ଆଜିଠାରୁ ୨୫୦ ଜିଲାରେ ବ୍ୟାଙ୍କଗୁଡିକର ଋଣମେଳା

ନୂଆଦିଲ୍ଲୀ,୩-୧୦: ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଗୁରୁବାରଠାରୁ ଦେଶର ୨୫୦ ଜିଲାରେ ଋଣ ମେଳା ଆୟୋଜନ କରାଯାଉଛି। ପାର୍ବଣ ସମୟରେ ଋଣ ଯୋଗାଣ ଲକ୍ଷ୍ୟରେ ଏଭଳି ମେଳା ଦ୍ୱାରା ଗ୍ରାହକଙ୍କ ସହ ସମ୍ପର୍କ ଯୋଡିବାକୁ ବ୍ୟାଙ୍କଗୁଡିକ ଯୋଜନା ରଖିଛନ୍ତି। କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନୁହେଁ ଘରୋଇ ବିତ୍ତ ପ୍ରତିଷ୍ଠାନଗୁଡିକ ମଧ୍ୟ ଏଥିରେ ଭାଗ ନେବେ ବୋଲି ଜଣାପଡିଛି। ୪ ଦିନ ବ୍ୟାପି ଚାଲିବାକୁ ଏହି କାର୍ଯ୍ୟକ୍ରମରେ ଖୁଚୁରା, କୃଷି, ଯାନବାହନ, ବାସଗୃହ, କ୍ଷୁଦ୍ରଶିଳ୍ପ ଏବଂ ବ୍ୟକ୍ତିଗତ ବର୍ଗରେ ଋଣ ଯୋଗାଇ ଦିଆଯିବ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ), ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି), ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଏବଂ କର୍ପୋରେଶନ ବ୍ୟାଙ୍କ ଭଳି ଅନ୍ୟ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଥିରେ ସାମିଲ ହେବେ।

ପ୍ରଥମ ପର୍ଯ୍ୟାୟରେ ଏସ୍‌ବିଆଇ ଦେଶର ୪୮ ଜିଲା ଏବଂ ବିଓବି ୧୭ ଏହି ମେଳା ଆୟୋଜନ କରୁଛି। ଏହାବାଦ କୃଷି ଋଣକୁ ପ୍ରୋତ୍ସାହିତ କରିବା ଲାଗି ବିଓବି ପକ୍ଷରୁ ବରୋଦା କିଶାନ ପଖଓ୍ବାଡା ପାଳନ କରାଯାଉଛି। ଗତ ମାସରେ ବ୍ୟାଙ୍କଗୁଡିକ ସେମାନଙ୍କ ପରଫରମାନ୍ସ ରିଭ୍ୟୁ ବେଳେ ଦେଶର ୪୦୦ ଜିଲାରେ ଏଭଳି ମେଳା ଆୟୋଜନ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଘରୋଇ ବ୍ୟାଙ୍କଗୁଡିକ ଏଥିରେ ସାମିଲ ହେବାକୁ ଇଚ୍ଛା କରିଛନ୍ତି। ଡିଜିଟାଲ ନେଣଦେଣ ବୃଦ୍ଧି, ବ୍ୟାଙ୍କିଙ୍ଗ ସେବାକୁ ଲୋକାଭିମୂଖୀ କରିବାକୁ ଧ୍ୟାନରେ ରଖି ଏଭଳି ମେଳା ଆୟୋଜନ ହେଉଛି। ପ୍ରାଥମିକ ପର୍ଯ୍ୟାୟ ଶେଷ ହେବା ପରେ ଚଳିତ ମାସ ୨୧ରୁ ୨୫ ଯାଏ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ଆଉ ୧୫୦ ଜିଲାରେ ଏଭଳି ମେଳା ଆୟୋଜନ କରିବାକୁ ଯୋଜନା ରଖାଯାଇଛି।

ଓଡ଼ିଶାରେ ୬ ଜିଲା ସାମିଲ
ଓଡ଼ିଶାର ୬ ଜିଲାରେ ଏହି ଗ୍ରାହକ ସମ୍ପର୍କ ଋଣ ମେଳା ଆୟୋଜନ କରାଯିବ। ଏସ୍‌ବିଆଇ ୨ ଜିଲାରେ ଉକ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ଭୁବନେଶ୍ୱର ଏବଂ ସମ୍ବଲପୁର ଭଳି ସ୍ଥାନକୁ ଚୟନ କରାଯାଇଛି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମ (୪ ଏବଂ ୫ ତାରିଖ) ଏବଂ ସମ୍ବଲପୁର ଜୋନ କାର୍ଯ୍ୟାଳୟଠାରେ ଏହା ଅନୁଷ୍ଠିତ ହେବ। ଏଠାରେ ଋଣ ଯୋଗାଣ ସମେତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବ୍ୟାଙ୍କର ଅନ୍ୟାନ୍ୟ ପ୍ରଡକ୍ଟ ଏବଂ ସେବା ଯୋଗାଇ ଦିଆଯିବ। ଗ୍ରାହକଙ୍କୁ ବିଭିନ୍ନ ପ୍ରସଙ୍ଗରେ ଏଠାରେ ସଚେତନ କରାଯିବ। ନୂଆ କରି ଆରମ୍ଭ ହୋଇଥିବା ଇ-ମୁଦ୍ରା ଯୋଜନାରେ ଗ୍ରାହକଙ୍କୁ ୩୦ ସେକେଣ୍ଡରେ ୫୦ ହଜାର ଟଙ୍କା ତ୍ୱରିତ ଋଣ ଯୋଗାଇ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଅନୁଗୋଳ ଏବଂ କଟକରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗଞ୍ଜାମ ଏବଂ ଗଜପତି ଜିଲାରେ ଆନ୍ଧ୍ର ବ୍ୟାଙ୍କ ମେଳା ଆୟୋଜନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ତୃତୀୟ ଦିନ ରେକର୍ଡ ବୃଦ୍ଧି ସହିତ ବନ୍ଦ ହେଲା ସେନସେକ୍ସ-ନିଫ୍ଟି, ୨.୪୭ ଲକ୍ଷ କୋଟି ଲାଭ କଲେ ନିବେଶକ

ନୂଆଦିଲ୍ଲୀ, ,୬ା୧୨: ଚଳିତ ସପ୍ତାହରେ ଲଗାତାର ତୃତୀୟ ଦିନ ପାଇଁ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ବଜାରରେ ସବୁଠାରୁ ବଡ ବୃଦ୍ଧି...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୬।୧୨:ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନୂତନ ଶାଖା (ଭଞ୍ଜନଗର ଶାଖା) ନିକଟରେ ଗଞ୍ଜାମ ଜିଲାର ଭଞ୍ଜନଗର ମେନ୍‌ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର...

ନାଲ୍‌କୋ ଆଲୁମିନା ରିଫାଇନେରିକୁ ବ୍ୟବସାୟ ଉତ୍କର୍ଷ ପୁରସ୍କାର

ଦାମନଯୋଡି,୬ା୧୨(ନରସିଂହ ବ୍ରହ୍ମା):ନବରତ୍ନ ରାଷ୍ଟ୍ରୀୟ ଉଦ୍ୟୋଗ ନାଲ୍‌କୋର ଦାମନଯୋଡିସ୍ଥିତ ଆଲୁମିନା ରିଫାଇନାରି ପ୍ଲାଣ୍ଟ,ବ୍ୟବସାୟ ଉତ୍କର୍ଷ ଅଭ୍ୟାସ ପାଇଁ ସର୍ବୋଚ୍ଚ ସମ୍ମାନ ‘ସିଆଇଆଇ ଏକ୍ସିମ୍‌ ବ୍ୟାଙ୍କ ବିଜ୍‌ନେସ୍‌ ଏକ୍ସିଲେନ୍ସ...

ଶେୟାର ବଜାରରେ ଉତ୍ସାହ

ଭୁବନେଶ୍ୱର,୬।୧୨:କ୍ରମାଗତ ୬ଷ୍ଠ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ...

ଭାରତ ମସଲାର ରେକର୍ଡ କାରବାର

କଟକ,୬।୧୨:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ମସଲା ପକ୍ଷରୁ ଐତିହାସିକ କଟକ ବାଲିଯାତ୍ରା ପରିସରରେ ଆକର୍ଷଣୀୟ ଭାରତ ମଣ୍ଡପ (ଷ୍ଟଲ୍‌) ଖୋଲାଯାଇଥିଲା। ଏପରିକି ବାଲିଯାତ୍ରା...

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨:ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

ଟାଟା ମୋଟର୍ସର ଅଲ୍‌ ନ୍ୟୁ ଏସ୍‌ସିଭି ରେଞ୍ଜର ଅନାବରଣ

ଭୁବନେଶ୍ୱର,୬।୧୨(ଅଭୟ ଦାଶ):ଭାରତର ସର୍ବବୃହତ୍‌ ବାଣିଜି୍ୟକ ଯାନ ଉପତ୍ାଦନକାରୀ ‘ଟାଟା ମୋଟର୍ସ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏସ୍‌ସିଭି (ସ୍ମଲ କମର୍ସିଆଲ...

ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆମେରିକା ସରକାରଙ୍କ ବଡ ମନ୍ତବ୍ୟ, ରିପୋର୍ଟର ପ୍ରାସଙ୍ଗିତା ନାହିଁ

ନୂଆଦିଲ୍ଲୀ,୫।୧୨: ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିର୍ପୋଟରେ ଲଗାଯାଇଥିବା ଅଭିଯୋଗ ପ୍ରାସଙ୍ଗିକ ନୁହେଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକା ସରକାର। ଏପରି କହିବା ସହ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri