ଆଜିଠାରୁ ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା: ଯୋଗଦେବେ ୧୮୦ କୁନି ବୈଜ୍ଞାନିକ

ଅନୁଗୋଳ ଅଫିସ, ୨୧।୧୨- ଅନୁଗୋଳ ହାଇସ୍କୁଲରେ ଶନିବାର ଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ୪୬ ତମ ବିଜ୍ଞାନମେଳା। ୩ ଦିନ ଧରି ହେବାକୁ ଥିବା ଏହି ବିଜ୍ଞାନମେଳାରେ ୧୮୦ ଜଣ କୁନି ବୈଜ୍ଞାନିକ ଯୋଗଦେବେ। ସେମାନଙ୍କୁ ଆଣିବାକୁ ବସ୍‌ ସୁବିଧା ହୋଇଥିବା ବେଳେ ରହିବା ଓ ଖାଇବା ପାଇଁ ଅନୁଗୋଳ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରକଳ୍ପ ପ୍ରଦର୍ଶନ ପାଇଁ ସ୍ଥାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି।
ଏହି ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀରେ ମୋଟ୍‌ ୧୮୦ଟି ପ୍ରକଳ୍ପ ପ୍ରଦର୍ଶନ କରାଯିବ। ଏଥିପାଇଁ ୧୮୦ ଜଣ କୁନି ବୈଜ୍ଞାନିକଙ୍କ ସହିତ ଜଣେ ଲେଖାଏ ଗାଇଡ ଶିକ୍ଷକଙ୍କୁ ମିଶାଇ ମୋଟ୍‌ ୩୬୦ ଜଣ ବିଜ୍ଞାନମେଳାରେ ଅଂଶଗ୍ରହଣ କରିବେ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୨୦ ଜଣ ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ଜଣେ ଲେଖାଏ ଗାଇଡ ଶିକ୍ଷକ ଅନୁଗୋଳରେ ପହଞ୍ଚିଥିବା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା ସୂଚନା ଦେଇଛନ୍ତି। ଆସୁଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଗାଇଡଙ୍କ ରେଜିଷ୍ଟ୍ରେଶନ୍‌ ପରେ ଅନୁଗୋଳ ହାଇସ୍କୁଲ, ସଂସ୍କୃତ ମହାବିଦ୍ୟାଳୟ, ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରାଯାଇଛି। ବିଶେଷକରି ୮୬ ଜଣ ଛାତ୍ରୀ ଓ ସେମାନଙ୍କ ୩୯ ଜଣ ଗାଇଡଙ୍କ ରହଣି ପାଇଁ ଅନୁଗୋଳ ହାଇସ୍କୁଲ ହଷ୍ଟେଲରେ ବ୍ୟବସ୍ଥା ହୋଇଛି। ଏହି ବିଜ୍ଞାନମେଳାର ପରିଚାଳନା ନିମନ୍ତେ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ୧୬ଟି ଟିମ୍‌ ଗଠନ କରିଛନ୍ତି। ଜିଲାର ୮୦ ଜଣ ବଛା ବଛା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ଜିଲାପାଳ ମନୋଜ କୁମାର ମହାନ୍ତି, ଏସ୍‌ପି ଜଗମୋହନ ମୀନା, କଲମ୍ବିଆ ବିଶ୍ୱ ବିଦ୍ୟାଳୟର ସହଯୋଗୀ ଚିକିତ୍ସା ବିଜ୍ଞାନ ଗବେଷକ ସୁନୀଲ କୁମାର ପାଣିଗ୍ରାହୀ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଗଙ୍ଗାଧର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜ୍ଞାନ ମେଳା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୨ ତାରିଖ ଅପରାହ୍ନରେ ଜାତୀୟ ଗଣିତ ଦିବସ ପାଳନ କରାଯିବ। ୨୩ ତାରିଖ ଉଦ୍‌ଯାପନୀ ଦିବସରେ ଛାତ୍ରୀଛାତ୍ରମାନେ ନାଲ୍‌କୋ ପରିଦର୍ଶନ କରିବେ। ଉଦ୍‌ଯାପନୀ ଉତ୍ସବରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଲେଟ ମିଶନର ପ୍ରଚାର ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୩୧।୫: ଅନୁଗୋଳ ଜିଲା କୃଷି ବିଭାଗ ଓ ଓ୍ବାସାନର ମିଳିତ ସହଯୋଗରେ ଅନୁଗୋଳସ୍ଥିତ ଏକ ହୋଟେଲଠାରେ ଆନ୍ତଃ ଜିଲା ମିଲେଟ କର୍ମଶାଳା ଓ ଖାଦ୍ୟ...

ଡାକବାଜି ଯନ୍ତ୍ରରେ ସଚେତନ କଲେ ଆଇଆଇସି

ମାଧପୁର, ୮ା୪- କରୋନା ସଂକ୍ରମଣ ରୋକିବାକୁ ଲୋକେ ଲକଡାଉନ କଟକଣାକୁ ସମ୍ପୂର୍ଣ୍ଣ ଭାବେ ମାନିବାକୁ ଅନୁଗୋଳ ଜିଲା ମାଧପୁର ବଜାରରେ ପୋଲିସ ପକ୍ଷରୁ ସଚେତନ କରାଯାଉଛି।...

ଆକର୍ଷିତ କରିପାରୁନି ପୂଜା ଅଫର

ଅନୁଗୋଳ ଅଫିସ, ୧୧ା୧୦: କୋଭିଡ୍‌ ସମୟ ହୋଇ ନ ଥିଲେ ଅନୁଗୋଳ ବଜାରରେ ଜମିଥାନ୍ତା ଗହଳି। ଦୈନିକ ହୋଇଥାନ୍ତା ବହୁ ଲକ୍ଷ ଟଙ୍କାର ବ୍ୟବସାୟ। ଭଳି କି...

ଗ୍ରାହକଙ୍କ ଲାଗି ତନିସ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ,୧୯।୧ – ପ୍ରମୁଖ ଗହଣା ବ୍ରାଣ୍ଡ ତନିସ୍କ ପକ୍ଷରୁ ଅନୁଗୋଳ ଶୋ’ରୁମରେ ଏହାର ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ...

ବଡ଼ବାବୁଙ୍କ ଝିଅ, ଭାଇଙ୍କ ପ୍ରତି ଅନୁକମ୍ପା

ଅନୁଗୋଳ ଅଫିସ, ୨୧।୧୨ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଚାଳନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଗାଦିମାଡ଼ି...

ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଅଭିଯୋଗ

(ଦୀନେଶ କୁମାର ଦେହୁରୀ) ବନ୍ତଳା,୩ା୯ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ଜଣେ ମହିଳା ମାଓବାଦୀଙ୍କୁ ଏଯାଏ ମିଳିନି ସମସ୍ତ ସରକାରୀ...

ତଳି ଅଞ୍ଚଳ ଜଳାର୍ଣ୍ଣବ

ଅନୁଗୋଳ/ତାଳଚେର, ୨୬।୬(ଅମିତ ସାମଲ/ମନୋଜ ନନ୍ଦ): ଉଛୁଳିଲା ଡ୍ରେନ୍‌। ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚତାର ପାଣି। କେବଳ ସହରତଳି ଅଞ୍ଚଳ ନୁହେଁ, କେଇ ଘଣ୍ଟାରେ ଜଳାର୍ଣ୍ଣବ ହୋଇଗଲା...

ସମ୍ପର୍କ ବାନ୍ଧିଛି ଶିକୁଳି

ଆଠମଲ୍ଲିକ,୧୮ା୫ (ଜୟଗୋପାଳ ଷଡ଼ଙ୍ଗୀ):  ବେରୋଜଗାର ସ୍ବାମୀ ରୋଗଗ୍ରସ୍ତ ହେବା ପରେ ଦୋହଲିଯାଇଥିଲା ନୀଳିମାଙ୍କ ମାନସିକ ସ୍ଥିତି। ସେବେଠୁ ବାହାରେ ବୁଲାବୁଲି କରୁଥିବା ନୀଳିମା ଶେଷରେ ପହଞ୍ଚି ଯାଇଥିଲେ...

Advertisement
Archives

Model This Week