ଆଜିର ଅର୍ଥନୀତି/କେବଳ ଟୋକନିଜ୍‌ମ

ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ୨୦୨୦-୨୧ର ବଜେଟ କେବଳ ଟୋକନିଜ୍‌ମ ଭଳି ମନେହେଉଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଥିଲେ ଯେ, ଚଳିତବର୍ଷର ରାଜ୍ୟ ବଜେଟ କେତେକ ଦୃଷ୍ଟିରୁ ଦେଶରେ ଓ ଆଉ କେତେକ ଦୃଷ୍ଟିରୁ ରାଜ୍ୟରେ ପ୍ରଥମ। ତେବେ କାଗଜବିହୀନ ବା ଇ-ବଜେଟ କ୍ଷେତ୍ରରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ। ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ସମୟରେ ଇ-ବଜେଟ ଦେଖିବା ପାଇଁ ବିଧାୟମାନଙ୍କୁ ଟାବ୍‌ଲେଟ ଦିଆଯାଇଥିଲା। ତେବେ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌, ଟିଭି ବା କମ୍ପ୍ୟୁଟର ନାହିଁ, ସେମାନଙ୍କ ପକ୍ଷେ ବଜେଟର ତଥ୍ୟ ପାଇବା କଷ୍ଟକର ହୋଇଥିଲା। ସରକାର ଦାବି କରିଛନ୍ତି ଯେ, ବଜେଟ ପୁସ୍ତିକା ପ୍ରକାଶ ନ କରିବା ଦ୍ୱାରା ୭୦,୦୦୦ରୁ ଅଧିକ ଗଛଙ୍କ ଜୀବନ ବଞ୍ଚିଯାଇପାରିଛି। କାରଣ ବଜେଟ ବହି ଛାପିବା ପାଇଁ ଯେତିକି କାଗଜ ଖର୍ଚ୍ଚ ହୋଇଥାନ୍ତା, ସେତିକି କାଗଜ ତିଆରି ପାଇଁ ୭୦,୦୦୦ରୁ ଅଧିକ ଗଛ କାଟିବାକୁ ପଡ଼ିଥାନ୍ତା। ତେଣୁ ଇ-ବଜେଟ ଏକ ପରିବେଶ ଅନୁକୂଳ ପଦକ୍ଷେପ।
ପୂଜାରୀ ପୁଣି କହିଲେ ଯେ, ସେ ଏଥର ଜଳବାୟୁ ଓ ପୋଷଣ ଉପରେ ଭିନ୍ନ ଭିନ୍ନ ବଜେଟ ଉପସ୍ଥାପନ କରିଛନ୍ତି, ଯାହା ସମ୍ଭବତଃ ଦେଶରେ ପ୍ରଥମ। ପିଲାଙ୍କ ପାଇଁ ବଜେଟ ଓ ଲିଙ୍ଗ (ଜେଣ୍ଡର) ବଜେଟ ଆଉ ଦୁଇଟି ନୂଆ ଚିନ୍ତାଧାରା। କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ପାଣିପାଗ ଉପରେ ଆଉ ଏକ ବଜେଟ ଶୀଘ୍ର ଆସିବ। ୨୦୧୩-୧୪ ମସିହାରୁ ସରକାର କୃଷି ଉପରେ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରିଆସୁଛନ୍ତି ଏବଂ ଏଥର ମଧ୍ୟ ତାହା କରିଛନ୍ତି। ବାସ୍ତବରେ କୃଷି ଉପରେ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରିବାରେ କର୍ନାଟକ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ। ଏହିସବୁ ଟୋକନିଜ୍‌ମ ବ୍ୟତୀତ ଅର୍ଥନୈତିକ ଦୃଷ୍ଟିରୁ ବଜେଟରେ ସେମିତି ମନେରଖିଲା ଭଳିଆ କିଛି ନୂଆ କଥା ନାହିଁ। ସମ୍ବଳ ସଂଗ୍ରହ ଓ ବ୍ୟୟ ଦୃଷ୍ଟିରୁ ସରକାର ପୂର୍ବ ଢାଞ୍ଚାରେ ରହିଛନ୍ତି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ସମ୍ଭବତଃ ସରକାର କୃଷି ଲାଗି ଅଧିକ ବ୍ୟୟ ବରାଦ କରିପାରି ନାହାନ୍ତି। ଏହି କ୍ଷେତ୍ର ପାଇଁ ସରକାର ୧୯,୪୦୮ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ତାହା ୨୦୧୯-୨୦ କୃଷି ବଜେଟରେ ହୋଇଥିବା ବ୍ୟୟ ବରାଦ ତୁଳନାରେ ୧୩୦୬ କୋଟି ଟଙ୍କା କମ୍‌।
ଅର୍ଥମନ୍ତ୍ରୀ କିଛି କ୍ଷେତ୍ର ପାଇଁ କେତେକାଂଶରେ ମୁଣା ଖୋଲି ଦେଇଥିବା ବେଳେ ସମ୍ବଳ କେଉଁଠୁ ଆସିବ ସେ ବାବଦରେ ନୀରବ ରହିଛନ୍ତି। ପୂଜାରୀ ଦାବି କରିଛନ୍ତି ଯେ, ସେ ଶିଳ୍ପ କ୍ଷେତ୍ର ପାଇଁ ୫୭୫ କୋଟି ଟଙ୍କା ବା ଦୁଇଗୁଣ ବ୍ୟୟ ବରାଦ କରିଛନ୍ତି। ବାସ୍ତବ ଦୃଷ୍ଟିରୁ ଦେଖିଲେ ଏହା ସେମିତି ବେଶି କିଛି ନୁହେଁ। କୃଷି କ୍ଷେତ୍ରର ଦୁଃଖ ଦୂରକରିବାରେ ଚଳିତ ବଜେଟ ବିଫଳ ହୋଇଛି। ରାଜ୍ୟର ୭୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବେଳେ କୃଷି ଭିତ୍ତିଭୂମି ବିକାଶ ଲାଗି କୌଣସି ଦୀର୍ଘମିଆଦୀ ଯୋଜନା ଗ୍ରହଣ କରାଯାଇନାହିଁ। ବିଶେଷତଃ ଉପକୂଳ ଅଞ୍ଚଳରେ ଜଳସେଚନ ଭିତ୍ତିଭୂମି ବିକାଶ, ନିର୍ଦ୍ଦିଷ୍ଟ କୃଷିଜାତ ସାମଗ୍ରୀ ପାଇଁ ମଣ୍ଡିର ବିକାଶ, କୃଷି ଉତ୍ପାଦର ବିକ୍ରି ପାଇଁ ବଜାର ସୁବିଧା ପ୍ରତିଷ୍ଠା, ରାଜ୍ୟରେ ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ଭଣ୍ଡାର ଓ ଶୀତଳ ଭଣ୍ଡାର ପ୍ରତିଷ୍ଠା ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଅଧିକ ଦୃଷ୍ଟି ଦିଆଯିବାର ଆବଶ୍ୟକତା ଥିଲା। ବଢ଼ୁଥିବା ବେକାରି ସମସ୍ୟାର ସମାଧାନ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ। ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଇଥିଲେ ସେଥିରେ ବହୁ ଲୋକ ନିଯୁକ୍ତିର ସୁବିଧା ପାଇପାରିଥାନ୍ତେ। ରାଜ୍ୟରେ ୪୮୦ କିଲୋମିଟର ଦୀର୍ଘ ଉପକୂଳ ଏବଂ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ରହିଛି। ଏସବୁଗୁଡ଼ିକ ମଧ୍ୟରେ ଅନେକ ସ୍ଥାନ ରହିଛି ଯାହାକୁ ପର୍ଯ୍ୟଟନ କ୍ଷେତ୍ର ରୂପେ ବିକାଶ କରାଯାଇପାରିଥାନ୍ତା। ତା’ଛଡ଼ା ଅସଂଖ୍ୟ ପ୍ରାଚୀନ ମନ୍ଦିର ରହିଛି। ବିଶେଷତଃ ସ୍ବର୍ଣ୍ଣ ତ୍ରିଭୁଜ (ପୁରୀ, କୋଣାର୍କ ଓ ଭୁବନେଶ୍ୱର)କୁ ହଜାର ହଜାର ଧାର୍ମିକ ପର୍ଯ୍ୟଟକ ପ୍ରତିବର୍ଷ ଦେଶ ତଥା ଦେଶ ବାହାରୁ ଆସିଥାନ୍ତି। ପର୍ଯ୍ୟଟନ ବଜେଟର ସିଂହଭାଗ ପୁରୀ ଓ ଭୁବନେଶ୍ୱର ପାଇଁ ଦିଆଯାଇଛି। ଏହି କ୍ଷେତ୍ର ପାଇଁ ମୋଟ ୧୬୬୦ କୋଟି ଟଙ୍କା ବରାଦ କରାଯାଇଥିବା ବେଳେ ସେଥି ମଧ୍ୟରୁ ଏହି ଦୁଇଟି ସହର ପାଇଁ ୮୪୫ କୋଟି ଟଙ୍କା ଦିଆଯାଇଛି। ରାଜ୍ୟର ଅନ୍ୟ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ବି ଅନୁରୂପ ଭାବେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଥିଲା। ତେବେ ସ୍ବାସ୍ଥ୍ୟ, ଶିକ୍ଷା ଓ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ ପାଇଁ ସରକାର ବଜେଟରେ ଯେଉଁ ବ୍ୟବସ୍ଥା କରିଛି ତାହା କିଛି ପରିମାଣରେ ଆଶାନୁରୂପ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri