ଆଜିଠୁ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ‘ଇଜ୍‌ତମା’

ରସୁଲପୁର,୨୯।୨(ଡିଏନଏ): ବରୀ ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ଅଭିବକ୍ତ ବ୍ରହ୍ମବରଦା ଅଞ୍ଚଳରେ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ଆୟୋଜନକୁ ନେଇ ସମସ୍ତଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି। ଏହି ସମ୍ମିଳନୀ ପାଇଁ ୪ମାସ ଧରି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଛି। ଖୋଦ୍‌ ବରୀ ବିଧାୟିକା ସୁନନ୍ଦା ଦାସ ଓ ବରୀର ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସ ଓ ତାଙ୍କ ସହକର୍ମୀଗଣଙ୍କ ଅକ୍ଳାନ୍ତ ପରିଶ୍ରମ, ଘନଘନ ବୈଠକ ଯୋଗୁ ଏହି ସମ୍ମିଳନୀ ସଫଳ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଠିକ୍‌ଭାବେ ପରିଚାଳନା କରିବାରେ ମୁସଲିମ୍‌ ସମ୍ପ୍ରଦାୟର ଯେତିକି ଅବଦାନ ରହିଛି, ସମପରିମାଣର ଅବଦାନ ରହିଛି ହିନ୍ଦୁ ସଂପ୍ରଦାୟର ଲୋକଙ୍କର। ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସୁରକ୍ଷାକର୍ମୀ ସଜାଗ ହୋଇ ରହିଛନ୍ତି। କମାଣ୍ଡୋ ବାହିନୀ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ସୁରକ୍ଷା ଅଧିକାରୀମାନେ ସମ୍ମିଳନୀ ପଡିଆର ବିଭିନ୍ନ ପାର୍ଶ୍ୱକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ଏହିକ୍ରମରେ ଶୁକ୍ରବାର ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ ମୁନ୍ନା ଖାଁ ଇଜ୍‌ତମା ସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି। ସେ ସମ୍ମିଳନୀକୁ ନେଇ ହୋଇଥିବା ଆୟୋଜନକୁ ପ୍ରସଂଶା କରିଛନ୍ତି।

ଚଳଚଞ୍ଚଳ ଇଜ୍‌ତମା ପଡ଼ିଆ

ଇଜ୍‌ତମା ପଡିଆରେ ଯାତ୍ରୀବାହୀ ବସ୍‌ ଲାଗିଲାଣି। ଶ୍ରଦ୍ଧାଳୁଙ୍କ ଭିଡ କ୍ରମଶଃ ବଢିବାରେ ଲାଗିଛି। ରିପୋର୍ଟ ଲେଖାହେଲା ବେଳକୁ ଧର୍ମ ସମ୍ମିଳନୀ ସ୍ଥଳରେ ପ୍ରାୟତଃ ୩୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହଲେଣି। ପଡିଆରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଯୋଗୁ ରାତି ଦିନର ଭ୍ରମ ସୃଷ୍ଟି କରୁଛି। ସମ୍ମିଳନୀ ସ୍ଥଳରେ ଲକ୍ଷାଧିକ ଭକ୍ତଙ୍କ ରାତ୍ରୀ ଯାପନ କରିବାର ବନ୍ଦୋବସ୍ତ କରାଯାଇଛି। ସେମାନଙ୍କ ପାଇଁ ରହିବା, ଖାଇବା, ଗାଧୋଇବା, ଶୌଚ ହେବା ପାଇଁ ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ସରିଛି। ଆଶୁ ଚିକିତ୍ସା ପାଇଁ ଔଷଧ ଓ ଫଷ୍ଟେଡ ବକ୍ସ ପ୍ରସ୍ତୁତ ରହିଛି।

ଅତିଥି ଅପେକ୍ଷାରେ ମଞ୍ଚ

ମଞ୍ଚ ନିର୍ମାଣ କାର୍ଯ୍ୟ ସରିଯାଇଛି। ମଞ୍ଚ ତଳେ ଭକ୍ତମାନେ ଧର୍ମବାଣୀ ଶୁଣିବା ପାଇଁ କ୍ଷେତ୍ର ବି ପ୍ରସ୍ତୁତି ସରିଛି। ତେବେ ମଞ୍ଚ ଉପରକୁ କେତେବେଳେ ଅତିଥିମାନେ ଆସିବେ ଓ ସେମାନଙ୍କ ମୁଖ ନିସୃତ ଧର୍ମବାଣୀ ଶୁଣିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏବେସୁଦ୍ଧା ଓଡିଶାର ବିଭିନ୍ନ ଜିଲାରୁ ଭକ୍ତ ଆସି ସମ୍ମିଳନୀସ୍ଥଳରେ ପହଞ୍ଚିବା ଆରମ୍ଭ କଲେଣି। ଏପରିକି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରୁ ଭକ୍ତମାନେ ଆସିବା ଆରମ୍ଭ କଲେଣି।

ସୁରକ୍ଷା ବ୍ୟବସ୍ଥା କଡାକଡ଼ି
ଧର୍ମ ସମ୍ମିଳନୀ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡାକଡ୍ଡି କରାଯାଇଛି। ଏଥିପାଇଁ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷାକୁ ନିୟନ୍ତ୍ରଣ କରିବା ସକାଶେ ୨ଜଣ ଅତିରିକ୍ତ ଏସପି ୬ଜଣ ଏସଡିପିଓ ଓ ଡିଏସ୍‌ପି, ୫ଜଣ ଇନ୍‌ସପେକ୍ଟର, ୧୫ଜଣ ସବଇନ୍ସପେକ୍ଟରଙ୍କୁ ମୁତୟନ କରାଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୭୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଚାସେବୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ଆଲ୍‌ମି ଇଜ୍‌ତମା କ’ଣ

ଏହି ଧର୍ମ ସମ୍ମିଳନୀ ଅର୍ଥ କାହିଁକି ଆଲ୍‌ମି ଇଜ୍‌ତମା ରଖାଯାଇଛି, ସେ ନେଇ ଶୁକ୍ରବାର ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାର ଅର୍ଥ ହେଉଛ ସମଗ୍ର ମାନବାଜାତି ଜଣେ ମାଲିକର ସନ୍ତାନ। ଏହି ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର କରିବା ପାଇଁ ଏହି ଧର୍ମ ସମ୍ମିଳନୀର ନାମ ଆଲ୍‌ମି ଅର୍ଥାତ ବିଶ୍ୱ ଇଜ୍‌ତେମା ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହାବେଳିପଡ଼ିଆରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସହ ସିଦ୍ଧାର୍ଥ ନାୟକ (୨୩) ନାମକ ଜଣେ...

ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରହିଛି। ତେବେ ଏହି ମାମଲାରେ ଗୁରୁବାର ସୌମ୍ୟଙ୍କ ଘରେ ୫ ଜଣିଆ...

ବେତନଟୀ ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଦୋଷୀ ଯୁବକଙ୍କୁ ଫାଶୀ

ବାରିପଦା ଅଫିସ,୨୮ା୮- ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ମୟୂରଭଞ୍ଜ ଅତିରିକ୍ତ ଜିଲା ଦୌରାଜଜ ବୁଧବାର ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ପ୍ରଦାନ...

ମିଶନ ଚନ୍ଦ୍ରୟାନ : ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିଲେ ବୈଜ୍ଞାନିକ

ପୁରୀ ଅଫିସ, ୨।୮ : ମିଶନ ଚନ୍ଦ୍ରୟାନ-୨ର ସଫଳତା ପଛରେ ରହିଛି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଉପଦେଶ। ମହାକାଶ ବିଜ୍ଞାନ...

୨ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଦେବଗଡ଼/ରିଆମାଳ,୧୩।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ବ୍ଲକ ଛତାବରସ୍ଥିତ ଜଟିଆନାଳୀଠାରେ ସୋମବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ...

ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ତିହିଡ଼ି, ୨୩।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ପଞ୍ଚାୟତ ରାଢ଼ଙ୍ଗ ଗ୍ରାମର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଶୁକ୍ରବାର ପୋଲିସ...

ପ୍ରାର୍ଥୀଙ୍କୁ ପିଟିଲେ

ଚିକିଟି,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁନାପୁର ପଞ୍ଚାୟତର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଗ୍ରାମବାସୀ ମାଡ଼ମାରି ଥିବା ଜଣାପଡିଛି। ପ୍ରାର୍ଥୀ ଜଣକ ୪ଟି ବାଇକ୍‌ରେ କିଛି...

ଦୁଇଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୧୦ (ବ୍ୟୁରୋ): ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ପଶ୍ଚିମବଙ୍ଗ ତତସଂଲଗ୍ନ ଉତ୍ତର ଓଡ଼ିଶାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement
Archives

Model This Week