ଆଖଣ୍ଡଳମଣି ମନ୍ଦିରରେ ତାଲା: ନିରାଶ ହୋଇ ଫେରୁଛନ୍ତି ଭକ୍ତ

ଆରଡି,୨୦।୩,(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର ପ୍ରଭାତରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଜିଲା ପ୍ରଶାସନ ମନ୍ଦିର ବନ୍ଦ ସଂକ୍ରାନ୍ତୀୟ ବିଜ୍ଞପ୍ତି ୪୦୦/୧୯.୦୩.୨୦ ଜାରି କରିଥିଲା। ସେଥିରେ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବା ସହ ସେବାୟତମାନେ ପୂର୍ବପରି ନୀତିକାନ୍ତି ଚାଲୁ ରଖିବେ ବୋଲି ସୂଚନା ଦିଆଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନ ପ୍ରୟାସ ଜାରି ରଖିଥିବା ଜଣା ପଡିଛି। ସେବାୟତ ମାନେ ମନ୍ଦିରରେ ସମସ୍ତ ନୀତିକାନ୍ତି ଜାରି ରଖିଛନ୍ତି । ଗୁରୁବାର ରାତିରେ ହୋଇଥିବା ବନ୍ଦ ନିଷ୍ପତ୍ତି ଭକ୍ତଙ୍କ ପାଖରେ ପହଞ୍ଚି ପାରି ନ ଥିଲା । ଏଣୁ କିଛି ଭକ୍ତ ଆଜି ଆରଡିକୁ ଆସି ବାବାଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯୭ ଖଣିରେ ୧୪୪ ଧାରା ଜାରି କଲା ପ୍ରଶାସନ

ଖଇରା, ୯।୧୧(ଡି.ଏନ.ଏ.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନାଲି ଆଖି ପରେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶରୀଶୁଆ ପାହାଡରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ୯୭ଟି ଖଣି...

କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରଙ୍କ ଅନଶନ ପ୍ରତ୍ୟାହୃତ

ବାରିପଦା ଅଫିସ,୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆମରଣ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର...

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ

ଅନୁଗୋଳ ଅଫିସ, ୧୭।୪- ବଅଁରପାଳ ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପଜିଲାପାଳ ବାସୁଦେବ ଶତପଥୀ ପରିଦର୍ଶନ...

ରାଜ୍ୟ ସଭାପତିଙ୍କ ଗସ୍ତ ପୂର୍ବରୁ ଭାଜପାକୁ ଶକ୍ତ ଧକ୍କା

ଭଞ୍ଜନଗର,୧୯।୧୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ଦଳକୁ ଅଧିକ ସୁଦୃଢ଼ କରିବା...

‘ଯୋଜନାବଦ୍ଧ ଭାବେ ସୈନ୍ୟବାହିନୀକୁ ଦୁର୍ବଳ କରୁଛନ୍ତି ମୋଦି ସରକାର’

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଦେଶର ସୈନ୍ୟବାହିନୀକୁ ଯୋଜନାବଦ୍ଧ ଭାବେ ଦୁର୍ବଳ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ...

ବାଲୁଗାଁରୁ କୃଷ୍ଣପ୍ରସାଦ ଲଞ୍ଚ ଚଳାଚଳ ବନ୍ଦ

କୃଷ୍ଣପ୍ରସାଦ,୧ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁରୁଠାରୁ ଚିଲିକାରେ ଲଞ୍ଚ୍‌ ଯୋଗେ ଦୈନିକ ଶତାଧିକ ଯାତ୍ରୀ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ଅଞ୍ଚଳକୁ ଯାତାୟାତ କରିଥାନ୍ତି। ତେବେ ହଠାତ୍‌...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କମ୍ପ୍ୟୁଟର ଖତ ଖାଉଛି

ଖଣ୍ଡପଡା,୧୭।୧୨ (ସ୍ବ.ପ୍ର.):କମ୍ପ୍ୟୁଟର ଶିକ୍ଷା ମାଧ୍ୟମରେ ହାଇସ୍କୁଲ ଛାତ୍ରୀଛାତ୍ରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୨୦୧୩ରେ କେନ୍ଦ୍ର ଓ ରାଜ୍ୟ ସରକାର ଇ-ବିଦ୍ୟାଳୟ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ...

ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୭% ପଦବୀ ଖାଲି

ଭୁବନେଶ୍ୱର,୬।୯ (ବ୍ୟୁରୋ):ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ମାନବସମ୍ବଳର ଘୋର ଅଭାବ ଦେଖାଦେଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ (୨୦୨୦) ବିରୋଧରେ ଏକାଧିକ ବ୍ୟକ୍ତି ବିଭିନ୍ନ କୋର୍ଟରେ ମାମଲା କରିବା...

Advertisement
Archives

Model This Week