ଆଜିର ଅର୍ଥନୀତି/ ଆତ୍ମଘାତୀ ନୀତି

ଟେଲିକମ୍‌ କମ୍ପାନୀଗୁଡିକ ଉପରେ ବାକି ଥିବା ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟର ପୁନର୍ଗଣନା ଲାଗି ଚେଷ୍ଟା କରିବା ଯୋଗୁ ସୁପ୍ରିମ୍‌କୋର୍ଟ ବୁଧବାର ଦୂରସଞ୍ଚାର ବିଭାଗ (ଡିଓଟି) ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସରକାର ଟେଲିକମ୍‌ ସଂସ୍ଥାଗୁଡ଼ିକ ସହିତ ଦ୍ୱିପାକ୍ଷିକ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇ ୨୦ ବର୍ଷ ମଧ୍ୟରେ କିସ୍ତି କିସ୍ତି କରି ସେମାନଙ୍କ ଦେୟ ପରିଶୋଧ କରିବାକୁ ଅନୁମତି ଦେବା ହେଉଛି ଅଦାଲତଙ୍କ ଅସନ୍ତୋଷର କାରଣ। କୋର୍ଟଙ୍କ ମତରେ ମାମଲା ବିଚାରାଧୀନ ଥିବାରୁ ସରକାର ଏପରି କରିବା ଉଚିତ ନ ଥିଲା। ଦିଆଯାଇଥିବା ସମୟସୀମା ମଧ୍ୟରେ ଏଜିଆର୍‌ ଦେୟ ପଇଠ କରିବାକୁ ଟେଲିକମ୍‌ ସଂସ୍ଥାଗୁଡ଼ିକୁ ଶୀର୍ଷ କୋର୍ଟ କହିଥିଲେ। ସରକାରଙ୍କ ଦ୍ୱାରା ଏହି ବିଷୟର କୁପରିଚାଳନା ଯୋଗୁ ଟେଲିକମ୍‌ ପ୍ରସଙ୍ଗ ଦିନକୁ ଦିନ ଅଧିକ ଗୋଳମାଳିଆ ହେବାରେ ଲାଗିଛି। ୧୯୯୯ ମସିହାରେ ଟେଲିକମ୍‌ ସଂସ୍ଥାଗୁଡ଼ିକୁ ସ୍ଥାୟୀ ଲାଇସେନ୍ସ ବ୍ୟବସ୍ଥାରୁ ରାଜସ୍ବ ଶେୟାରିଂ ମଡେଲକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେବା ପରଠାରୁ ଏହା ଉପରେ ସରକାରଙ୍କ ଆଗ୍ରହ ବୃଦ୍ଧି ପାଇଛି। ବିଭିନ୍ନ କେନ୍ଦ୍ର ସରକାର ଏହି ସମସ୍ୟାର ଯେପରି ପରିଚାଳନା କରୁଥିଲେ ସେଥିରେ ଟେଲିକମ୍‌ କମ୍ପାନୀଗୁଡ଼ିକ ଖୁସି ନ ଥିଲେ। ୨୦୦୩ ପରଠାରୁ ଏଜିଆର୍‌ ପ୍ରସଙ୍ଗ ବିଭିନ୍ନ କୋର୍ଟ ଓ ଟ୍ରିବ୍ୟୁନାଲରେ ରହିଆସିଛି ଏବଂ ଟେଲିକମ୍‌ କମ୍ପାନୀଗୁଡିକ ସବୁବେଳେ ଅଦାଲତରୁ ନିଜ ସପକ୍ଷରେ ଅନୁକୂଳ ରାୟ ପାଇ ଆସୁଥିଲେ। ତେବେ ଟେଲିକମ୍‌ କମ୍ପାନୀଗୁଡ଼ିକର ଏଜିଆର ବକେୟାର ସଂଜ୍ଞା ସମ୍ପର୍କରେ ସରକାର ସ୍ଥିର ରହିଆସିଛନ୍ତି ଏବଂ ସୁପ୍ରିମ୍‌କୋର୍ଟ ମଧ୍ୟ ତାକୁ କାଏମ୍‌ ରଖିଛନ୍ତି। ଅର୍ଥାତ୍‌ ଟେଲିକମ୍‌ ଅପରେଟରମାନେ ସରକାରଙ୍କ ରାଜକୋଷକୁ ପ୍ରାୟ ୧.୪୭ ଲକ୍ଷ କୋଟି ବକେୟା ଟଙ୍କା ଦେବାକୁ ବାଧ୍ୟ। ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କେତେକ କମ୍ପାନୀର ମେରୁଦଣ୍ଡ ଭାଙ୍ଗିବାକୁ ବସିଛି। ସରକାର ୨୦ ବର୍ଷର ଲମ୍ବା ଅବଧି ମଧ୍ୟରେ କମ୍ପାନୀଗୁଡ଼ିକୁ ଦେୟ କ୍ଲିୟର କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ନିବେଦନ କରି ଏହି ଧକ୍କାକୁ ପ୍ରଶମନ କରିବାକୁ ଚେଷ୍ଟା କରିଛନ୍ତି। ତେବେ ସରକାର ଏହି କଥା ବହୁ ଡେରିରେ ହୃଦୟଙ୍ଗମ କରିଛନ୍ତି।
ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ସୁପ୍ରିମ୍‌କୋର୍ଟଙ୍କ ଉପରେ ଦୋଷ ଦେବା ଅର୍ଥ ପରିସ୍ଥିତିକୁ ଠିକ୍‌ଭାବେ ବୁଝି ନ ପାରିବା। ଟେଲିକମ୍‌ ସଂସ୍ଥାଗୁଡ଼ିକ ସମସ୍ତ ଏଜିଆର୍‌ ଦେୟ ପଇଠ କରିବାକୁ କୋର୍ଟ ଜିଦ ଧରିବା ଠିକ୍‌ କି ନୁହେଁ ତାହା ଏବେ ଦେଖିବା ଦରକାର ନାହିଁ। ପ୍ରଥମ କଥା ହେଲା କୋର୍ଟ ପରେ କୋର୍ଟଙ୍କ ପ୍ରତିକୂଳ ନିଷ୍ପତ୍ତି ସତ୍ତ୍ୱେ ଟେଲିକମ୍‌ ସଂସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ଦେୟ ପଇଠ କରିବା ଲାଗି ସରକାର କାହିଁକି ଜିଦ୍‌ ଧରିଥିଲେ? ଅପରେଟରମାନଙ୍କଠାରୁ ଯେଉଁ ବିପୁଳ ପରିମାଣର ଅର୍ଥ ଦାବି କରାଯାଇଥିଲା ତାହା ଯଦି ସେମାନେ ଦେଇଥାନ୍ତେ ତେବେ ଏହା ସେମାନଙ୍କ ସ୍ବାସ୍ଥ୍ୟକୁ ଦୁର୍ବଳ କରିଦେଇଥାନ୍ତା ଏବଂ ଏହି କ୍ଷେତ୍ର ପାଇଁ ଅନ୍ଧକାର ରାତ୍ରି ଆସିଯାଇଥାନ୍ତା। ଭୋଡାଫୋନ ଆଇଡିଆ କହିଛି ଯେ, ଏହା ତା’ର ଦୋକାନ ବନ୍ଦ କରିପାରେ କାରଣ ଏହାର ଭାରତ ଅପରେଶନ ଆଉ ଚଳାଇବା ସମ୍ଭବ ହେବ ନାହିଁ।
ଯଦି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୁଏ, ତେବେ ଟେଲିକମ୍‌ କ୍ଷେତ୍ରଟି ବହୁ ଚାପରେ ରହିବ। ବ୍ୟାଙ୍କରୁ ବିପୁଳ ଋଣ ନେଇଥିବା ଟେଲିକମ୍‌ କମ୍ପାନୀମାନେ ସେମାନଙ୍କର ଋଣ ପଇଠ କରିବାରେ ବିଫଳ ହେବେ। ଏହା ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବ, ଯାହା ପୂର୍ବରୁ ବହୁତ ଚାପରେ ଅଛି। ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ଶକ୍ତି ହ୍ରାସ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଏହାର ଅଭିବୃଦ୍ଧିରେ ପ୍ରତିକୂଳ ପ୍ରଭାବ ପକାଇବ। ସରକାର ଏହି ଟଙ୍କାକୁ ଉଚିତ ବ୍ୟବହାର କରିବା ପରିବର୍ତ୍ତେ ବ୍ୟାଙ୍କଗୁଡିକର ପୁନଃପୁଞ୍ଜୀକରଣ କରିବାକୁ ଚେଷ୍ଟା କରିପାରନ୍ତି। ଏକ ଅସୁସ୍ଥ ଟେଲିକମ୍‌ କ୍ଷେତ୍ର ଗ୍ରାହକ ସେବା ଓ ଅନୁଭବ ଉପରେ ମଧ୍ୟ କୁପ୍ରଭାବ ପକାଇବ। ଦୁଇ ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଘରୋଇ କମ୍ପାନୀ ସହ ପ୍ରତିଯୋଗିତା କରିବାକୁ ଅକ୍ଷମ। ବିଶ୍ୱର ଅବଶିଷ୍ଟ ଦେଶଗୁଡ଼ିକ ବୈଷୟିକ ଜ୍ଞାନକୌଶଳର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାବେଳେ ଭାରତ ପଛରେ ରହିବ। ଏହା ସିଧାସଳଖ ସରକାରଙ୍କ ନିଜସ୍ବ ଡିଜିଟାଲ ଉଦ୍ୟମକୁ ପ୍ରଭାବିତ କରିବ। ନିବେଶର ଲକ୍ଷ୍ୟସ୍ଥଳ ଭାବରେ ଭାରତ ନିଜର ସ୍ଥିତି ହରାଇବ। ବର୍ତ୍ତମାନ ପରିସ୍ଥିତିରେ ସରକାର ସବୁଠୁ ବଡ଼ କ୍ଷତି ସହିବେ। ସରକାର ନିଜ ଗୋଡ଼କୁ ନିଜେ କୁରାଢ଼ୀ ମାରିଛନ୍ତି। ଏଣୁ ଟେଲିକମ୍‌ କ୍ଷେତ୍ରକୁ ବଞ୍ଚାଇବା ପାଇଁ ଉପାୟ ଏବଂ ମାଧ୍ୟମ ଖୋଜିବା ବର୍ତ୍ତମାନ ସରକାରଙ୍କ ପ୍ରମୁଖ ଦାୟିତ୍ୱ। ସୁପ୍ରିମ୍‌କୋର୍ଟରେ ଏଜିଆର୍‌ ଦେୟ ଆଦାୟ ଉପରେ ଚାପ ପକାଇ ସରକାର ଏହି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ତେଣୁ ସରକାର ହିଁ ଏହାର ସମାଧାନ ବାହାର କରିବା ଦରକାର। ଜନସାଧାରଣ ଆଶା କରୁଛନ୍ତି, ସରକାର ଫ୍ରାଙ୍କେନ୍‌ଷ୍ଟାଇନ ରାକ୍ଷସ ରୂପେ ପରିଣତ ହେବାରୁ ନିଜକୁ ରକ୍ଷା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri