ଆକ୍ରମଣ, ଲୁଟ୍‌ ଘଟଣା : ୩ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୭।୮: ଏକ ଆକ୍ରମଣ ଓ ଲୁଟ୍‌ ମାମଲାର ବିଚାର କରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ)ପ୍ରଜ୍ଞା ପାରମିତା ରାଉଳ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଖରିଆଗୁଡା ଗ୍ରାମର କେଶବ କୁଣ୍ଡୁ ଓରଫ ଠେସା କାଳିଆ ,ନରସିଂହ କୁଣ୍ଡୁ ଓ ଭଗବାନ ସାହୁ । ପ୍ରକାଶ ଯେ, ଗତ ୨୦୧୪ ଏପ୍ରିଲ ୨୨ ତାରିଖରେ ଜରଡ଼ାର ରାମନାଥ ସାହୁଙ୍କୁ ଠେସା କାଳିଆ ଓ ତାଙ୍କ ୨ ସହଯୋଗୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିବା ସହ ତାଙ୍କ ବାଇକ ଲୁଟି ନେଇଥିଲେ । ପୋଲିସ କେସ ନଂ. ୫୯/୧୪ ରେ ଠେସା ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଶନିବାର ଏହି ମାମଲାର ବିଚାର ବେଳେ ସିଜେଏମ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ଅଭାବରୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରାଜେନ୍ଦ୍ର ସାବତ ଓ ମୁଦଲାଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣପ୍ରସାଦ ପଟନାୟକ , ଅଲେଖ ବେହେରା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ନୂଆ ଅତିଥି: ଜନ୍ମ ନେଲେ ୭ ମାଣ୍ଡାରିନ ବତକ ଶାବକ

ବାରଙ୍ଗ,୧୨।୪(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ପାଦଚଲା ବିହଙ୍ଗ ସରଣୀରେ ରବିବାରଦିନ ଏକ ମାଇ ମାଣ୍ଡାରିନ ବତକ ଦେଇଥିବା ଅଣ୍ଡାଫୁଟି ୭ଟି ଛୁଆ ବାହାରିଛି। ଫଳରେ...

ହସ୍ପିଟାଲରୁ ନାଗସାପ ଛୁଆ ଉଦ୍ଧାର

ପୁରୀ ଅଫିସ, ୧୪ା୯: ଚନ୍ଦନପୁର ହସ୍ପିଟାଲରୁ ଶୁକ୍ରବାର ଏକ ନାଗସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଏହି...

ଭୁଲ, ଗୁଜବ ଖବର ନ ଦେବାକୁ ଗଞ୍ଜାମ ଜିଲାପାଳଙ୍କ ଅନୁରୋଧ: ସତ୍ୟ ପ୍ରମାଣ ସହ ଖବର ପ୍ରକାଶ କରିବାକୁ ପରାମର୍ଶ

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ପ୍ରିଣ୍ଟ, ଇଲେକ୍‌ଟ୍ରୋନିସ୍‌ ଏପରିକି ସୋସିଆଲ ମିଡିଆରେ କରୋନାକୁ ନେଇ କେହି ଭୁଲ ତଥା ତଥା ଗୁଜବ ଖବର ଦିଅନ୍ତୁ ନାହିଁ। ଏପରି କଲେ...

ଦୁର୍ଗାପୁର ଗ୍ରାମରେ ଶିଆଳ ଆତଙ୍କ: ୨ ଗୁରୁତର

ରସୁଲପୁର, ୪।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁଜନପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମ ବେହେରା ସାହିରେ ସୋମବାର ସକାଳେ ଶିଆଳ ଆତଙ୍କ ଦେଖାଦେଇଛି। ଏକ ବଣୁଆ ଶିଆଳ ଗାଁ...

ଆଜି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର, ୫-୨ (ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ...

ସତ୍ତା ହରାଇବାକୁ ବସିଲାଣି ସୁନାନଦୀ-ଜଳ ପ୍ରଦୂଷଣ କରୁଛି ଖଣିର ବର୍ଜ୍ୟବସ୍ତୁ, ଆବର୍ଜନା

ଯୋଡ଼ା,୧୨।୮(ମାନସ ରଞ୍ଜନ ମହାନ୍ତି)- କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ଥିବା ବିଭିନ୍ନ ଖଣି ଦ୍ୱାରା ନଦୀନାଳ ପ୍ରଭାବିତ ହେଉଛି। ଯୋଡା ଅଞ୍ଚଳର ଜୀବନରେଖା କୁହାଯାଉଥିବା ସୁନା...

ଗଞ୍ଜାମରେ ପୁଣି ୫୦ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଜିଲାରେ ଦିନକରେ ୫୦ ନୂଆ କରୋନା...

ଜିଲାପାଳଙ୍କୁ ଦାବିପତ୍ର ଦେଲେ ଅଞ୍ଚଳବାସୀ: ଫାଣ୍ଡି ସ୍ଥାପନ, ହାତୀ ଉପଦ୍ରବ ରୋକାଯାଉ

ତାଳଚେର,୮ା୧(ନି.ପ୍ର.)- ତାଳଚେର ବ୍ଲକର ସନ୍ଥପଡ଼ା, ଗୁରୁଜାଙ୍ଗୁଲି ଏବଂ ବନ୍ତୋଲ ପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ସହିତ ବହ୍ଲର ଛକଠାରେ ଏକ ଫାଣ୍ଡି ସ୍ଥାପନ ନିମନ୍ତେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *