ଆଜିଠୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା। ସୋମବାରଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ସେଥିପାଇଁ ସ୍କୁଲଗୁଡ଼ିକୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାର ଜାରି କରିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରମାନଙ୍କ ବସିବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି। ତେବେ ସ୍କୁଲକୁ ଆସିବାକୁ ଥିବା ଛାତ୍ରୀଛାତ୍ରଙ୍କୁ ମାତାପିତାଙ୍କଠାରୁ ଅନୁମତି ପତ୍ର ଆଣିବାକୁ କୁହାଯାଇଛି। ଯେଉଁ ଛାତ୍ରୀଛାତ୍ର ସ୍କୁଲ ଆସିବେ ନାହିଁ ସେମାନେ ଅନ୍‌ଲାଇନ ଜରିଆରେ ପଢ଼ିବା ବ୍ୟବସ୍ଥା କରାଯାଇଛି।
ରବିବାର ଗଣମାଧ୍ୟମକୁ ସୂଚନା ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଗୃହଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ସାନିଟାଇଜ କରାଯାଇଛି ଓ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଜିଲାଗୁଡ଼ିକର ନୋଡାଲ ଅଫିସରମାନେ ପ୍ରସ୍ତୁତିକୁ ତଦାରଖ କରିଛନ୍ତି। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କଠାରୁ ଅନୁମତିପତ୍ର ଆଣିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ସ୍କୁଲ ଆସିବେ ନାହିଁ, ସେମାନଙ୍କ ପାଇଁ ଅନ୍‌ଲାଇନ ପଢ଼ିବା ବ୍ୟବସ୍ଥା କରାଯାଇଛି। ଆଶା କରାଯାଉଛି ସ୍କୁଲଗୁଡ଼ିକରେ ପିଲାମାନଙ୍କର ଉପସ୍ଥାନ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଆସନ୍ତା ଅଗଷ୍ଟ ୧୬ରୁ ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଉଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଏହି ଶେଣୀର ପିଲାଙ୍କ ପାଇଁ ଛାତ୍ରାବାସ ମଧ୍ୟ ସୋମବାରଠାରୁ ଖୋଲିବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ସରକାର ଏସ୍‌ଓପି ଜାରି କରିଛନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆବଶ୍ୟକ ବ୍ୟବଧାନ ରଖିବା ପାଇଁ ସ୍କୁଲ ଓ ଛାତ୍ରାବାସ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଛାତ୍ରାବାସଗୁଡ଼ିକରେ ଥିବା ପାଇଖାନାଗୁଡ଼ିକୁ ନିୟମିତ ବ୍ୟବଧାନରେ ଭଲ ଭାବରେ ବିଶୁଦ୍ଧୀକରଣ କରାଯିବ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ପରିମାଣର ସାବୁନ, ହ୍ୟାଣ୍ଡ ସାନିଟାଇଜର ରଖିବା ବାଧ୍ୟତାମୂଳକ। ଛାତ୍ରାବାସଗୁଡ଼ିକରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ଭଲ ଭାବେ କାଉନ୍‌ସେଲିଂ କରିବା, ଛାତ୍ରାବାସକୁ ପ୍ରବେଶ ପୂର୍ବରୁ ମାତାପିତାଙ୍କ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅନୁଷ୍ଠାନ କର୍ତ୍ତୃପକ୍ଷ ସ୍ଥାନୀୟ ଚିକିତ୍ସା ଅଧିକାରୀଙ୍କ ସହ ବରାବର ଯୋଗାଯୋଗରେ ରହିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସ ଅନ୍ତେବାସୀଙ୍କୁ ଏକାଠି ହେବା ନେଇ ବାରଣ କରାଯାଇଛି। ଏ ନେଇ କର୍ତ୍ତୃପକ୍ଷ ନଜର ରଖିବେ। ଆଗୁଆ ଏକ ଖାଲି କୋଠରି ପ୍ରସ୍ତୁତ ରଖିବାକୁ କୁହାଯାଇଛି। କୌଣସି ଅନ୍ତେବାସୀ ଅସୁସ୍ଥ ଅନୁଭବ କଲେ ସେଠାରେ ରଖାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫୬ ଇକୋନୋମିକ୍‌ ଇନ୍‌ଭେଷ୍ଟିଗେଟରଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨।୭(ବ୍ୟୁରୋ): ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଲାଗି ବିକାଶମୂଳକ ଯୋଜନାରେ ଗୋଷ୍ଠୀଗତ ସମ୍ପୃକ୍ତି ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯୋଜନା ଓ ସଂଯୋଜନ...

ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ସରକାର ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂଗରୋଧର ବ୍ୟବସ୍ଥା କରିଥିଲେ। ହେଲେ ସହରାଞ୍ଚଳରେ ସେଭଳି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏହାଛଡ଼ା...

ଖାଦାନ ବନ୍ଦ କରି ସାଟେଲାଇଟ୍‌ ମାପକୁ ବିରୋଧ

ଯାଜପୁର ଅଫିସ,୭ା୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଲିଜ୍‌ପ୍ରାପ୍ତ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ କଳାପଥର ଖାଦାନ ଗତ ୮ ଦିନ ହେଲା ବନ୍ଦ ରହିଛି।...

ଆଇଏଏସ୍‌ ଅଫିସରଙ୍କୁ ପଦୋନ୍ନତି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ରାଜ୍ୟ ସରକାର ବରିଷ୍ଠ ଓ କନିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ଦେଇଛନ୍ତି। ସ୍ବରାଷ୍ଟ୍ର ବିଭାଗ ପ୍ରମୁଖ ସଚିବ ସଞ୍ଜୀବ...

ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ହାଇକୋର୍ଟ

କଟକ ଅଫିସ,୨୩ା୫: ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହଁ ବୋଲି ଶନିବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋରାପୁଟ ଜିଲା ପଟାଙ୍ଗୀ...

ଟ୍ରମା କେୟାରକୁ ଆନ୍ତରିକତା ନାହିଁ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଓଡ଼ିଶାରେ ଘଟୁଥିବା ପ୍ରତି ୧୦୦ ଦୁର୍ଘଟଣାରେ ୪୮ଜଣ ପ୍ରାଣ ହରାଉଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। ଏହାକୁ ରୋକିବାରେ ସରକାର ବିଫଳ...

ସବୁ ଜିଲାପାଳଙ୍କୁ ଖରିଫ ସର୍କୁଲାର ଜାରିକଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯ା୬(ବ୍ୟୁରୋ): ଖରିଫ୍‌ ୨୦୨୩ କାର୍ଯ୍ୟକ୍ରମରେ ରାଜ୍ୟର ୬୧.୮୦ ଲକ୍ଷ ହେକ୍ଟର ଚାଷଜମିରୁ ୧୧୬.୮୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ, ୨.୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ତୈଳବୀଜ,...

ଆଜି କରୋନା ନେଲା ୪ ଜୀବନ

ଭୁବନେଶ୍ୱର,୬।୧୦(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୨୨୭...

Advertisement
Archives

Model This Week