ସୋମବାରଠାରୁ ଏସ୍‌ଭି ନିରତାରେ ୩୩ ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ: ପାନଛେପ ନ ପକାଇବା, ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ

କଣ୍ଟାପଡ଼ା,୩ା୫(ଡି.ଏନ୍‌.ଏ.) : କେନ୍ଦ୍ର ସରକାର ମହାମାରୀ କରୋନା ନିୟନ୍ତ୍ରଣ କରିବାକୁ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସାରାଦେଶରେ ପୁନର୍ବାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଦେଶର ବିଭିନ୍ନ ଜିଲାକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ ଜୋନରେ ଚିହ୍ନଟ କରି କେତେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଗ୍ରୀନ ଜୋନରେ ଆସୁଥିବା କଟକଜିଲାର ଏସ୍‌ଭି ନିରତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ରରେ ରୋଗୀସେବାକୁ ସ୍ବାଭାବିକ କରିବାକୁ ଅନୁଷ୍ଠାନ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଅନୁଷ୍ଠାନକୁ ଆସୁଥିବା ରୋଗୀ ଓ କର୍ମଚାରୀ ସାମାଜିକ ଦୂରତ୍ୱକୁ ଠିକଭାବେ ଅନୁପାଳନ କରିବା ସହ ଏହାର ପରିସରରେ ଗୁଟ୍‌ଖା ଓ ପାନଛେପ ପକାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ସୋମବାର ଠାରୁ ୩୩ ଭାଗ କର୍ମଚାରୀଙ୍କୁ ନେଇ ସମସ୍ତ ବିଭାଗ ଖୋଲିବାକୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ସମସ୍ତ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଛି। କଟକ ଓ ଭୂବନେଶ୍ୱରରୁ ଆସୁଥିବା କର୍ମଚାରୀଙ୍କ ପାଇଁ ବସ୍‌ସେବା ଚାଲୁହେବା ସହ ବ୍ୟକ୍ତିଗତ ଗାଡ଼ିରେ ଆସୁଥିବା କର୍ମଚାରୀ ଗୃହବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ ଲାଇନ ପାଳନ କରିବାକୁ କୁହାଯାଇଛି। ଇଣ୍ଟର୍ଣ୍ଣସିପ୍‌ କରୁଥିବା ଛାତ୍ରୀଛାତ୍ର ସମସ୍ତ ଗାଇଡଲାଇନ ପାଳନ କରି କାର୍ଯ୍ୟରେ ଯୋଗଦେଇ ପାରିବେ ବୋଲି ଜଣାପଡ଼ିଛି। ସେହିପରି ଘରେ ରହୁଥିବା କର୍ମଚାରୀମାନେ ଆବଶ୍ୟସ୍ଥଳେ ଖବର ପାଇବା ସଙ୍ଗେସଙ୍ଗେ କାର୍ଯ୍ୟରେ ଯୋଗ ଦେବାକୁ ନିରତାରର ପ୍ରଶାସନିକ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀପୂଜା ପାଇଁ ଗାଁ ଚଳଚଞ୍ଚଳ

ବଇଣ୍ଡା,୧୪।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ବସ୍‌ଷ୍ଟାଣ୍ଡ, କଦଳୀମୁଣ୍ଡା, ବୈଷ୍ଣବ ସାହି, ଧୁଣ୍ଡି, ଆନନ୍ଦମୁଣ୍ଡା, ହଣ୍ଡପା, ଲୁହାମୁଣ୍ଡା, ଇଚ୍ଛାପୁର, ସରଗୀପାଲି, ଖଣ୍ଡହତା, ଘୋଷ, ସଞ୍ଜାମୁରା, ତୁରୁଡ଼ା, ଆଠମଲ୍ଲିକ...

ଆର.ଉଦୟଗିରି, ନୂଆଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ: ଲୋକେ ହନ୍ତସନ୍ତ

ଆର.ଉଦୟଗିରି,୧ା୫(ଡି.ଏନ.ଏ.)- ଗଜପତି ଜିଲାର ଆର.ଉଦୟଗିରି ଓ ନୂଆଗଡ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ କାଟ ସମସ୍ୟା ଲାଗି ରହିଛି। ଆର.ଉଦୟଗିରି ବ୍ଲକର ୧୫ ଗଁା ଓ ନୂଆଗଡ...

କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସିଟୁର ପ୍ରତିବାଦ

କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ସ୍ଥାନୀୟ ଢାଙ୍ଗରପଡ଼ା ଏନ୍‌ଏଚ ୪୯ କଡ଼ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି।...

ଭଦ୍ରକରେ ବଢିଲା ଲକ୍‌ଡାଉନ କଟକଣା

ଭଦ୍ରକ ଅଫିସ, ୨୨ା୭- ଭଦ୍ରକ ଜିଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବୁଧବାର ଜିଲାର ସମସ୍ତ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ...

ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର

ଯାଜପୁର ରୋଡ,୨୧ା୧୦(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର ସହର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରିବାରେ ପାତରଅନ୍ତର ନୀତି ଏବଂ...

ଭାଜପା ନେତାଙ୍କୁ ହତ୍ୟା

ରାୟପୁର,୫।୨: ଛତିଶଗଡର ବିଜାପୁରରେ ରବିବାର ନକ୍ସଲମାନେ ଭାଜପାର ମଣ୍ଡଳ ଅଧ୍ୟକ୍ଷ ନୀଳକଣ୍ଠ କକ୍କେମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ତାଙ୍କ ପରିବାର ସଦସ୍ୟଙ୍କ...

ମହାଧିବେଶନ ସଫଳ ସମ୍ପର୍କରେ ଆଲୋଚନା

ବଇଣ୍ଡା,୧୨।୩(ଡି.ଏନ.ଏ.) ଅଖିଳ ଭାରତୀୟ ଗୋଣ୍ଡୱାନାର ଅନ୍ତଃରାଷ୍ଟ୍ରୀୟ ମହାଧିବେଶନ ଡିସେମ୍ବର ମାସରେ ଅନୁଷ୍ଠିତ ହେବ। ଏ ନେଇ ରବିବାର କିଶୋରନଗର ବ୍ଲକ ନାକିଚି ଡାକ ବଙ୍ଗଳା ପରିସରରେ...

ଏହି ପାମ୍ପଡ଼ ଖାଇଲେ ହେବନି କରୋନା ସଂକ୍ରମଣ: ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ଭାଜପାର ସଂସଦୀୟ ବ୍ୟାପାର ଏବଂ ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ...

Advertisement
Archives

Model This Week