ଆକ୍ରମଣ କରି ଗ୍ୟାସ ଏଜେନ୍ସି କର୍ମଚାରୀଙ୍କଠାରୁ ୧୦ ଲକ୍ଷ ୮୦ହଜାର ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୪।୫: ଭଦ୍ରକ ଜିଲା ତିହିଡି ବ୍ଲକରେ ସୋମବାର ଜଣେ ଗ୍ୟାସ ଏଜେନ୍ସି କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ନିକଟରୁ ୧୦ ଲକ୍ଷ ୮୦ ହଜାର ନେଇଯାଇଥିବା ଜଣାପଡ଼ିଛି। ଲୁଟ୍‌ର ଶିକାର ହୋଇଥିବା କର୍ମଚାରୀ ହେଲେ ବୋଡ଼କ ପଞ୍ଚାୟତର ପ୍ରମୋଦ ଭଞ୍ଜ।
ପ୍ରକାଶ ଯେ, ପାଳିଆବିନ୍ଧା ରାଉତ ଗ୍ରାମୀଣ ଗ୍ୟାସ ଏଜେନ୍ସି କର୍ମଚାରୀ ପ୍ରମୋଦ ୧୦ ଲକ୍ଷ ୮୦ ହଜାର ଟଙ୍କା ନେଇ ତିହିଡିସ୍ଥିତ ୟୁକୋ ବ୍ୟାଙ୍କ୍‌ରେ ଡିପୋଜିଟ୍‌ କରିବାକୁ ଯାଉଥିଲେ। ଜିଝାରପୁର ରେଳଲାଇନ୍‌ ନିକଟରେ ୩ ଦୁର୍ବୃତ୍ତ ଏକ ନମ୍ବର ପ୍ଲେଟ ନ ଥିବା ବାଇକ୍‌ରେ ଆସି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ହାତରୁ ଟଙ୍କା ବ୍ୟାଗ୍‌କୁ ନେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ପ୍ରମୋଦଙ୍କୁ ଉଦ୍ଧାରକରି ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀ ୨୧ରେ କପିଳାସ ଜାଗରଯାତ୍ରା

ଢେଙ୍କାନାଳ ଅଫିସ, ୨୧।୧ କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଫେବୃୟାରୀ ୨୧ରେ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ କରିବାକୁ ସୋମବାର...

ମଣ୍ଡିରୁ ଉଠୁନି ଧାନ: ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରପାଲି, ୨୧।୬(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ଚାଷୀମାନେ ଧାନ ବିକ୍ରି ପାଇଁ ଆଣୁଥିଲେ...

ବାଟ ଭୁଲି ୩୦ କିଲୋମିଟର ଚାଲିଆସିଥିଲେ ଦୁଇ ଶିଶୁପୁତ୍ର: ଉଦ୍ଧାର କଲା ଚାଇଲ୍ଡଲାଇନ୍‌, ପରିବାରବର୍ଗଙ୍କୁ ହସ୍ତାନ୍ତର

ଆନନ୍ଦପୁର,୧୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଗ୍ରାମରୁ ଦୁଇ ଶିଶୁଙ୍କୁ ଆନନ୍ଦପୁର ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଉଦ୍ଧାର କରି ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।...

ଠିକ୍‌ ସମୟରେ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଦେଢମାସ ମଧ୍ୟରେ ନିଶ୍ଚିତ ବସିବ। ସେପ୍ଟେମ୍ବର ୩୦ ପୂର୍ବରୁ ହିଁ ଅଧିବେଶନ ହେବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର...

କ୍ୱାର୍ଟର୍ସରେ ବରିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୨୩।୨(ନି.ପ୍ର.) ସୋନପୁର ସହରସ୍ଥିତ କ୍ଲଷ୍ଟର କଲୋନୀର ସରକାରୀ କ୍ୱାର୍ଟର୍ସରେ ବରିଷ୍ଠ କିରାଣି ଶିବ ନାରାୟଣ ବିଶ୍ୱାଳ(୪୧)ଙ୍କ ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ପୋଲିସ କ୍ୱାର୍ଟର୍ସ ତାଲା ଭାଙ୍ଗି...

ବନ୍ୟାରେ ଲୋକେ ସଂଗ୍ରହ କରୁଛନ୍ତି ଜାଳକାଠ

ଖଣ୍ଡପଡ଼ା,୧୫ା୮(ସ୍ବ.ପ୍ର.)-ଉପର ମୁଣ୍ଡରେ ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ମହାନଦୀ ଓ ଏହାର ଉପନଦୀ କମେଇ, କୁଆଁରିଆ, କାଳୀଗିରି ଓ କୁସୁମୀ ନଦୀଗୁଡିକରେ ବନ୍ୟା ଦେଖାଦେଇଛି...

ବର୍ଷେ ପରେ ବି ମୁଣ୍ଡରୁ ହଟିନି ପଲିଥିନ

ପୁରୀ ଅଫିସ,୩।୫: ଠିକ୍‌ ବର୍ଷକ ତଳେ ଛାତି ଥରାଇ ଦେଲାଭଳି ପବନ ଏବଂ ମୁଷଳ ବର୍ଷା ସବୁକିଛି ଉଜାଡ଼ି ଦେଇଥିଲା। ମୁଣ୍ଡଉପରୁ ଛପର ଉଡ଼ାଇ ନେବା...

କରଦାତାଙ୍କୁ କୃତଜ୍ଞତା

ଭୁବନେଶ୍ୱର(ବ୍ୟୁରୋ)/କଟକ/ପୁରୀ ଅଫିସ, ୨୧।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆୟକର ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହୋଇଛି। ଏହି...

Advertisement


Archives

Model This Week