Posted inଜାତୀୟ

ଆଜାଦଙ୍କୁ କଶ୍ମୀର ଯିବାକୁ ଅନୁମତି

ନୂଆଦିଲ୍ଲୀ,୧୭-୯(ପି.ଟି.):ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ସେ କୌଣସି ରାଜନୈତିକ ସଭା କରିପାରିବେ ନାହିଁ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି। ଆଜାଦଙ୍କୁ ଶ୍ରୀନଗର, ଜମ୍ମୁ, ବାରମୁଲ୍ଲା ଓ ଅନନ୍ତନାଗ ଜିଲା ଯାଇ ଲୋକଙ୍କୁ ଭେଟିବା ପାଇଁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଅନୁମତି ଦେଇଛନ୍ତି। ୩୭୦ ଉଚ୍ଛେଦ ପରେ ଆଜାଦ ତିନି ଥର କଶ୍ମୀର ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା ବୋଲି ବରିଷ୍ଠ ଓକିଲ ଏ.ଏମ୍‌. ସିଂଘ୍‌ଭି କହିଥିଲେ। ଆଜାଦ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଭେଟିବା ସମେତ କଟକଣା ଜାରି ପରେ ରାଜ୍ୟର ସାମାଜିକ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଲାଇବ୍ରେରୀ, ଯାହା ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ

ଇଟାନଗର,୨୭ା୯: ବିଶ୍ୱରେ ଅନେକ ଲାଇବ୍ରେରୀ ରହିଛି। ମାତ୍ର ଆଜି ଏମିତି ଏକ ଲାଇବ୍ରେରୀ ବିଷୟରେ କହିବୁ ଯାହା କେବେ ଆଗରୁ ଦେଖି ନ ଥିବେ କି...

ଚିହ୍ନଟ ହେଲେ ୯୭ ହଜାର ଆକ୍ରାନ୍ତ: ସୁସ୍ଥ ହେଲେ ୮୧ ହଜାରରୁ ଅଧିକ

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ...

ବାଚସ୍ପତି ବିର୍ଲାଙ୍କ ଝିଅଙ୍କୁ ୟୁପିଏସ୍‌ସିରେ ସଫଳତା

ନୂଆଦିଲ୍ଲୀ, ୬ା୧: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲା ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ଦ୍ୱାରା ଆୟୋଜିତ ପ୍ରଶାସନିକ ସେବା...

ମୋଦିଙ୍କ ଟିମ୍‌ରେ କମିଗଲେ ମହିଳା: ଥିଲେ ୧୦, ହେଲେ ୬

ନୂଆଦିଲ୍ଲୀ, ୩୧।୫: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ...

ଚିଲଡ୍ରେନ୍‌ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା

ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍‌ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ...

ଏଲ୍‌ଓସିରେ ପାକ୍‌ର ସୈନ୍ୟ ଠୁଳ

ନୂଆଦିଲ୍ଲୀ, ୨୮ା୮(ପି.ଟି.): ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଶତାଧିକ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରତିହତ କରିବା ଲାଗି ପାକିସ୍ତାନ ପ୍ରସ୍ତୁତି...

ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୬ା୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ...

ହୃଦଘାତରେ ଚାଲିଗଲା ୪ ପୋଲିଂ କର୍ମଚାରୀ ଜୀବନ

ଲକ୍ଷ୍ନୌ/ଭୋପାଳ, ୧୯।୫: ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ ପ୍ରକ୍ରିୟା। ଭୋଟ ଚାଲିଥିବାବେଳେ ଉତ୍ତର ପ୍ରଦେଶରେ ଦୁଇ ଏବଂ ମଧ୍ୟ ପ୍ରଦେଶରେ...

Advertisement


Archives

Model This Week

Why Dharitri