ଆଜିଠାରୁ ଜାତୀୟ ମହିଳା ଓ୍ବେଲ୍ଡିଂ ଲିଗ୍‌

ଭୁବନେଶ୍ୱର,୬।୩(ବ୍ୟୁରୋ): ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଓ ଫ୍ରୋନିଅସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଆନୁକୂଲ୍ୟରେ ‘ନ୍ୟାଶନାଲ ଓ୍ବେଲ୍ଡିଂ ଲିଗ୍‌ ଅଫ୍‌ ଓ୍ବିମେନ୍‌ ଷ୍ଟୁଡେଣ୍ଟସ’ ବା ଜାତୀୟ ମହିଳା ଓ୍ବେଲ୍ଡିଂ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି ୩ଦିନିଆ ମେଗା ଇଭେଣ୍ଟ ୟୁନିଭର୍ସିଟିର ଆଡ୍‌ଭାନ୍ସ ଓ୍ବେଲ୍ଡିଂ ସେଣ୍ଟର୍‌ ଅପ୍‌ ଏକ୍ସଲେନ୍ସ ପରିସରରେ ୬ ତାରିଖରୁ ଆରମ୍ଭ ହେବ। ଓ୍ବେଲ୍ଡିଂ ଭଳି ଏକ ପୁରୁଷ ପ୍ରାଧାନ୍ୟ କ୍ଷେତ୍ର ପ୍ରତି ମହିଳାଙ୍କୁ ଆକର୍ଷିତ କରିବାକୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ବେଲ୍ଡିଂ ସହଯୋଗରେ ଏହାକୁ ଓ୍ବାର୍ଲଡ ସ୍କିଲ୍‌ ଫର୍ମାଟରେ ଆୟୋଜନ କରାଯିବ। ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ଆଦି କ୍ଷେତ୍ରରୁ ମହିଳାମାନେ ଗୋଟିଏ ଛାତତଳେ ଏକାଠି ହେବେ। ଦେଶର ୪୦ ଅଗ୍ରଣୀ ଶିକ୍ଷାନୁଷ୍ଠାନରୁ ୨୦୦ରୁ ଊର୍ଦ୍ଧ୍ୱ ମହିଳା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ। ମହିଳା ଓ୍ବେଲ୍ଡରଙ୍କ ପ୍ରାକ୍ଟିକାଲ ଦକ୍ଷତାର ପରୀକ୍ଷା କରାଯିବ। ଏହାସହ ଅତ୍ୟାଧୁନିକ ଓ୍ବେଲ୍ଡିଂ ଟେକ୍ନୋଲୋଜି ଏବଂ ଆଡ୍‌ଭାନ୍ସ ଉପକରଣର ବ୍ୟବହାର ପ୍ରମୁଖ ଆକର୍ଷଣ ରହିବ। ବିଶ୍ୱ ସ୍ତରର ଓ୍ବେଲ୍ଡିଂ ବିଶେଷଜ୍ଞମାନେ ପ୍ରତିଯୋଗୀଙ୍କୁ ପ୍ରଶିକ୍ଷଣ ଦେବେ। ଶେଷ ଦିବସରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ସହ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ମେଡାଲ ପ୍ରଦାନ କରାଯିବ। ଏହାସହ ୫ ମେଡାଲିଅନ୍‌ ଅଫ୍‌ ଏକ୍ସଲେନ୍ସ ପ୍ରଦାନ କରାଯିବ। ସେହିଭଳି ଶ୍ରେଷ୍ଠ ବିବେଚିତ ଶିକ୍ଷାନୁଷ୍ଠାନକୁ ଚଳିତବର୍ଷ ଲାଗି ଚାମ୍ପିୟନ ଟ୍ରଫି ପ୍ରଦାନ କରାଯିବ।
ଗୁରୁବାର ସ୍ଥାନୀୟ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ସଭାପତି ସଞ୍ଜୀବ କୁମାର ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତର ମ୍ୟାନୁଫ୍ୟାକ୍‌ଚରିଂ ସେକ୍ଟରରେ ମହିଳାଙ୍କ ଉପସ୍ଥିତି କମ୍‌ ଥିବାବେଳେ ଆମେ ଏଥିପ୍ରତି ଅଧିକରୁ ଅଧିକ ମହିଳା ତଥା ଛାତ୍ରୀଙ୍କୁ ଆକୃଷ୍ଟ କରିବାର ପ୍ରୟାସ କରୁଛୁ। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ ହେଉଥିବା ଏହି ଓ୍ବେଲ୍ଡିଂ ଲିଗ୍‌ରେ ଓଡ଼ିଶାରୁ ସର୍ବାଧିକ ୭୦ଜଣ ଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି। ଫ୍ରୋନିଅସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ବିଶ୍ୱନାଥ କାମତ୍‌ କହିଛନ୍ତି, ଭାରତରେ ଏବେ ପ୍ରତିବର୍ଷ ୨୦ ହଜାର ଓ୍ବେଲ୍ଡରଙ୍କ ଅଭାବ ପରିଲକ୍ଷିତ ହେଉଛି। ମହିଳାଙ୍କ ଯୋଗଦାନ ଦ୍ୱାରା ଏହି ଅଭାବ ପୂରଣ ହେବ। ପ୍ରତି କ୍ଷେତ୍ରରେ ଓ୍ବେଲ୍ଡିଂର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହୁଥିବା ବେଳେ କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆରେ ଓ୍ବେଲ୍ଡିଂ ଏକ ପ୍ରମୁଖ ଅଂଶ। ତେଣୁ ରାଜ୍ୟର ଅଧିକରୁ ଅଧିକ ମହିଳା ଏଥିରେ ନିଜ ଭବିଷ୍ୟତ ଗଢିବା ଆବଶ୍ୟକ ବୋଲି ସେ କହିଥିଲେ। ଖବରଦାତା ସମ୍ମିଳନୀରେ ୟୁନିଭର୍ସିଟି କୁଳପତି ପ୍ରଫେସର ଭବେଶ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠାରୁ ଖୋଲିବ ୟୁନିଟ୍‌ ୪ ମାର୍କେଟ

ଭୁବନେଶ୍ୱର, ୩୦ା୭(ବ୍ୟୁରୋ):ୟୁନିଟ୍‌ ୪ ମାର୍କେଟ୍‌ରୁ ଗୁରୁବାର କଣ୍ଟେନ୍‌ମେଣ୍ଟ କଟକଣା ହଟିଛି। ମାର୍କେଟ୍‌ରେ ମାଛଗଦି ସହ କିଛି ବ୍ୟାବସାୟୀଙ୍କଠାରୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି...

୫ବର୍ଷରେ ୭ ରାଜ୍ୟକୁ ଯାଇଛି ୫ଲକ୍ଷ ବହି

ଭୁବନେଶ୍ୱର, ୩।୧(ବ୍ୟୁରୋ): ଗତ ୫ବର୍ଷ ମଧ୍ୟରେ ଓଡ଼ିଶାରୁ ୭ ରାଜ୍ୟକୁ ୫ଲକ୍ଷ ନ୍ୟାଶନାଲଇଜ୍‌ଡ ଟେକ୍ସଟ(ଏନ୍‌ଟି) ପୁସ୍ତକ ଯୋଗାଣ ହୋଇଛି। ଏ ନେଇ ଭୁବନେଶ୍ୱର ଟେକ୍ସଟ ବୁକ୍‌...

ଅସରାଏ ବର୍ଷାରେ କଟକ ବେହାଲ : ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିରହୁଛି

କଟକ ଅଫିସ,୧।୭ : ଅସରାଏ ବର୍ଷାରେ କଟକ ସହର ବେହାଲ ହୋଇପଡିଛି। ଗତ ଶନିବାର ହୋଇଥିବା ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା।...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ। ଆଜି ବି ଚାଲିପାରୁନି ଗୃହ କାର୍ଯ୍ୟ। ତେବେ ପୁଣି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ...

କିନ୍ନର ମେଘନାଙ୍କ ସଂଘର୍ଷ କଥା କହିବ ‘ଟି’

ଭୁବନେଶ୍ୱର,୨୦।୧୧ (ବ୍ୟୁରୋ): ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ କିନ୍ନରଙ୍କ ସଂଘର୍ଷମୟ ଜୀବନ କାହାଣୀ। କିନ୍ନର ମେଘନା ସାହୁଙ୍କ ଜୀବନକୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର...

ବଦଳି ପରେ ତଦନ୍ତ ଚେପା

ଭୁବନେଶ୍ୱର,୧୦।୯: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସ୍‌ଆଇଙ୍କୁ...

ରାଜ୍ୟରେ ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୫୪ କୁ ବୃଦ୍ଧି...

୬ ପାସେଞ୍ଜର ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନ ପାଖରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଉଭୟ ପଟର ୬ଟି ଟ୍ରେନ୍‌...

Advertisement
Archives

Model This Week