ଆଜିଠୁ ଇ-ଟିକେଟରେ ଆଦାୟ ହେବ ସର୍ଭିସ ଚାର୍ଜ; ଅଣ ଏସିରେ ୧୫, ଏସିରେ ୩୦ଲାଗିବ

ନୂଆଦିଲ୍ଲୀ,୧-୯: ରବିବାରଠାରୁ ଆଇଆର୍‌ସିଟିସିରୁ ଇ-ଟିକେଟ କିଣିବା ମହଙ୍ଗା ହେବ। ସେପ୍ଟେମ୍ବର ପହିଲାରୁ ଇ-ଟିକେଟ ଉପରେ ସର୍ଭିସ ଚାର୍ଜ ଆଦାୟ କରାଯିବ ବୋଲି ରେଲଓ୍ବେ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। ଆଇଆର୍‌ସିଟିସି ପକ୍ଷରୁ ଗତ ୩୦ରେ ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ତଦନୁଯାୟୀ ଅଣ ଏସି ଶ୍ରେଣୀ ଲାଗି ୧୫ ଓ ଏସି ପାଇଁ ୩୦ ଟଙ୍କା ସର୍ଭିସ ଚାର୍ଜ ଆଦାୟ କରାଯିବ। ଏହା ଉପରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ସ୍ବତନ୍ତ୍ର ଭାବେ ଆଦାୟ କରାଯିବ। ସୂଚନାଥାଉ କି, ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାକୁ ଯାଇ ମୋଦି ସରକାର ୩ ବର୍ଷ ପୂର୍ବେ ସର୍ଭିସ ଚାର୍ଜକୁ ପ୍ରତ୍ୟାହାର କରିନେଇଥିଲେ। ପୂର୍ବରୁ ଅଣ ଏସି ଶ୍ରେଣୀରେ ଇ-ଟିକେଟ ଉପରେ ୨୦ ଟଙ୍କା ଓ ସମସ୍ତ ପ୍ରକାର ଏସି ଶ୍ରେଣୀ ପାଇଁ ୪୦ ଟଙ୍କା ଆଦାୟ କରାଯାଉଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ, ସର୍ଭିସ ଚାର୍ଜ ପ୍ରତ୍ୟାହାର କରିବା ଅସ୍ଥାୟୀ ନିଷ୍ପତ୍ତି। ଏହାକୁ ଯେକୌଣସି ସମୟରେ ଲାଗୁ କରାଯିବ। ଅଧିକାରୀଙ୍କ କହିବାନୁଯାୟୀ, ସର୍ଭିସ ଚାର୍ଜ ପ୍ରତ୍ୟାହାର କରାଯିବା ପରେ ଆର୍ଥିକ ବର୍ଷ ୨୦୧୬-୧୭ରେ ଆଇଆର୍‌ସିଟିସିର ଇଣ୍ଟରନେଟ ଟିକେଟ ରାଜସ୍ବ ଆଦାୟ ୨୬% ହ୍ରାସ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦% ଅଧିକ ଘରୋଇ ଉଡ଼ାଣକୁ ଅନୁମତି

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ଲାଗି ଖୁସି ଖବର। କେନ୍ଦ୍ର ସରକାର ଦେଶ ମଧ୍ୟରେ ୧୦% ଅଧିକ ବିମାନ ଚଳାଚଳ ଲାଗି ବୁଧବାର ଅନୁମତି ପ୍ରଦାନ କରିଛନ୍ତି।...

ସୁନା ଅଳଙ୍କାରରେ ହଲ୍‌ମାର୍କ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫-୧: ଏଣିକି ଦେଶ ମଧ୍ୟରେ ସୁନା ଅଳଙ୍କାର ଏବଂ କଳାକୃତିର ହଲ୍‌ମାର୍କକୁ ବାଧ୍ୟତାମୂଳକ କରାଯିବ। ୧୫ ଜାନୁୟାରୀ ୨୦୨୦ଠାରୁ ହଲ୍‌ମାର୍କିଂ ବାଧ୍ୟତାମୂଳକ ଲାଗି କେନ୍ଦ୍ର ଖାଉଟି...

ନୂଆ ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ବୁଧବାର ଦେଶର ପୁଞ୍ଜିବଜାର କାରବାର ନୂଆ ରେକର୍ଡ ସ୍ତର ଛୁଇଁଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ରେକର୍ଡ ଉଚ୍ଚ...

ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ,୫-୨: ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୬ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକ...

କ୍ଷମତା ହିସାବରେ ଋଣ ଦିଅନ୍ତୁ ବ୍ୟାଙ୍କ: ନିର୍ମଳା ସୀତାରାମନ

ନୂଆଦିଲ୍ଲୀ,୨୫-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଋଣ ଯୋଗାଣ ସମୟରେ ନିଜର କ୍ଷମତା ଏବଂ ଦୁର୍ବଳତା ଭଳି ପ୍ରସଙ୍ଗଗୁଡିକୁ ବିଚାର କରିବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା...

ଗାଡ଼ି ଆମଦାନୀ ଶୁଳ୍କ;ନିଷ୍ପତ୍ତି ୬ ମାସ ଟାଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଡ଼ି ଆମଦାନୀ ଉପରେ ଲାଗୁଥିବା ଶୁଳ୍କରେ ଭାରି ବୃଦ୍ଧି କରିବାକୁ ଚାହୁଁଛନ୍ତି। ତେବେ ସେ ଏହି ନିଷ୍ପତ୍ତିକୁ ଆସନ୍ତା...

ଟିଭିଏସ୍‌କୁ ଲକ୍ଷେ ମାସ୍କ ଦେଲା ଦକ୍ଷିଣ କୋରିଆ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଅଙ୍ଗୁକ ଜେନ ସେଣ୍ଟର ପକ୍ଷରୁ ଟିଭିଏସ୍‌ ମୋଟର କମ୍ପାନୀକୁ ୧ଲକ୍ଷ ମାସ୍କ ପ୍ରଦାନ କରାଯାଇଛି। ଏହି ମାସ୍କ ଭାରତରେ ମାଗଣା...

ସରଳ ହେବ ଜିଏସ୍‌ଟି ରିଟର୍ନ ଫାଇଲ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ରିଟର୍ନ ଫାଇଲ ବେଳେ ଟିକସଦାତା ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଜିଏସ୍‌ଟି ରିଟର୍ନ...

Advertisement
Archives

Model This Week