Posted inଖେଳ

ଆଜିଠାରୁ ପ୍ଲେଅଫ୍‌

ପୁଣେ,୨ା୯(ପି.ଟି):ସ୍ବଦେଶୀ ଖେଳ ଖୋ ଖୋକୁ ଏକ ପରିବର୍ତ୍ତିତ ରୂପରେ ପେସ୍‌ କରାଯାଇଥିବା ବେଳେ ଅନ୍ତିମ ଚରଣରେ ପହଞ୍ଚିଛି ପ୍ରଥମ ସଂସ୍କରଣର ଟୁର୍ନାମେଣ୍ଟ। ଆସନ୍ତା ଶୁକ୍ରବାରଠାରୁ ପ୍ଲେ ଅଫ୍‌ ଆରମ୍ଭ ହେଉଥିବା ବେଳେ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଓଡ଼ିଶା ଜଗରନଟ୍ସ, ଗୁଜରାଟ ଜାଏଣ୍ଟ୍ସ, ତେଲୁଗୁ ଯୋଦ୍ଧାସ ଓ ଚେନ୍ନାଇ କ୍ୱିକ୍‌ ଗନ୍ସ ପ୍ଲେ ଅପ୍‌ରେ ପ୍ରବେଶ କରିଛି। ୬ଟି ଦଳକୁ ନେଇ ଏହି ଟୁର୍ନାମେଣ୍ଟଟି ଆରମ୍ଭ କରାଯାଇଥିଲା। ପଏଣ୍ଟ ଟେବଲ ପ୍ରଥମ ଦୁଇ ସ୍ଥାନରେ ରହିବା ସହିତ ଗୁଜରାଟ ଜାଏଣ୍ଟ୍ସ ଓ ଓଡ଼ିଶା ଜଗରନଟ୍ସ କ୍ୱାଲିଫାଏ କରିଥିଲେ। ସମୁଦାୟ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଚାମ୍ପିୟନ ଦଳକୁ ମିଳିବ ୧ କୋଟି ଟଙ୍କାର ପୁରସ୍କାର । ଏହା ସହିତ ରନର୍ସ ଅପ୍‌ ଦଳକୁ ୫୦ ଲକ୍ଷ ଟଙ୍କା ଓ ତୃତୀୟ ସ୍ଥାନରେ ରହିଥିବା ଦଳକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଅନ୍ୟାନ୍ୟ ପୁରସ୍କାର ଭାବେ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ପ୍ରଥମ ଦୁଇ ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଶେଷ କରିଥିବା ଗୁଜରାଟ ଜାଏଣ୍ଟ୍ସ ଓ ଓଡ଼ିଶା ଜଗରନଟ୍ସ ଶୁକ୍ରବାର ପ୍ରଥମ ପ୍ଲେ ଅଫ୍‌ରେ ସାମ୍ନାସାମ୍ନି ହେବେ। ଏହି ମ୍ୟାଚରେ ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ ଅନ୍ୟ ଦଳଟି ଏଲିମିନେଟରର ବିଜେତାକୁ ଭେଟିବ। ଉଭୟ ଗୁଜରାଟ ଓ ଓଡ଼ିଶା ନିକଟରେ ଫାଇନାଲ ପ୍ରବେଶର ସୁଯୋଗ ରହିବ। ଓ୍ବିଜର୍ସ ଅଭିନନ୍ଦନ ପାଟିଲ(୭୩) ଓ ଶୁଭାଶିଷ ସନ୍ତ୍ରା(୪୯) ଯଥକ୍ରମେ ଆଟାକିଂ ପଏଣ୍ଟ ସ୍କୋର କରିଛନ୍ତି। ଚେନ୍ନାଇ କ୍ୱିକ୍‌ ଗନ୍ସ ୫ ଓ ତେଲୁଗୁ ଯୋଦ୍ଧା ୬ଟି ବିଜୟ ସହିତ କ୍ୱାଲିଫାଏ କରିଛନ୍ତି। ତେବେ ଉଭୟ ଦଳର କିଛି ଖେଳାଳିଙ୍କ ଉପରେ ସଭିଙ୍କ ନଜର ରହିବ। ଚେନ୍ନାଇର ଅଲରାଉଣ୍ଡର ରାମଜୀ କଶ୍ୟପ ଲିଗର ଟପ୍‌ ଡିଫେଣ୍ଡର ଭାବରେ ୧୯.୪୯ ମିନିଟ ଡିଫେଣ୍ଡ କରିଛନ୍ତି। ଏହା ସହିତ ସେ ଆଟାକରେ ୧୦୩ ପଏଣ୍ଟ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତେଲୁଗୁ ଯୋଦ୍ଧାର ଅରୁଣ ଗୁଙ୍କି ପ୍ରତି ମ୍ୟାଚ ପିଛା ୭.୭୮ ପଏଣ୍ଟ ସ୍କୋର କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି। ରବିବାର ଫାଇନାଲ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri