ଆଜିଠୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା। ସୋମବାରଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ସେଥିପାଇଁ ସ୍କୁଲଗୁଡ଼ିକୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାର ଜାରି କରିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରମାନଙ୍କ ବସିବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି। ତେବେ ସ୍କୁଲକୁ ଆସିବାକୁ ଥିବା ଛାତ୍ରୀଛାତ୍ରଙ୍କୁ ମାତାପିତାଙ୍କଠାରୁ ଅନୁମତି ପତ୍ର ଆଣିବାକୁ କୁହାଯାଇଛି। ଯେଉଁ ଛାତ୍ରୀଛାତ୍ର ସ୍କୁଲ ଆସିବେ ନାହିଁ ସେମାନେ ଅନ୍‌ଲାଇନ ଜରିଆରେ ପଢ଼ିବା ବ୍ୟବସ୍ଥା କରାଯାଇଛି।
ରବିବାର ଗଣମାଧ୍ୟମକୁ ସୂଚନା ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଗୃହଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ସାନିଟାଇଜ କରାଯାଇଛି ଓ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଜିଲାଗୁଡ଼ିକର ନୋଡାଲ ଅଫିସରମାନେ ପ୍ରସ୍ତୁତିକୁ ତଦାରଖ କରିଛନ୍ତି। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କଠାରୁ ଅନୁମତିପତ୍ର ଆଣିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ସ୍କୁଲ ଆସିବେ ନାହିଁ, ସେମାନଙ୍କ ପାଇଁ ଅନ୍‌ଲାଇନ ପଢ଼ିବା ବ୍ୟବସ୍ଥା କରାଯାଇଛି। ଆଶା କରାଯାଉଛି ସ୍କୁଲଗୁଡ଼ିକରେ ପିଲାମାନଙ୍କର ଉପସ୍ଥାନ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଆସନ୍ତା ଅଗଷ୍ଟ ୧୬ରୁ ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଉଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଏହି ଶେଣୀର ପିଲାଙ୍କ ପାଇଁ ଛାତ୍ରାବାସ ମଧ୍ୟ ସୋମବାରଠାରୁ ଖୋଲିବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ସରକାର ଏସ୍‌ଓପି ଜାରି କରିଛନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆବଶ୍ୟକ ବ୍ୟବଧାନ ରଖିବା ପାଇଁ ସ୍କୁଲ ଓ ଛାତ୍ରାବାସ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଛାତ୍ରାବାସଗୁଡ଼ିକରେ ଥିବା ପାଇଖାନାଗୁଡ଼ିକୁ ନିୟମିତ ବ୍ୟବଧାନରେ ଭଲ ଭାବରେ ବିଶୁଦ୍ଧୀକରଣ କରାଯିବ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ପରିମାଣର ସାବୁନ, ହ୍ୟାଣ୍ଡ ସାନିଟାଇଜର ରଖିବା ବାଧ୍ୟତାମୂଳକ। ଛାତ୍ରାବାସଗୁଡ଼ିକରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ଭଲ ଭାବେ କାଉନ୍‌ସେଲିଂ କରିବା, ଛାତ୍ରାବାସକୁ ପ୍ରବେଶ ପୂର୍ବରୁ ମାତାପିତାଙ୍କ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅନୁଷ୍ଠାନ କର୍ତ୍ତୃପକ୍ଷ ସ୍ଥାନୀୟ ଚିକିତ୍ସା ଅଧିକାରୀଙ୍କ ସହ ବରାବର ଯୋଗାଯୋଗରେ ରହିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସ ଅନ୍ତେବାସୀଙ୍କୁ ଏକାଠି ହେବା ନେଇ ବାରଣ କରାଯାଇଛି। ଏ ନେଇ କର୍ତ୍ତୃପକ୍ଷ ନଜର ରଖିବେ। ଆଗୁଆ ଏକ ଖାଲି କୋଠରି ପ୍ରସ୍ତୁତ ରଖିବାକୁ କୁହାଯାଇଛି। କୌଣସି ଅନ୍ତେବାସୀ ଅସୁସ୍ଥ ଅନୁଭବ କଲେ ସେଠାରେ ରଖାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?