ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲାପାଳ: ସାଇକେଲରେ ବୁଲି ତଦାରଖ କରୁଛନ୍ତି ସଫେଇ କାର୍ଯ୍ୟ, ବାହାରେ ପ୍ଲାଷ୍ଟିକ୍‌ ପକାଇଥିବାରୁ ମଦଦୋକାନକୁ ୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୧୨ା୩-ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଜିରୋ ସ୍ବିପିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାର୍ଚ୍ଚ ୧ରୁ ସହରରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସଫେଇ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଭୋର୍‌ରୁ ସାଇକେଲରେ ସହର ପରିକ୍ରମା କରି ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ବିଏମ୍‌ସି ପରିସରରୁ ସକାଳୁ ସାଇକେଲରେ ବାହାରି ଗିରିମାର୍କେଟ, କର୍ପୋରେଶନ ରୋଡ୍‌, ଆସ୍କା ରୋଡ୍‌,ଗେଟ ବଜାରରୁ ଲୋଚାପଡା, ବୈକୁଣ୍ଠନଗର, ନୂଆ ବସ୍‌ଷ୍ଟାଣ୍ଡ, ଏମ୍‌କେସିଜି ରୋଡ, କମାପଲ୍ଲୀ, ଲାଞ୍ଜିପଲ୍ଲୀ ଅଞ୍ଚଳ ପରିକ୍ରମା କରିଛନ୍ତି । ସାଇକେଲରେ ବୁଲିବା ବେଳେ ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ଟିଫିନ୍‌ ସେଣ୍ଟର ଓ ଲୋଚାପଡା ରୋଡସ୍ଥିତ ଅନ୍ୟ ଏକ ଟିଫିନ୍‌ ଦୋକାନୀଙ୍କଠାରୁୁ ରାସ୍ତାରେ ଆବର୍ଜନା ପକାଇଥିବା କାରଣରୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଥିଲୋ ଏଥିସହ କର୍ପୋରେଶନ ରୋଡ୍‌ରେ ସଫେଇ କାର୍ଯ୍ୟ ଅନୁଧ୍ୟାନ ବେଳେ ରାସ୍ତା ପାର୍ଶ୍ୱରେ ଥିବା ଦେଶୀ ମଦଦୋକାନ ବାହାରେ ପ୍ଲାଷ୍ଟିକ ଆବର୍ଜନା ପକାଇଥିବା କାରଣରୁ ମାଲିକଙ୍କୁ ଜିଲାପାଳ ୧ ଲକ୍ଷ ଟଙ୍କାର ଜରିମାନା କରିଥିଲେ। ସେହିପରି ତହସିଲ ଅଫିସ ପାଖରେ ଏକ ଠେଲା ଦୋକାନୀ ପଲିଥିନ ବ୍ୟବହାର କରୁଥିବା କାରଣରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ବିଏମ୍‌ସି ଡେପୁଟି କମିଶନର ରୋମାଞ୍ଚଳ ଖମାରୀ ସୂଚନା ଦେଇଛନ୍ତି । ଜିଲାପାଳଙ୍କ ସହର ପରିକ୍ରମା ବେଳେ ଡେପୁଟି କମିଶନର ଖମାରୀଙ୍କ ସମେତ ବିଏମ୍‌ସିର ସାନିଟେଶନ ଇନ୍ସପେକ୍ଟର ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ୬ଟଙ୍କାରେ ବିକ୍ରି ହେଉଛି କିରୋସିନ

ବାଉଁଶୁଣୀ,୯।୪(ଡି.ଏନ୍‌.ଏ.): ସରକାର ଲୋକଙ୍କୁ ଚାଉଳ, ଗହମ, କିରୋସିନ ଆଦି ସାମଗ୍ରୀ ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ କିଛି ଅସାଧୁ କର୍ମଚାରୀ ଅଧିକ ଦରରେ ବିକି...

୫ ଦିନ ହେଲା ନେଟ୍‌ୱର୍କ ଫେଲ୍‌: ବଢୁଛି ଅସନ୍ତୋଷ

ଲାଞ୍ଜିଗଡ଼,୧୨।୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ୫ ଦିନ ହେଲାଣି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ନେଟ୍‌ୱର୍କ ଫେଲ୍‌ ରହିଥିବା...

ଅବକାରୀ ବିଭାଗର ଚଢ଼ାଉ ବେଳେ ଢ଼େଲାପଥର ମାଡ଼: ଭାଙ୍ଗିଲା ଗାଡ଼ି, ଡ୍ରାଇଭର ଆହତ

ଛେଣ୍ଡିପଦା,୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ରଥ ସାହିରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମଦ ମାଫିଆମାନେ...

ମଧୁପୁରଠାରେ ବିଶାଳ ଆଦିବାସୀ ସମାବେଶ, ନୂଆଖାଇ ଭେଟ୍‌; ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ସାମିଲ ହେଲେ ଆଦିବାସୀ

ଲାଞ୍ଜିଗଡ଼,୩୦।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ମଧୁପୁରଠାରେ ବିଶାଳ ଆଦିବାସୀ ସମାବେଶ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି...

ମୋଦିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ...

ଉଛୁଳିଲା ଜମ୍ଭୀରା ନଦୀ

ବାରିପଦା ଅଫିସ,୨୩ା୯:  ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲାର ତିନୋଟି ବ୍ଳକ ଅଞ୍ଚଳ ପ୍ରଭାବିତ ହୋଇଛି। ରାସଗୋବିନ୍ଦପୁର, ଶୁଳିଆପଦା ଓ ମୋରଡ଼ା ବ୍ଲକର ବିଭିନ୍ନ ଗ୍ରାମରେ...

ଅନ୍ୟକୁ ରୋଜଗାର ଦେଇଛନ୍ତି ବନିତା

ଏମ୍‌ଭି୭୯,୬ା୧୨(ଡି.ଏନ.ଏ.): ଇଚ୍ଛା ଓ ଆଗ୍ରହ ଥିଲେ ଜଣେ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ। ତା’ର ସଫଳତାକୁ କୌଣସି ପ୍ରତିବନ୍ଧକ ରୋକିପାରେ ନାହିଁ। ମାଲକାନଗିରି ଜିଲା...

ଜନବସତିରେ ପଶିଲା ବାର୍‌ହା : ଲୋକେ ଆତଙ୍କିତ

ଉଦଳା,୨୮ା୫ (ଡି.ଏନ.ଏ) – ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିିଛି ଜଙ୍ଗଲ। ଯାହାଫଳରେ ବିଭିନ୍ନ ସମୟରେ ସେମାନେ ଜନବସତି ମୁହଁ। ହେଉଛନ୍ତି। ମୟୂରଭଞ୍ଜ ଜିଲା ଉଦଳା ଏନଏସି...

Advertisement
Archives

Model This Week