ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା ମହିଳା

ଭୁବନେଶ୍ୱର,୨।୯(ବ୍ୟୁରୋ): ଦେଶରେ ମହିଳା ବିରୋଧୀ, ନିର୍ଯାତନା, ବଳାତ୍କାର ଆଦି ଅପରାଧ ମାମଲା ବଢ଼ୁଥିବା ବେଳେ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ୨୦୨୧ରେ ଦେଶବ୍ୟାପୀ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ମୋଟ ୨,୫୯୭ ରୁଜୁ ହୋଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ସେଥିରୁ ଓଡ଼ିଶାରେ ସର୍ବାଧିକ ୨୬% ମାମଲା ରହିଛି। ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓକୁ ଭାଇରାଲ କରିବା ଏବଂ ମହିଳାଙ୍କ ଫଟୋ ଓ ଭିଡିଓକୁ ମର୍ଫିଂ କରି ଅଶ୍ଳୀଳତାରେ ପରିଣତ କରିବା ପରେ ସେମାନଙ୍କୁ ସାଇବର ଠକ ବ୍ଲାକ୍‌ମେଲ କରୁଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ୨୦୨୧ ବର୍ଷରେ ଓଡ଼ିଶାରେ ଏହି ମାମଲା ସର୍ବାଧିକ ବୋଲି ଏନ୍‌ସିଆର୍‌ବି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତଥ୍ୟ ଅନୁଯାୟୀ, ୨୦୨୧ରେ ଓଡ଼ିଶାରେ ୫୬୫ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ରୁଜୁ ହୋଇଛି। ଏହି ମାମଲା ମଧ୍ୟରୁ ୩୦୧ଟି ସାଇବର ଅଶ୍ଳୀଳତା ହୋଇଥିବାବେଳେ ୨୬୪ ଫେକ୍‌ ପ୍ରୋଫାଇଲ ବା ମର୍ଫିଂ ମାମଲା ରହିଛି। ୨୦୨୦ରେ ଏ ସମ୍ବନ୍ଧୀୟ ମାମଲା ଓଡ଼ିଶାରେ ୫୨୬ ରହିଥିଲା। ସେଥିରୁ ୨୯୨ସାଇବର ଅଶ୍ଳୀଳତା ଥିବାବେଳେ ୨୩୪ଟି ମର୍ଫିଂ ମାମଲା ରହିଥିଲା।
ସୂଚନା ଅନୁଯାୟୀ, ସାଇବର ଠକମାନେ ଲୋନ ଆପ୍‌ ପ୍ରସ୍ତୁତ କରି ଲୋନ ଦେବା ଆଳରେ ଜାଲ ବିଛାଉଛନ୍ତି। ବିଶେଷକରି ମହିଳାମାନଙ୍କୁ ସେମାନେ ଟାର୍ଗେଟ କରି ଉକ୍ତ ଆପ୍‌ ଜରିଆରେ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି। ପରେ ମହିଳାମାନେ ଲୋନ ନେବାବେଳେ ସାଇବର ଠକ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଆଦି ରଖି ଦେଉଛନ୍ତି। ଏହାପରେ ଅଧିକ ଟଙ୍କା ଦାବି କରି ସେମାନଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ତାଙ୍କର ଫଟୋକୁ ଅଶ୍ଳୀଳ ଫଟୋ ସହ ଯୋଡ଼ି ବ୍ଲାକ୍‌ମେଲ କରୁଛନ୍ତି। ସେହିପରି ମହିଳାମାନଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓକୁ ପରବର୍ତ୍ତୀ ସମୟରେ ଭାଇରାଲ କରୁଛନ୍ତି। ଏଭଳି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ସଚେତନତା ସୃଷ୍ଟି କରାଯାଇପାରିଲେ ଏହାକୁ କମାଯାଇପାରିବ ବୋଲି ସାଇବର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଗତ ମାସରେ କଟକର ଜଣେ ଆଇନ ଛାତ୍ରୀ ଲୋନ ଆପ୍‌ରେ ବ୍ୟକ୍ତିଗତ ତଥ୍ୟ ଦେଇ ଲୋନ୍‌ ନେଇଥିଲେ। ଏହାପରେ ସେ ମର୍ଫି ଏବଂ ବ୍ଲାକମେଲର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri