ଆଜିଠୁ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ‘ଇଜ୍‌ତମା’

ରସୁଲପୁର,୨୯।୨(ଡିଏନଏ): ବରୀ ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ଅଭିବକ୍ତ ବ୍ରହ୍ମବରଦା ଅଞ୍ଚଳରେ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ଆୟୋଜନକୁ ନେଇ ସମସ୍ତଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି। ଏହି ସମ୍ମିଳନୀ ପାଇଁ ୪ମାସ ଧରି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଛି। ଖୋଦ୍‌ ବରୀ ବିଧାୟିକା ସୁନନ୍ଦା ଦାସ ଓ ବରୀର ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସ ଓ ତାଙ୍କ ସହକର୍ମୀଗଣଙ୍କ ଅକ୍ଳାନ୍ତ ପରିଶ୍ରମ, ଘନଘନ ବୈଠକ ଯୋଗୁ ଏହି ସମ୍ମିଳନୀ ସଫଳ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଠିକ୍‌ଭାବେ ପରିଚାଳନା କରିବାରେ ମୁସଲିମ୍‌ ସମ୍ପ୍ରଦାୟର ଯେତିକି ଅବଦାନ ରହିଛି, ସମପରିମାଣର ଅବଦାନ ରହିଛି ହିନ୍ଦୁ ସଂପ୍ରଦାୟର ଲୋକଙ୍କର। ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସୁରକ୍ଷାକର୍ମୀ ସଜାଗ ହୋଇ ରହିଛନ୍ତି। କମାଣ୍ଡୋ ବାହିନୀ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ସୁରକ୍ଷା ଅଧିକାରୀମାନେ ସମ୍ମିଳନୀ ପଡିଆର ବିଭିନ୍ନ ପାର୍ଶ୍ୱକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ଏହିକ୍ରମରେ ଶୁକ୍ରବାର ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ ମୁନ୍ନା ଖାଁ ଇଜ୍‌ତମା ସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି। ସେ ସମ୍ମିଳନୀକୁ ନେଇ ହୋଇଥିବା ଆୟୋଜନକୁ ପ୍ରସଂଶା କରିଛନ୍ତି।

ଚଳଚଞ୍ଚଳ ଇଜ୍‌ତମା ପଡ଼ିଆ

ଇଜ୍‌ତମା ପଡିଆରେ ଯାତ୍ରୀବାହୀ ବସ୍‌ ଲାଗିଲାଣି। ଶ୍ରଦ୍ଧାଳୁଙ୍କ ଭିଡ କ୍ରମଶଃ ବଢିବାରେ ଲାଗିଛି। ରିପୋର୍ଟ ଲେଖାହେଲା ବେଳକୁ ଧର୍ମ ସମ୍ମିଳନୀ ସ୍ଥଳରେ ପ୍ରାୟତଃ ୩୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହଲେଣି। ପଡିଆରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଯୋଗୁ ରାତି ଦିନର ଭ୍ରମ ସୃଷ୍ଟି କରୁଛି। ସମ୍ମିଳନୀ ସ୍ଥଳରେ ଲକ୍ଷାଧିକ ଭକ୍ତଙ୍କ ରାତ୍ରୀ ଯାପନ କରିବାର ବନ୍ଦୋବସ୍ତ କରାଯାଇଛି। ସେମାନଙ୍କ ପାଇଁ ରହିବା, ଖାଇବା, ଗାଧୋଇବା, ଶୌଚ ହେବା ପାଇଁ ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ସରିଛି। ଆଶୁ ଚିକିତ୍ସା ପାଇଁ ଔଷଧ ଓ ଫଷ୍ଟେଡ ବକ୍ସ ପ୍ରସ୍ତୁତ ରହିଛି।

ଅତିଥି ଅପେକ୍ଷାରେ ମଞ୍ଚ

ମଞ୍ଚ ନିର୍ମାଣ କାର୍ଯ୍ୟ ସରିଯାଇଛି। ମଞ୍ଚ ତଳେ ଭକ୍ତମାନେ ଧର୍ମବାଣୀ ଶୁଣିବା ପାଇଁ କ୍ଷେତ୍ର ବି ପ୍ରସ୍ତୁତି ସରିଛି। ତେବେ ମଞ୍ଚ ଉପରକୁ କେତେବେଳେ ଅତିଥିମାନେ ଆସିବେ ଓ ସେମାନଙ୍କ ମୁଖ ନିସୃତ ଧର୍ମବାଣୀ ଶୁଣିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏବେସୁଦ୍ଧା ଓଡିଶାର ବିଭିନ୍ନ ଜିଲାରୁ ଭକ୍ତ ଆସି ସମ୍ମିଳନୀସ୍ଥଳରେ ପହଞ୍ଚିବା ଆରମ୍ଭ କଲେଣି। ଏପରିକି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରୁ ଭକ୍ତମାନେ ଆସିବା ଆରମ୍ଭ କଲେଣି।

ସୁରକ୍ଷା ବ୍ୟବସ୍ଥା କଡାକଡ଼ି
ଧର୍ମ ସମ୍ମିଳନୀ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡାକଡ୍ଡି କରାଯାଇଛି। ଏଥିପାଇଁ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷାକୁ ନିୟନ୍ତ୍ରଣ କରିବା ସକାଶେ ୨ଜଣ ଅତିରିକ୍ତ ଏସପି ୬ଜଣ ଏସଡିପିଓ ଓ ଡିଏସ୍‌ପି, ୫ଜଣ ଇନ୍‌ସପେକ୍ଟର, ୧୫ଜଣ ସବଇନ୍ସପେକ୍ଟରଙ୍କୁ ମୁତୟନ କରାଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୭୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଚାସେବୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ଆଲ୍‌ମି ଇଜ୍‌ତମା କ’ଣ

ଏହି ଧର୍ମ ସମ୍ମିଳନୀ ଅର୍ଥ କାହିଁକି ଆଲ୍‌ମି ଇଜ୍‌ତମା ରଖାଯାଇଛି, ସେ ନେଇ ଶୁକ୍ରବାର ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାର ଅର୍ଥ ହେଉଛ ସମଗ୍ର ମାନବାଜାତି ଜଣେ ମାଲିକର ସନ୍ତାନ। ଏହି ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର କରିବା ପାଇଁ ଏହି ଧର୍ମ ସମ୍ମିଳନୀର ନାମ ଆଲ୍‌ମି ଅର୍ଥାତ ବିଶ୍ୱ ଇଜ୍‌ତେମା ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri