Posted inଖେଳ

ଆଇସିସି ବାସନ୍ଦ ପରେ ଜିମ୍ବାଓ୍ବେ କ୍ରିକେଟର ନିରାଶ

ହରାରେ, ୨୦।୭(ପି.ଟି.)- କ୍ରିକେଟ ବ୍ୟାପାରରେ ସରକାରଙ୍କ ଅବାଞ୍ଚିତ ହସ୍ତକ୍ଷେପ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଜିମ୍ବାଓ୍ବେକୁ ବାସନ୍ଦ କରିଛି। ଆଇସିସିର ଏହି କଠୋର ପଦକ୍ଷେପରେ ଜିମ୍ବାଓ୍ବେ ଓ ତା’ର ତାରକା କ୍ରିକେଟରମାନେ ଚକିତ ହେବା ସହ ନିରାଶ ହୋଇଛନ୍ତି। ଏହି ନିଷ୍ପତ୍ତି ସେମାନଙ୍କ କ୍ୟାରିୟରକୁ ଅନ୍ଧାରକୁ ଠେଲି ଦେଇଛି ଖେଳାଳିମାନେ ଅଭିଯୋଗ ଆଣିଛନ୍ତି।
ସରକାରଙ୍କ ପ୍ରଭାବ ଓ ହସ୍ତକ୍ଷେପ କାରଣରୁ ଆଇସିସି ସମ୍ବିଧାନର ଖୋଲାଖୋଲି ଉଲ୍ଲଂଘନ ହେଉଥିଲା। ଫଳରେ ଗୁରୁବାର ଜିମ୍ବାଓ୍ବେ କ୍ରିକେଟକୁ ବାସନ୍ଦ କରାଯାଇଥିଲା। ଜିମ୍ବାଓ୍ବେ ତାରକା କ୍ରିକେଟର ସିକନ୍ଦର ରାଜା ଏଥିରେ ନିରାଶ ବ୍ୟକ୍ତି କରିଛନ୍ତି। ଏ ଭଳି ଢ଼ଙ୍ଗରେ କ୍ରିକେଟରୁ ବିଦାୟ ନେବାକୁ କେବେ ଭାବ ନ ଥିଲି ବୋଲି ବେଶ୍‌ ଭାବପ୍ରବଣ ହୋଇ ସେ ଟୁଇଟ୍‌ କରି ଜଣାଇଛନ୍ତି। ଗୋଟିଏ ନିଷ୍ପତ୍ତି ସାରା ଦଳକୁ ଏକଘରକିଆ କରିଦେଇଛି। ଏହା ଦ୍ୱାରା ବହୁ ଲୋକ ସେମାନଙ୍କ ଜୀବିକା ହରାଇଛନ୍ତି। ଏହାଦ୍ୱାରା ସେମାନଙ୍କ ପରିବାର ମଧ୍ୟ କ୍ଷତିଗ୍ରସ୍ତ ହେବ। ବାସନ୍ଦ ହେବା ଫଳରେ ଆଇସିସି ଜିମ୍ବାଓ୍ବେ କ୍ରିକେଟକୁ ଆଉ କୌଣସି ଅନୁଦାନ ଦେବନାହିଁ।
ପୂର୍ବତନ ଜିମ୍ବାଓ୍ବେ ଅଧିନାୟକ ବ୍ରେଣ୍ଡନ ଟେଲର ଆଇସିସିର ଏଭଳି କଠୋର ନିଷ୍ପତ୍ତି କ୍ରିକେଟ ସହିତ ଜଡିତ ରହିଆସିଥିବା ବହୁ ଲୋକଙ୍କ କ୍ୟାରିୟରକୁ ଶେଷ କରିଦେଇଛି। ଶହଶହ ସଂଖ୍ୟାରେ ସଚ୍ଚୋଟ ଲୋକ, ଖେଳାଳି, ସପୋର୍ଟ ଷ୍ଟାଫ୍‌, ଗ୍ରାଉଣ୍ଡ ଷ୍ଟାଫ୍‌ ସେମାନଙ୍କ ଚାକିରି ହରାଇଛନ୍ତି ବୋଲି ଟେଲର ଟୁଇଟ କରି ଜଣାଇଛନ୍ତି। ଜିମ୍ବାଓ୍ବେ ଦ୍ରୁତ ବୋଲର କାଇଲ ଜାର୍ଭିସ ମଧ୍ୟ ଏଥିରେ ନିରାଶ ବ୍ୟକ୍ତ କରିଛନ୍ତି। ଜିମ୍ବାଓ୍ବେ ଅଲରାଉଣ୍ଡର ସୋଲୋମୋନ ମାଇର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଖେଳାଳି ଓ ଟେକ୍‌ନିକାଲ ଷ୍ଟାଫ୍‌ଙ୍କୁ ଜଣାଇଛି ବୋଲି ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜରେ ଉଲ୍ଲେଖ କରିଛନ୍ତି। ଆଇସିସିର ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ୨୯ ବର୍ଷୀୟ ସୋଲୋମୋନ କହିଛନ୍ତି। ସେ ଜିମ୍ବାଓ୍ବେ ପାଇଁ ୪୭ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଉଲ୍ଲେଖଥାଉ କି, ଜିମ୍ବାଓ୍ବେ ୨୦୨୦ ଜାନୁୟାରୀରେ ଭାରତ ଗସ୍ତ କରି ୩ଟି ଟି୨୦ ମ୍ୟାଚ୍‌ ଖେଳିବା କାର୍ଯ୍ୟକ୍ରମ ରହିଥିଲା। ଶେଷଥର ପାଇଁ ଜିମ୍ବାଓ୍ବେ ୨୦୦୨ ଫେବୃୟାରୀ ଓ ମାର୍ଚ୍ଚରେ ଭାରତ ଗସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଅନୁ ରାଣୀ

ନୂଆଦିଲ୍ଲୀ, ୨୧।୭: ଭାରତୀୟ ଜାଭେଲିନ ଥ୍ରୋ ଖେଳାଳି ଅନୁ ରାଣୀ ପୁଣି ଥରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୨ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ...

ବିରାଟ ୧୦୦ ଶତକ ରେକର୍ଡ ଭାଙ୍ଗିଲେ ତାଙ୍କ ସହ ସ୍ୟାମ୍ପେନ୍‌ ଶେୟାର୍‌ କରିବି କହିଲେ ସଚିନ୍‌

ତ୍ରିନିଦାଦ,୧୩।୮- ସ୍ଥାନୀୟ ପୋର୍ଟ ଅଫ ସ୍ପେନଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୪୨ତମ ଶତକ ହାସଲ କରିଛନ୍ତି।...

ହାର୍ଦ୍ଦିକଙ୍କ ପୁଅଙ୍କୁ କୋଳରେ ଧରି ଭାବୁକ ହେଲେ ଭାଇ କୃଣାଳ, କହିଲେ ଏପରି କଥା..

ନୂଆଦିଲ୍ଲୀ,୨।୮: ନିକଟରେ ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ୟା। କୁନି ପାଣ୍ଡ୍ୟାଙ୍କୁ ପାଇ ପୁରା ପରିବାର ଏବେ ଖୁସିରେ ବିଭୋର ହୋଇଯାଇଛନ୍ତି। ଶନିବାର...

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଆର୍ଚର ଓହରିଲେ

ଲଣ୍ଡନ, ୧୮।୫(ପି.ଟି.)-କହୁଣିରେ ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ଇଂଲଣ୍ଡ ଫାଷ୍ଟ ବୋଲର ଜୋର୍ଫା ଆର୍ଚର ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି। ଆହତ ସମସ୍ୟା...

ଓସାକା ପରାସ୍ତ

ନ୍ୟୁୟର୍କ, ୩ା୯- ଗତଥରର ମହିଳା ସିଙ୍ଗଲ୍ସ ଚାମ୍ପିୟନ ଜାପାନର ନାଓମି ଓସାକା ୟୁଏସ ଓପନ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ଅନୁଷ୍ଠିତ ଏକ...

ଜାତୀୟ ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୦।୨(କ୍ରୀଡ଼ା ପ୍ରତିନିଧି)-ବେଙ୍ଗାଲୁରୁଠାରେ ଚାଲିଥିବା ୩ୟ ନଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ...

ଏହି ଝିଅଟିର ପ୍ରଶଂସାରେ ଶତମୁଖ ହେଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା ଜଣେ ୧୬ ବର୍ଷିୟା ଝିଅର ପ୍ରଂଶସାରେ ଶତମୁଖ ହୋଇଛନ୍ତି। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ...

୬ ମାସରେ ପଦାର୍ପଣ କଲେ ବିରୁଷ୍କାଙ୍କ ଲାଡ୍‌ଲୀ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲାଡଲୀ ତଥା ଝିଅ ଭାମିକା ୬ ମାସରେ ପଦାର୍ପଣ କରିଛନ୍ତି। ଏହି...

Advertisement
Archives

Model This Week