ଆଜିଠାରୁ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା

(ଉପେନ୍ଦ୍ର ରାଉତ)
ବଅଁରପାଳ, ୧୨।୧୧ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଠାରେ ଥିବା ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲୋଭୀ। ତେଣୁ ମା’ଙ୍କ ଏହି ବାର୍ଷିକ ଯାତ୍ରା ପାଇଁ ଦୁଇ ଗଁା ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। ୪ ଦିନ ବା ୧୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହେବ। ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ଚଳିତବର୍ଷ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ମା’ ଲୋଭୀ କଳା ଚୁଡ଼ି, କଳା ଶାଢ଼ି ଓ କଜଳ ପରିଧାନ କରୁଥିବାରୁ ଏହି ଦୁଇ ଗ୍ରାମରେ କେହି କଳାବସ୍ତ୍ର ପିନ୍ଧନ୍ତି ନାହିଁ। ବର୍ଷ ବର୍ଷ ଧରି ଏହି ପରମ୍ପରାକୁ ଗ୍ରାମବାସୀ ପାଳନ କରିଆସିଛନ୍ତି। ପୂଜା ବିଧି ଅନୁସାରେ ଗଡ଼ସନ୍ତ୍ରୀ ଠାରେ ମା’ଙ୍କ ପୀଠସ୍ଥଳି ରହିଥିବାବେଳେ ତୁଳସୀପାଳ ଗ୍ରାମରେ ଦିଅଁ ଘର ରହିଛି। ଯାତ୍ରା ଦିନ ସକାଳେ ଆଲମ ଘରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ପୂର୍ବାହ୍ନରେ ଠାକୁରାଣୀଙ୍କୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୀଠସ୍ଥଳିକୁ ଅଣାଯିବ। ସେଠାରେ ମାଜଣା ପୂଜା ପରେ ବଡ଼ ପୂଜା ସମ୍ପନ୍ନ ହେବ। ମାନସିକ ପାଇଁ ବହୁ ଶ୍ରଦ୍ଧାଳୁ ପୀଠରେ ଅଧିଆ ପଡ଼ିବା ସହ ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ କରିବେ। ରାତିରେ ମା’ଙ୍କ ମହାଦେଶ ତୁଳସୀପାଳରୁ ଗଡ଼ସନ୍ତ୍ରୀକୁ ଅଣାଯିବ। ଯାତ୍ରା ଅବସରରେ ମେଲୋଡି, ଭଜନ ସମାରୋହ, ଦଣ୍ଡନୃତ୍ୟ ପ୍ରତିଯୋଗିତା ସମେତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏ ସମ୍ପର୍କରେ ଗଡ଼ସନ୍ତ୍ରୀ ସରପଞ୍ଚ ନର୍ମଦା ମାଝି, ତୁଳସୀପାଳ ସରପଞ୍ଚ ଲୋକନାଥ ସାହୁ, ଅଞ୍ଜଳି ଭୋଇ, ଦୁଃଖବନ୍ଧୁ ବିଶ୍ୱାଳ, ପତିତପାବନ ମାଝି, ଟ୍ରଷ୍ଟିବୋର୍ଡ ସଭାପତି ସୁନୀଳ ମାଝି କୁହନ୍ତି, ମା ଲୋଭୀ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ଯିଏ ଯେଉଁ ମାନସିକ କରନ୍ତି ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଆସିଛି। ମା’ ନିଜେ କଳାଚୂଡ଼ି ଓ କଳାଶାଢ଼ି ପରିଧାନ କରୁଥିବାରୁ ଉଭୟ ଗ୍ରାମର କୌଣସି ଲୋକ କେବେ ଏପରି ବସ୍ତ୍ର ବ୍ୟବହାର କରନ୍ତି ନାହିଁ। ଏଥିସହ ଯାତ୍ରା ୪ ଦିନ ଘରକୁ ଆସୁଥିବା ଅତିଥିମାନଙ୍କୁ ସତ୍କାର କରାଯାଏ ନାହିଁ। କାରଣ ଏହି ୪ ଦିନ ମା ଲୋଭୀ ହେଉଛନ୍ତି ଅତିଥି। ଏହି ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏକ ଅସ୍ଥାୟୀ ଫାଣ୍ଡି ସହ ୨ ପ୍ଲାଟୁନ୍‌ ଫୋର୍ସ, ୨ ଇନ୍ସପେକ୍ଟର, ୪ ସବ୍‌ଇନ୍ସପେକ୍ଟର, ୫ ଏଏସ୍‌ଆଇଙ୍କୁ ଦାୟିତ୍ୱରେ ରଖାଯାଇଛି। ଏହି ଯାତ୍ରାକୁ ଉଭୟ ଗ୍ରାମବାସୀ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ଶାଶୁ, ବୋହୁଙ୍କ ଜୀବନ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫)…

ସୀମା ଟପିଲା ବର୍ୱରତା: ପୋଲିସ ସମ୍ମୁଖରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିଅନ୍ତା,୭।୫(ନୀଳମାଧବ ସାହୁ): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ଏକ ବର୍ୱରକାଣ୍ଡ ସାମ୍ନାକୁ ଆସିଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। କେତେଜଣ…

ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗର ବଡ଼ ସୂଚନା, ଗଡିବ ୨୦୦….

ଭୁବନେଶ୍ବର,୭।୫: ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ଆସୁଛି ଲଘଚାପ: ଏହି ଦିନଠାରୁ ଛେଚିବ ବର୍ଷା

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ):ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରଙ୍କୁ ଭେଟି ଆଶୀର୍ବାଦ ଦେଲେ ପ୍ରଧାନଶିକ୍ଷକ, କହିଲେ ଜଣେ ଦକ୍ଷ ଛାତ୍ର ଭାବେ…

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜବାହରଉଚ୍ଚ ବିଦ୍ୟପୀଠ, ବାଲସି (କ)ର ଛାତ୍ର ଚଳିତ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri