ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲାପାଳ: ସାଇକେଲରେ ବୁଲି ତଦାରଖ କରୁଛନ୍ତି ସଫେଇ କାର୍ଯ୍ୟ, ବାହାରେ ପ୍ଲାଷ୍ଟିକ୍‌ ପକାଇଥିବାରୁ ମଦଦୋକାନକୁ ୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୧୨ା୩-ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଜିରୋ ସ୍ବିପିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାର୍ଚ୍ଚ ୧ରୁ ସହରରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସଫେଇ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଭୋର୍‌ରୁ ସାଇକେଲରେ ସହର ପରିକ୍ରମା କରି ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ବିଏମ୍‌ସି ପରିସରରୁ ସକାଳୁ ସାଇକେଲରେ ବାହାରି ଗିରିମାର୍କେଟ, କର୍ପୋରେଶନ ରୋଡ୍‌, ଆସ୍କା ରୋଡ୍‌,ଗେଟ ବଜାରରୁ ଲୋଚାପଡା, ବୈକୁଣ୍ଠନଗର, ନୂଆ ବସ୍‌ଷ୍ଟାଣ୍ଡ, ଏମ୍‌କେସିଜି ରୋଡ, କମାପଲ୍ଲୀ, ଲାଞ୍ଜିପଲ୍ଲୀ ଅଞ୍ଚଳ ପରିକ୍ରମା କରିଛନ୍ତି । ସାଇକେଲରେ ବୁଲିବା ବେଳେ ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ଟିଫିନ୍‌ ସେଣ୍ଟର ଓ ଲୋଚାପଡା ରୋଡସ୍ଥିତ ଅନ୍ୟ ଏକ ଟିଫିନ୍‌ ଦୋକାନୀଙ୍କଠାରୁୁ ରାସ୍ତାରେ ଆବର୍ଜନା ପକାଇଥିବା କାରଣରୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଥିଲୋ ଏଥିସହ କର୍ପୋରେଶନ ରୋଡ୍‌ରେ ସଫେଇ କାର୍ଯ୍ୟ ଅନୁଧ୍ୟାନ ବେଳେ ରାସ୍ତା ପାର୍ଶ୍ୱରେ ଥିବା ଦେଶୀ ମଦଦୋକାନ ବାହାରେ ପ୍ଲାଷ୍ଟିକ ଆବର୍ଜନା ପକାଇଥିବା କାରଣରୁ ମାଲିକଙ୍କୁ ଜିଲାପାଳ ୧ ଲକ୍ଷ ଟଙ୍କାର ଜରିମାନା କରିଥିଲେ। ସେହିପରି ତହସିଲ ଅଫିସ ପାଖରେ ଏକ ଠେଲା ଦୋକାନୀ ପଲିଥିନ ବ୍ୟବହାର କରୁଥିବା କାରଣରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ବିଏମ୍‌ସି ଡେପୁଟି କମିଶନର ରୋମାଞ୍ଚଳ ଖମାରୀ ସୂଚନା ଦେଇଛନ୍ତି । ଜିଲାପାଳଙ୍କ ସହର ପରିକ୍ରମା ବେଳେ ଡେପୁଟି କମିଶନର ଖମାରୀଙ୍କ ସମେତ ବିଏମ୍‌ସିର ସାନିଟେଶନ ଇନ୍ସପେକ୍ଟର ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ-‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ’

ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନିଶାମୁକ୍ତ ଯୁବପିଢ଼ି ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନ’ – ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ଏକ ସ୍ବତନ୍ତ୍ର ୧୦୦ ସପ୍ତାହ ଅଭିଯାନ…

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri