ଆଗନ୍ତୁକଙ୍କ ଉପରେ କଡ଼ା ନଜର

କୋମାକ୍ଷାନଗର, ୬।୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସତର୍କ ହୋଇଉଠିଛି କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ। ସହରାଞ୍ଚଳକୁ ଆସୁଥିବା ଆଗନ୍ତୁକଙ୍କ ଉପରେ କଡ଼ା ନଜର ରଖାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏ ନେଇ କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ପୂର୍ବାହ୍ନରେ କରୋନା ମୁକାବିଲା ନେଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କରୋନାକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ସମସ୍ତଙ୍କ ମତାମତ ଲୋଡ଼ା ଯାଇଥିଲା।
କରୋନା ସଂକ୍ରମିତ ଜିଲାରୁ ଉପଖଣ୍ଡକୁ ଆସୁଥିବା ବ୍ୟକ୍ତିଙ୍କୁ ନିଜ ଘରେ ରହିବାକୁ ଅନୁମତି ଦିଆଯିବନାହିଁ। ସେମାନଙ୍କୁ ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଗୃହରେ ରଖାଯିବ। ଲୋକମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବେ ସେଥିଲାଗି ପୋଲିସ ଦୃଢ଼ ପଦକ୍ଷେପ ନେବାକୁ ଉପଜିଲାପାଳ ପରାମର୍ଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବା, କାର୍ଡଧାରୀଙ୍କୁ ୧ ହଜାର ଟଙ୍କା ଯେପରି ସହଜରେ ମିଳିପାରିବ ସେଥିଲାଗି ସମନ୍ବୟ ରଖି କାର୍ଯ୍ୟ କରିବାକୁ ଉପଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସହରର ପରିମଳ ବ୍ୟବସ୍ଥା ସୁଧାରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଥାନାଧିକାରୀ ଅଭିନବ ଡାଳୁଆ, ତହସିଲଦାର ସଞ୍ଜୟ ରାଉତ, ବିଡିଓ ବିକାଶ ମହାନ୍ତି, ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ, ରାଜସ୍ବ ଅଧିକାରୀ ମାନସ ଦଣ୍ଡପାଟ, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରତ୍ନାକର ସାମଲ, ଯୋଗାଣ ଅଧିକାରୀ ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର...

ବାଲେଶ୍ୱରର ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ: ପଜିଟିଭ୍‌ଙ୍କ ମଧ୍ୟରେ ଜଣେ ନାବାଳକ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ …

ନୂଆଦିଲ୍ଲୀ, ୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ...

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୩୬ ହଜାରରୁ ଅଧିକ ଚିହ୍ନଟ, ୪୮୮ ମୃତ୍ୟୁ

ନୂଆଦିଲ୍ଲୀ,୨୭।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ କମିବାରେ ଲାଗିଛି। ମଙ୍ଗଳବାର ଦେଶରେ ସଂକ୍ରମଣ ମାମଲା ପ୍ରାୟ ୩୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...

କୋହଳ ହେଉଛି ଲକ୍‌ଡାଉନ୍‌ ନିୟମ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ ସଂକ୍ରମଣ ବଢୁଥିବାରୁ ସରକାର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାରେ ପ୍ରଥମେ ନିୟମକୁ କଡାକଡି ପାଳନ...

ଏହି ମନ୍ଦିରର ୧୪୦ କର୍ମଚାରୀଙ୍କୁ କରୋନା

ହାଇଦ୍ରାବାଦ,୧୭ା୭: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ପରେ ମଧ୍ୟ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ...

ମୋବାଇଲ ଦ୍ୱାରା ବ୍ୟାପୁଛି କରୋନା!

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତା କରିବାରେ ଲାଗିଛି। ଦେଖୁ ଦେଖୁ ଏହା ଚାଇନାରୁ ଆମେରିକା, ବ୍ରିଟେନ, ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ...

୭ ଶ୍ରେଣୀକୁ ୨ ଶିକ୍ଷକ

ପରଜଙ୍ଗ, ୨୨।୭(ଡି.ଏନ୍‌.ଏ.) ସାତଟି ଶ୍ରେଣୀ ପାଇଁ ନିଯୁକ୍ତ ହୋଇଛନ୍ତି ମାତ୍ର ୨ଜଣ ଶିକ୍ଷକ। ସେଥିରେ ଜଣଙ୍କ କାନ୍ଧରେ ଲଦି ଦିଆଯାଇଛି ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ। ସ୍କୁଲର...

Advertisement
Archives

Model This Week