ଆଜିଠୁ ସମୁଦ୍ରମୁହାଁ ମାଛଧରା ଡଙ୍ଗା

ଭୋଗରାଇ, ୧୪।୬(ଡି.ଏନ.ଏ.)-୩ମାସ ଧରି ସରକାରୀ କଟକଣା ପରେ ସୋମବାରଠୁ ସମୁଦ୍ରମୁହାଁ ହୋଇଛି ସହସ୍ରାଧିକ ମାଛଧରା ଟ୍ରଲର। ଏଥିପାଇଁ ବାଲେଶ୍ୱର ଉପକୂଳ ଚଳଚଞ୍ଚଳ ହୋଇପଡିଛି। ଲକ୍‌ଡାଉନ୍‌ ସତ୍ତ୍ୱେ ଝଡ଼ବର୍ଷାକୁ ଖାତିର୍‌ ନ କରି ସୋମବାର ଶୁଭବେଳାରେ ବାହାରିଛନ୍ତି ମତ୍ସ୍ୟଜୀବୀମାନେ। ବେରୋଜଗାର ହୋଇପଡ଼ିଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାରରେ ଏବେ ଖୁସିର ମାହୋଲ। ଜୀବନକୁ ବାଜି ଲଗାଇ ମତ୍ସ୍ୟଜୀବୀମାନେ ଟ୍ରଲର, ଭୁଟଭୁଟି ଓ ଛୋଟ ଡଙ୍ଗାରେ ଗଙ୍ଗା ମା’ଙ୍କୁ ପୂଜାର୍ଚ୍ଚନା କରି ବାହାରିଛନ୍ତି ଗଭୀର ସମୁଦ୍ରକୁ। ଅନ୍ୟପଟେ ଅଶାନ୍ତ ସମୁଦ୍ର ଉତ୍ତାଳ ଢ଼େଉ ସାମୁଦ୍ରିକ ଝଡ଼କୁ ନେଇ ପରିବାର ଲୋକେ ଆତଙ୍କିତ ମଧ୍ୟରେ ରହିଛନ୍ତି।
ବର୍ଷାଋତୁ ଆଗମନ ହେତୁ ଜାଲରେ ପ୍ରଚୁର ପରିମାଣରେ ଲୁଣି ମାଛ ପଡିବାର ଆଶା ବାନ୍ଧିଛନ୍ତି ମତ୍ସ୍ୟଜୀବୀମାନେ। ବାଲେଶ୍ୱର ଉପକୂଳର ଉଦୟପୁର, ତାଳସାରୀ, ରଣସିଂପୁର, କୀର୍ତ୍ତନିଆ, ଚୌମୁଖ, ଡଗରା, କଷାଫଳ, ବଳରାମଗଡ଼ି ଆଦି ମାଛମରା କେନ୍ଦ୍ର(ଜେଟି)ରେ ମତ୍ସ୍ୟଜୀବୀ ସଜବାଜ ହେଉଥିବାରୁ ସମୁଦ୍ରକୂଳିଆ ଲୋକେ ଲୁଣିମାଛର ସ୍ବାଦ ଚାଖିବେ ବୋଲି ଅପେକ୍ଷା କରିଛନ୍ତି। ଅପରପକ୍ଷେ ଡଙ୍ଗା ମାଲିକମାନେ ମତ୍ସ୍ୟଜୀବୀଙ୍କୁ ଆଗୁଆ ଅର୍ଥ ଦେଇ ମତ୍ସ୍ୟଜୀବୀଙ୍କ ମନୋବଳ ବଢ଼ାଇଛନ୍ତି। ଚଳିତବର୍ଷ ମୌସୁମୀର ନିୟମିତତା ରହିଲେ ‘ଇଲିସି’ ବହୁଳ ଭବେ ଜାଲରେ ଧରାହେବ ବୋଲି ଟ୍ରଲର ଓ ଡଙ୍ଗା ମାଲିକମାନେ ଆଶା ରଖିଛନ୍ତି। ଲୁଣି ମାଛ ଧରାହେଲେ ବଜାରରେ ଚଢ଼ା ମୂଲ୍ୟରେ ବିକ୍ରି ହେଉଥିବା ମଧୁର ଜଳର ମାଛର ମୂଲ୍ୟ ହ୍ରାସ ହେବ ବୋଲି ଖାଉଟିମାନେ କହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ୭୬ ବର୍ଷୀୟ ବୃଦ୍ଧଙ୍କୁ କରୋନା: ସ୍ବାସ୍ଥ୍ୟାବସ୍ଥା ଗୁରୁତର; କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା

ବରଗଡ଼ ଅଫିସ, ୧୬।୬: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ଜଣେ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି...

ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ହାଟଡ଼ିହୀ,୧୭ା୩(ଡିି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢା ପଞ୍ଚାୟତ ସରପଞ୍ଚ ପଦବୀ ଲାଗି ହୋଇଥିବା ନିର୍ବାଚନରେ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ପରାଜିତ...

ରାସ୍ତା ନିର୍ମାଣ ଦାବି

ଢେଙ୍କାନାଳ ଅଫିସ, ୨୮ା୧୨ ବନ୍ଦ ହୋଇପଡ଼ିଥିବା ରାସ୍ତାର ଉନ୍ନତୀକରଣ କରିବା ଦାବି କରି ସୋମବାର ଢେଙ୍କାନାଳ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଓଡ଼ାପଡ଼ା ବ୍ଲକ ଡେଙ୍ଗବୋରେଇ...

ରୋଗୀଙ୍କୁ ଆଣୁୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ପାପଡାହାଣ୍ଡି,୨୯।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡିରୁ କୋଷାଗୁମୁଡ଼ା ରାସ୍ତା ତଣ୍ଡାଗୁଡା ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଆହତ ହୋଇଛନ୍ତି...

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ, ୧୧।୨: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଡେପୁଟି ରେଞ୍ଜର କେଶବ ନାୟକଙ୍କ ବଲାଙ୍ଗୀର ସାଗରପଡା ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ...

କ୍ୱାକ୍‌ ଚିକିତ୍ସା: ଔଷଧ, ଇଞ୍ଜେକ୍‌ସନ ନେଇ ମହିଳା ଗୁରୁତର

ପାରାଦୀପ,୧୩।୮(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ବସ୍ତିରେ ଶୁକ୍ରବାର ଜଣେ ମହିଳା କ୍ୱାକଙ୍କ ପାଖରେ ଚିକିତ୍ସିତ ହୋଇ ଗୁରୁତର ହୋଇଛନ୍ତି। ତାଙ୍କୁ ପରିବାର ଲୋକେ ଅଠରବାଙ୍କି ବିଜୁ ମେମୋରିଆଲ...

ଗଞ୍ଜାମରେ ବ୍ୟାପୁଛି କାମଳ ରୋଗ; ୨୦୧୬ରୁ ୫୪୯ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ୍‌,୨୯ା୭-ଗଞ୍ଜାମ ଜିଲାରେ କାମଳ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ମହାମାରୀ ରୂପ ନେଇ ନ ଥିଲେ ମଧ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ...

ବାଟବଣା ରୁର୍ବାନ ମିଶନ

ଯାଜପୁର ଅଫିସ,୧୭ା୧: ଦୀର୍ଘ ସ୍ଥାୟୀ ସୁରକ୍ଷିତ ଜୀବିକା, ଆୟ ବୃଦ୍ଧିକାରୀ ସମ୍ପତ୍ତି ସୃଷ୍ଟି, ମୁଣ୍ଡପିଛା ଆୟ ବୃଦ୍ଧି ଇତ୍ୟାଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର...

Advertisement
Archives

Model This Week