ ବ୍ୟାଙ୍କଗୁଡ଼ିକର କ୍ଷତି ବଢ଼ିବଢ଼ି ଚାଳିଛି। ୨୦୧୮ରେ ଏମାନେ ମୋଟ ୫୧୫.୬ କୋଟି ଟଙ୍କା କ୍ଷତି ସହିଥିବା ବେଳେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ବୃଦ୍ଧି ପାଇ ୬୨୬ କୋଟିରେ ପହଞ୍ଚିଛି। ତେଣୁ ୨୦୧୫ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଯେଉଁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରଚଳନ କରିଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। କ୍ଷୁଦ୍ର ବ୍ୟବସାୟୀ ଓ ନିମ୍ନ ଆୟକାରୀ ବର୍ଗଙ୍କ ଲାଗି ବ୍ୟାପକ ଆର୍ଥିକ ସେବା ପ୍ରଦାନ ନିମନ୍ତେ ନଚିକେତା ମୋର୍‌ଙ୍କ ନେତୃତ୍ୱରେ ଗଠିତ କମିଟିର ସୁପାରିସକୁ ଭିତ୍ତି କରି କେନ୍ଦ୍ରୀୟ ବ୍ୟାଙ୍କ ଏହି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲା। ବ୍ୟାଙ୍କିଙ୍ଗ୍‌ ସୁବିଧା ନ ଥିବା ଗ୍ରାମାଞ୍ଚଳର ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ପେମେଣ୍ଟସ୍‌ ବ୍ୟାଙ୍କ ମଡେଲ୍‌ର ପ୍ରଚଳନ କରାଯାଇଥିଲା। ଏହା ଇଣ୍ଡିଆ ପୋଷ୍ଟର ସେବାକୁ ସମ୍ପ୍ରସାରିତ କରିବ ବୋଲି ମଧ୍ୟ ବିଶ୍ୱାସ କରାଯାଉଥିଲା।
ବର୍ତ୍ତମାନ ଇଣ୍ଡିଆ ପୋଷ୍ଟସ୍‌ ପେମେଣ୍ଟସ୍‌ ବ୍ୟାଙ୍କ (ଆଇପିପିବି)ର ବ୍ୟବସାୟ ବଢ଼ୁ ନ ଥିବାବେଳେ କର୍ମଚାରୀଙ୍କ ଦରମା ଭାରରେ ଏହା କୁଜା ହେବାକୁ ବସିଲାଣି। ଏପରି ଏକ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ଅତି ବିଶାଳ ହୋଇଥିବା ବେଳେ ଏହାକୁ ଅପରେଟ୍‌ କରିବା ପାଇଁ ସୀମିତ ସୁଯୋଗ ରହିଛି। ବ୍ୟବସାୟରେ ଅନୁକୂଳ ପରିବର୍ତ୍ତନ ଦେଖାଯାଇଥିଲେ ବି ବିଶାଳ କ୍ଷତିରୁ ସୁଯୋଗ ଅଭାବର ଆହ୍ବାନ ସ୍ପଷ୍ଟ ହୋଇଯାଇଛି। ‘ଟ୍ରେଣ୍ଡ୍‌ ଆଣ୍ଡ୍‌ ପ୍ରୋଗ୍ରେସ୍‌ ଅଫ୍‌ ବ୍ୟାଙ୍କିଙ୍ଗ୍‌ ଇନ୍‌ ଇଣ୍ଡିଆ’ ଅନୁସାରେ ଏହି ବ୍ୟାଙ୍କଗୁଡ଼ିକର ସୁଧ ଆୟରେ ୪୫ ପ୍ରତିଶତ ବୃଦ୍ଧି ଘଟିଛି, ଅର୍ଥାତ୍‌ ଗତ ବର୍ଷକ ଭିତରେ ଏହି ଆୟର ପରିମାଣ ହେଉଛି ୨୫୫ କୋଟି ଟଙ୍କା। କିନ୍ତୁ ସେମାନଙ୍କର ଅନ୍ୟ ଆୟ (କାରବାର ଉପରେ ନିଆଯାଉଥିବା କମିଶନକୁ ମିଶାଇ) ଦୁଇଗୁଣ ବୃଦ୍ଧି ପାଇ ୨,୦୯୩ କୋଟି ଟଙ୍କା ହୋଇଛି। ପେମେଣ୍ଟସ୍‌ ବ୍ୟାଙ୍କଗୁଡ଼ିକର ସଂଖ୍ୟା ମଧ୍ୟ ଚଳିତବର୍ଷ ୫ରୁ ୭କୁ ବୃଦ୍ଧି ପାଇଛି। ପୁଣି ଏହି ବ୍ୟାଙ୍କଗୁଡ଼ିକ ଜରିଆରେ ଟଙ୍କା ପଠାଇବା ୮୯,୬୫୩ କୋଟିରୁ ୧.୧୦ ଲକ୍ଷ କୋଟିକୁ ଅର୍ଥାତ୍‌ ୨୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିରେ ୟୁପିଆଇଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କାରଣ ମୂଲ୍ୟ ଓ ପରିମାଣ ଦୃଷ୍ଟିରୁ ଟଙ୍କା ପଠାଇବା ଓ ପାଇବାରେ ସେଗୁଡ଼ିକ ପ୍ରମୁଖ ମାଧ୍ୟମରେ ପରିଣତ ହୋଇଛନ୍ତି। ବ୍ୟାଙ୍କଗୁଡ଼ିକର ଡିପୋଜିଟ୍‌ ବେସ୍‌ (ଜମା ପରିମାଣ) ମଧ୍ୟ ଦୁଇଗୁଣ ହୋଇ ୪୩୮ କୋଟିରୁ ୮୮୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯଦିଚ ବ୍ୟକ୍ତିଗତ ଗ୍ରାହକଙ୍କଠାରୁ ଏକ ଲକ୍ଷ ଟଙ୍କାରୁ ଅଧିକ ଜମା ସଂଗ୍ରହ କରିବାକୁ ସେମାନଙ୍କୁ ଅନୁମତି ଦିଆଯାଇ ନାହିଁ।
ଏହିସବୁ ସକାରାତ୍ମକ ଦିଗଗୁଡ଼ିକୁ ଯାହା ନଷ୍ଟ କରିଦେଉଛି, ତାହା ହେଉଛି ବ୍ୟାଙ୍କଗୁଡ଼ିକର ଦେଣା ବା ଦାୟବଦ୍ଧତା ମଧ୍ୟ ପ୍ରାୟ ଦୁଇଗୁଣ ହୋଇ ୪,୩୬୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମୋଟ ଦାୟବଦ୍ଧତା ପୂର୍ବବର୍ଷ ତୁଳନାରେ ଦୁଇଗୁଣ ବୃଦ୍ଧି ପାଇ ୭,୧୧୪ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହ ପରିଚାଳନା ଖର୍ଚ୍ଚ ୭୪ ପ୍ରତିଶତ ବୃଦ୍ଧି ପାଇ ୨,୯୨୫ କୋଟି ଟଙ୍କାରେ ପହଞ୍ଚିଛି ଏବଂ ୨୦୧୯ରେ ଇକ୍ୱିଟି ଉପରେ ରିଟର୍ନ ଖରାପ ହୋଇ ୨୭.୯ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି।
ଯଦିଚ ରିଜର୍ଭ ବ୍ୟାଙ୍କ ପ୍ରାରମ୍ଭିକ ଭାବେ ୧୧ଟି ପେମେଣ୍ଟସ୍‌ ବ୍ୟାଙ୍କକୁ ଅନୁମତି ଦେଇଥିଲା, ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୭ଟି ବ୍ୟାଙ୍କ କାରବାର କରୁଛନ୍ତି। ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ ଏକ ପୂର୍ଣ୍ଣ ସେବା ପ୍ରଦାନକାରୀ ଡିଜିଟାଲ ବ୍ୟାଙ୍କ ଥିଲା, ଯାହା କି ୨୦୧୮ ଫେବୃୟାରୀରୁ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ବ୍ୟବସାୟ ଭଲ ନ ଚାଲିବାରୁ ତାହା କାର୍ଯ୍ୟକରିବା ବନ୍ଦ କରିଦେଲା। ଭୋଡାଫୋନ ସହ ଆଇଡିଆ ମିଶିଯିବା ପରେ ଏମ୍‌-ପେସା ପିପିଆଇ ମଧ୍ୟ ବନ୍ଦ ହୋଇଗଲା। ଚୋଳମଣ୍ଡଳମ୍‌ ଡିଷ୍ଟ୍ରିବ୍ୟୁଶନ ସର୍ଭିସେସ୍‌ ଲିମିଟେଡ୍‌କୁ ୨୦୧୫ରେ ପେମେଣ୍ଟସ୍‌ ବ୍ୟାଙ୍କ ଭାବେ ଅନୁମତି ମିଳିଥିଲେ ମଧ୍ୟ ଲାଭ ନ ହେବାରୁ ଏହା ଗୋଟିଏ ବର୍ଷ ଚାଲି ବନ୍ଦ ହୋଇଗଲା। ପେମେଣ୍ଟସ୍‌ ବ୍ୟାଙ୍କ ପାଇଁ ଲାଇସେନ୍ସ ପାଇଥିବା ଟେକ୍‌ ମହୀନ୍ଦ୍ରା ମଧ୍ୟ ଲାଭ ନ ହେବାରୁ ବନ୍ଦ ହୋଇଗଲା। କେବଳ ଗୋଟିଏ ଲାଭକାରୀ ସଂସ୍ଥା ହେଉଛି ପେଟିଏମ୍‌ ଯାହା ଦ୍ୱିତୀୟ ବର୍ଷରେ ଲାଭ କରିଥିଲା ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧୯ କୋଟି ଟଙ୍କା ଲାଭ କରିଥିବା ଜଣାପଡ଼ିଛି।
ପେମେଣ୍ଟସ୍‌ ବ୍ୟାଙ୍କଗୁଡ଼ିକର ଗୋଟିଏ ସମସ୍ୟା ହେଉଛି ସେମାନେ ଋଣ ଦେଇପାରିବେ ନାହିଁ। କେବଳ ଦେଣନେଣ କାରବାର ଉପରେ ସେମାନଙ୍କର ଲାଭ ସୀମିତ। ବ୍ୟାଙ୍କିଙ୍ଗ୍‌ ସୁବିଧା ନ ଥିବା ଜନସାଧାରଣଙ୍କୁ ଏମାନେ ଯେ ସେବା ଯୋଗାଇଥାନ୍ତି ଏଥିରେ ଦ୍ୱିମତ ହେବାର ନାହିଁ। ତେଣୁ ସରକାର ସେମାନଙ୍କୁ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଭାବେ ଲାଇସେନ୍ସ ଦେବା ଉଚିତ, ଯାହାଦ୍ୱାରା ସେମାନେ ଆର୍ଥିକ କାରବାର ମାଧ୍ୟମରେ ଲାଭ କରିପାରିବେ।
ଇତିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ପ୍ରିପେଡ୍‌ ପେମେଣ୍ଟସ୍‌ ଇନ୍‌ଷ୍ଟ୍ରୁମେଣ୍ଟ (ପିପିଆଇ) ଆରମ୍ଭ କରିଛି, ଯାହାଦ୍ୱାରା ମାସକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦ୍ରବ୍ୟ ଓ ସେବା କିଣାଯାଇପାରିବ। ଆର୍‌ବିଆଇ ନିଜେ ପିପିଆଇଗୁଡ଼ିକର କାରବାର ପାଇଁ କଓ୍ବୋଇସିକୁ ବାଧ୍ୟତାମୂଳକ କରିଥିବା ବେଳେ ସେମାନଙ୍କର ଅଭିବୃଦ୍ଧିକୁ ସୀମିତ କରିଦେଇଛି। ଏହି ପୃଷ୍ଠଭୂମିରେ ଆର୍‌ବିଆଇ ପ୍ରତ୍ୟେକ ସେବାର ସମ୍ଭାବ୍ୟତା ଉପରେ ଦୃଷ୍ଟି ଦେବା ଦରକାର। ଅନୁଚିତ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ପୂର୍ବରୁ ଏକ ମଜଭୁତ ବ୍ୟବସ୍ଥା ଭାବେ ଗଢ଼ିଉଠିବା ଲାଗି ଏହା ସେମାନଙ୍କୁ ଯଥେଷ୍ଟ ସୁଯୋଗ ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri