Posted inଖେଳ

ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକ: ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ର ପୁନଃନିର୍ଦ୍ଧାରଣ ହେବ

ଦୁବାଇ, ୨୪ା୪ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ଏକପ୍ରକାର ସ୍ଥାଣୁ ପାଲଟିଯାଇଛି। ଏଥିଯୋଗୁ ୨୦୨୩ ପର୍ଯ୍ୟନ୍ତ ରହିଥିବା ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ (ଏଫ୍‌ଟିପି)ର ପୁନଃନିର୍ଦ୍ଧାରଣ ହେବ। ଗୁରୁବାର ଅନୁଷ୍ଠିତ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ମୁଖ୍ୟକାର୍ଯ୍ୟନିର୍ବାହୀ କମିଟି ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି। ଟେଲି କନଫରେନ୍ସ ଜରିଆରେ ଏହି ବୈଠକ ବସିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏବଂ ପ୍ରସ୍ତାବିତ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଲିଗ୍‌ ସମ୍ପର୍କରେ ଦିନ ଧାର୍ଯ୍ୟ ପରେ ହେବ। କୋଭିଡ୍‌-୧୯ ଯୋଗୁ ଇଂଲଣ୍ଡର ଶ୍ରୀଲଙ୍କା ଟୁର୍‌ ଏବଂ ଅଷ୍ଟ୍ରେଲିଆର ନ୍ୟୁଜିଲାଣ୍ଡ ଟୁର୍‌ ଇତିମଧ୍ୟରେ ସ୍ଥଗିତ ରଖାଯାଇଛି। ଅପ୍ୟପକ୍ଷରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜର ଇଂଲଣ୍ଡ ଟୁର୍‌ ହୋଇ ପାରିବ କି ନା ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଖବର ଅନୁସାରେ ଅଷ୍ଟ୍ରେଲିଆରେ ଅକ୍ଟୋବର ଓ ନଭେମ୍ବରରେ ହେବାକୁଥିବା ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ୨୦୨୦ ଏବଂ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ସମେତ ସମସ୍ତ ଆଇସିସି ଗ୍ଲୋବାଲ ଇଭେଣ୍ଟଗୁଡ଼ିକ ଲାଗି ଏହି ବୈଠକରେ ଆକସ୍ମିକ ଯୋଜନା ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଖେଳାଳୀଙ୍କୁ ଉପହାର ଦେଲେ ଧୋନି

ନୂଆଦିଲ୍ଲୀ,୮ ।୧: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସର୍ବଦା ତାଙ୍କ ସରଳତାକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଆଜି ସେ କ୍ରିକେଟରୁ...

‘ଚିଅର ଫର୍‌ ଇଣ୍ଡିଆ’

ନୂଆଦିଲ୍ଳୀ,୧୫।୭: ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଦଳର ଅଫିସିଆଲ ସଙ୍ଗୀତ ବା ଥିମ ସଙ୍ଗ୍‌ ଉନ୍ମୋଚନ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର...

ଦୁଇ ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ୨ଟି ପଦକ ଜିତିବା ନିଶ୍ଚିତ କରିଛନ୍ତି। ସେ...

କରୋନା ଭାଇରସ୍‌: ସାମୟିକ ଡୋପ୍‌ ଟେଷ୍ଟ କରିବନି ଚିନାଡା

ଲାଉସାନେ, ୩ା୨ (ଏଏଫ୍‌ପି)-ଟୋକିଓ ଅଲିମ୍ପିକ୍ସ ୬ମାସରୁ କମ୍‌ ସମୟ ରହିଥିବା ବେଳେ କରୋନା ଭାଇରସ ପାଇଁ ଚାଇନାର ଷ୍ଟେଟ୍‌ ଆଣ୍ଟି ଡୋପିଂ ଏଜେନ୍ସି (ଚିନାଡା)କୁ ସାମୟିକ...

ଓଡ଼ିଶାର ଇନିଂସ ଅଗ୍ରଣୀ

ଭୁବନେଶ୍ୱର,୨୦।୧- କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ଦଳ ପ୍ରଥମ ଇନିଂସରେ ୩୭ ରନ୍‌ର ଅଗ୍ରଣୀ ହାସଲ କରିଛି।...

ସିରିଜ ବିଜୟୀ ଆଶାରେ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫।୭- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ...

ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍‌ ବିବାଦକୁ ନେଇ ଖୁଲାସା

ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ...

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍‌ପି ଗମ୍ଭିର

ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା...

Advertisement
Archives

Model This Week