ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା ମହିଳା

ଭୁବନେଶ୍ୱର,୨।୯(ବ୍ୟୁରୋ): ଦେଶରେ ମହିଳା ବିରୋଧୀ, ନିର୍ଯାତନା, ବଳାତ୍କାର ଆଦି ଅପରାଧ ମାମଲା ବଢ଼ୁଥିବା ବେଳେ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ୨୦୨୧ରେ ଦେଶବ୍ୟାପୀ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ମୋଟ ୨,୫୯୭ ରୁଜୁ ହୋଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ସେଥିରୁ ଓଡ଼ିଶାରେ ସର୍ବାଧିକ ୨୬% ମାମଲା ରହିଛି। ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓକୁ ଭାଇରାଲ କରିବା ଏବଂ ମହିଳାଙ୍କ ଫଟୋ ଓ ଭିଡିଓକୁ ମର୍ଫିଂ କରି ଅଶ୍ଳୀଳତାରେ ପରିଣତ କରିବା ପରେ ସେମାନଙ୍କୁ ସାଇବର ଠକ ବ୍ଲାକ୍‌ମେଲ କରୁଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ୨୦୨୧ ବର୍ଷରେ ଓଡ଼ିଶାରେ ଏହି ମାମଲା ସର୍ବାଧିକ ବୋଲି ଏନ୍‌ସିଆର୍‌ବି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତଥ୍ୟ ଅନୁଯାୟୀ, ୨୦୨୧ରେ ଓଡ଼ିଶାରେ ୫୬୫ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ରୁଜୁ ହୋଇଛି। ଏହି ମାମଲା ମଧ୍ୟରୁ ୩୦୧ଟି ସାଇବର ଅଶ୍ଳୀଳତା ହୋଇଥିବାବେଳେ ୨୬୪ ଫେକ୍‌ ପ୍ରୋଫାଇଲ ବା ମର୍ଫିଂ ମାମଲା ରହିଛି। ୨୦୨୦ରେ ଏ ସମ୍ବନ୍ଧୀୟ ମାମଲା ଓଡ଼ିଶାରେ ୫୨୬ ରହିଥିଲା। ସେଥିରୁ ୨୯୨ସାଇବର ଅଶ୍ଳୀଳତା ଥିବାବେଳେ ୨୩୪ଟି ମର୍ଫିଂ ମାମଲା ରହିଥିଲା।
ସୂଚନା ଅନୁଯାୟୀ, ସାଇବର ଠକମାନେ ଲୋନ ଆପ୍‌ ପ୍ରସ୍ତୁତ କରି ଲୋନ ଦେବା ଆଳରେ ଜାଲ ବିଛାଉଛନ୍ତି। ବିଶେଷକରି ମହିଳାମାନଙ୍କୁ ସେମାନେ ଟାର୍ଗେଟ କରି ଉକ୍ତ ଆପ୍‌ ଜରିଆରେ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି। ପରେ ମହିଳାମାନେ ଲୋନ ନେବାବେଳେ ସାଇବର ଠକ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଆଦି ରଖି ଦେଉଛନ୍ତି। ଏହାପରେ ଅଧିକ ଟଙ୍କା ଦାବି କରି ସେମାନଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ତାଙ୍କର ଫଟୋକୁ ଅଶ୍ଳୀଳ ଫଟୋ ସହ ଯୋଡ଼ି ବ୍ଲାକ୍‌ମେଲ କରୁଛନ୍ତି। ସେହିପରି ମହିଳାମାନଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓକୁ ପରବର୍ତ୍ତୀ ସମୟରେ ଭାଇରାଲ କରୁଛନ୍ତି। ଏଭଳି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ସଚେତନତା ସୃଷ୍ଟି କରାଯାଇପାରିଲେ ଏହାକୁ କମାଯାଇପାରିବ ବୋଲି ସାଇବର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଗତ ମାସରେ କଟକର ଜଣେ ଆଇନ ଛାତ୍ରୀ ଲୋନ ଆପ୍‌ରେ ବ୍ୟକ୍ତିଗତ ତଥ୍ୟ ଦେଇ ଲୋନ୍‌ ନେଇଥିଲେ। ଏହାପରେ ସେ ମର୍ଫି ଏବଂ ବ୍ଲାକମେଲର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri