ଆଉ ଜଣେ ପାକ୍‌ ଚରମପନ୍ଥୀଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୪।୯: ପାକିସ୍ତାନର ଆଉ ଜଣେ  ଚରମପନ୍ଥୀଙ୍କୁ ଆମେରିକା ୨ ଦିନ ତଳେ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କରିଛି। ଏହାସହ ଆମେରିକା ଉକ୍ତ ଆତଙ୍କବାଦୀଙ୍କ ଉପରେ ୫୦ ଲକ୍ଷ ଡଲାର ପୁରସ୍କାର ମଧ୍ୟ ଘୋଷଣା କରିଛି। ତେବେ ଆମେରିକା ଯାହାଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କରିଛି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ହତ୍ୟା ମାମଲାରେ ସମ୍ପୃକ୍ତ ରହିବା ସହ ମଲାଲା ୟୁସୁଫଜାଇଙ୍କ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ଏହି ଆତଙ୍କବାଦୀ ହେଉଛନ୍ତି ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି-ପାକିସ୍ତାନ)ର ମୁଖ୍ୟ ନୁର ଓ୍ବଲି। ୨୦୦୭ରେ ସେ ନିଜର ଆତଙ୍କବାଦୀ ସଙ୍ଗଠନ ଗଠନ କରିଥିଲେ। ଆଉ ଏହି ସଙ୍ଗଠନ ଗତ ପ୍ରାୟ ୧୨ ବର୍ଷ ମଧ୍ୟରେ ବହୁ ବଡ ବଡ ଆତଙ୍କବାଦୀ ଆକ୍ରମଣ କରିସାରିଛି। ଜୁନ୍‌ ୨୦୧୮ରେ ମୁଲ୍ଲା ଫଜଲୁଲ୍ଲାହଙ୍କ ମୃତ୍ୟୁ ପରେ ନୁର ଓ୍ବଲିଙ୍କୁ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି-ପାକିସ୍ତାନ)ର ମୁଖ୍ୟ ପଦରେ ଅଧିଷ୍ଠିତ କରାଯାଇଥିଲା। ସୂଚନାଯୋଗ୍ୟ, କିଛିଦିନ ତଳେ ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ମଧ୍ୟ ଗ୍ଲୋବାଲ ଟେରରିଷ୍ଟ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୧୭ ମୃତ

ତଖର,୨୯।୧୨: ଆଫଗାନିସ୍ତାନର ଉତ୍ତରପୂର୍ବରେ ଥିବା ତଖର ଅଞ୍ଚଳରେ ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୧୭ ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ...

ଭାରତ- ଇଣ୍ଟରନେଟ୍‌ କମ୍ପାନୀ ସହ କାମ କରିବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ,୧୨ା୬: ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୋ -ବାଇଡେନ ପ୍ରଶାସନ ଭୁଲ ତଥ୍ୟର ପ୍ରସାରକୁ ମୁକାବିଲା କରିବା ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ସମ୍ମାନ...

ହାଭାନା ହୋଟେଲରେ ବିସ୍ଫୋରଣ: ୧୮ ମୃତ

ହାଭାନା,୭ ।୫: କ୍ୱିବାର ରାଜଧାନୀ ହାଭାନାର ଏକ ହୋଟେଲରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ସୂଚନା...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୧୦୧ ବର୍ଷ ବୟସରେ ପରଲୋକ

ଟୋକିଓ,୨୯।୧୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ସକାଳେ ଟୋକିଓର...

କ୍ଷମତା ହସ୍ତାନ୍ତର ଲାଗି କାର୍ଯ୍ୟ କରିବାକୁ ଟ୍ରମ୍ପ୍‌ଙ୍କ ଉପରେ ଚାପ

ଓ୍ବିଲମିଙ୍ଗଟନ୍‌, ୧୦।୧୧: ଆଗାମୀ ଜାନୁୟାରୀରେ ନୂଆ ପ୍ରଶାସନକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ଲାଗି ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌ ସହ ଏକାଠି କାର୍ଯ୍ୟ କରିବା...

ଆମେରିକା-ଚାଇନାର ବାକ୍‌ ଯୁଦ୍ଧ

ଓ୍ବାଶିଂଟନ,୫ା୧୨: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଗ୍ଲୋବାଲ ଡେମୋକ୍ରାସି ସମ୍ମିଳନୀକୁ ଚାଇନା ନିମନ୍ତ୍ରଣକରାଯାଇ ନାହିଁ।  କମ୍ୟୁନିଷ୍ଟ ପାର୍ଟି ଆମେରିକାର ଗଣତନ୍ତ୍ର ଉପରେ...

ମେ’ ୯ରେ ଶେଷ ହୋଇପାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ, ଭିକ୍ଟ୍ରି ଡେ’ରେ ପୁଟିନ କରିପାରନ୍ତି ଘୋଷଣା

ମସ୍କୋ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୮ ଦିନ ହେଲାଣି । ହେଲେ ଉଭୟ ପଟରୁ ଆକ୍ରମଣ ଏବେବି ଜାରି ରହିଛି । ତେବେ ରୁଷିଆ ମେ’...

ଉହାନକୁ ଫେରିଲା କରୋନା !

ବେଜିଂ,୧୨।୫: ଚାଇନାରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତା ବଢାଇଛି। ରୁଷ ସମୀପରେ ଅବସ୍ଥିତ ଶୁଲାନ ସହରରେ କରୋନା ପଜିଟିଭ ମିଳିବା ପରେ ଏହି ସହରକୁ ଲକ୍‌ଡାଉନ...

Advertisement
Archives

Model This Week