ଆଉ ୩ ସ୍ଥାନରେ ସ୍ଥାପନ ହେବ କୋଭାସ୍‌ ମେଶିନ

ଭୁବନେଶ୍ୱର, ୨୯।୪(ବ୍ୟୁରୋ): କରୋନାକୁ ମୁକାବିଲା କରିବା ପାଇଁ ଏବେ ରାଜ୍ୟର ସବୁ ବିଭାଗ ଏକତ୍ର ହୋଇ କାର୍ଯ୍ୟ କରୁଛି। ରାଜ୍ୟବାସୀଙ୍କୁ କରୋନା କବଳରୁ କିପରି ରକ୍ଷା କରାଯାଇପାରିବ ତାହା ହିଁ ଏବେ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହୋଇଛି। ଶୀଘ୍ର ନମୁନା ପରୀକ୍ଷା ପାଇଁ ଆସନ୍ତା ୨ମାସ ଭିତରେ ରାଜ୍ୟର ଆଉ ୩ଟି ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ କୋଭାସ୍‌ ମେଶିନ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରାଜ୍ୟରେ କେବଳ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସିରେ ଏହି କୋଭାସ୍‌ ମେଶିନ ରହିଛି। ତେବେ ଆଗକୁ ବଲାଙ୍ଗୀର, କୋରାପୁଟ ଏବଂ ବାଲେଶ୍ୱରରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ମେଶିନ ସ୍ଥାପନ କରାଯିବ ବୋଲି ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା କହିଛନ୍ତି।
କରୋନା ମୁକାବିଲା ପାଇଁ ଧନ, ଜନ, ଜ୍ଞାନ ବଳରେ ଥିବା ଦେଶମାନେ ମଧ୍ୟ ସାମଗ୍ରୀ ବଳରେ ପଛରେ ପଡ଼ି ଯାଉଛନ୍ତି। ଏପରିସ୍ଥିତିରେ ଛୁଞ୍ଚିଠାରୁ ପିପିଇ, ମାସ୍କଠାରୁ ସାନିଟାଇଜର୍‌ ଏବଂ ଭିଟିଏମ୍‌ କିଟ୍‌ଠାରୁ ଭେଣ୍ଟିଲେଟର ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଓଡ଼ିଶାର ସ୍ଥିତି କ’ଣ ରହିଛି ସେନେଇ ରାଜ୍ୟ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଏକ ପ୍ରଶ୍ନ ରଖିଥିଲେ। ଉତ୍ତରରେ ରାଜ୍ୟ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଓ ଉପକରଣ ଯୋଗାଣ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା କହିଥିଲେ, କରୋନା ମୁକାବିଲା ପାଇଁ ଆଗୁଆ ୬ ମାସର ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିକି କରୋନା ଯୁଦ୍ଧରେ ବିଜୟ ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ କମ୍‌ ସମୟରେ ପହଞ୍ଚାଇବା କାର୍ଯ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ମେଡିସିନ, ଦ୍ୱିତୀୟଟି ହେଲା ଭେଣ୍ଟିଲେଟରଠାରୁ ଆରମ୍ଭ କରି କୋଭିଡ୍‌ ହସ୍ପିଟାଲର ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ତୃତୀୟ ହେଲା ଟେଷ୍ଟିଂ ସରଞ୍ଜାମ। ପ୍ରତିଦିନ ଗ୍ରୁପ୍‌ କଲ୍‌ ମାଧ୍ୟମରେ ଏହି କାର୍ଯ୍ୟକୁ ଆଗେଇ ନିଆଯାଉଛି। କେଉଁଠୁ ଆସିବ ଏବଂ କେମିତି ଆସିବ ସେନେଇ ବିତରକମାନଙ୍କ ସହ ଆଲୋଚନା କରାଯାଉଛି। ନମୁନା ପରୀକ୍ଷଣକୁ ଦ୍ୱିଗୁଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଧିକ ପ୍ରାଥମିକତା ଦିଆଯାଇ ପଦକ୍ଷେପ ନିଆଯାଉଛି। ତେଣୁ କୋଭାସ୍‌ ମେଶିନ କାର୍ଯ୍ୟକ୍ଷମ ହେବାପରେ ହିଁ ଦିନକୁ ଓଡ଼ିଶାରେ ୨୫୦୦ ଟେଷ୍ଟିଂ କରିବାକୁ ସମ୍ଭବ ହେଉଛି ବୋଲି ହେମନ୍ତ ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri