Posted inଖେଳ

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ନୀତୀନ ଏକମାତ୍ର ଭାରତୀୟ ଅମ୍ପାୟର

ଦୁବାଇ, ୧୨।୨ (ପି.ଟି.):  ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ର ଆଗାମୀ ୭ମ ସଂସ୍କରଣ ଚଳିତ ମାସ ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଲାଗି ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମ୍ୟାଚ୍‌ ପରିଚାଳନା ଲାଗି ଅମ୍ପାୟର ତାଲିକା ପ୍ରକାଶ ପାଇଛି। ଏକମାତ୍ର ଭାରତୀୟ ଭାବେ ନୀତୀନ ମେମୋନ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେହିଭଳି ଆଶ୍ଚର୍ଯ୍ୟଜନକ ଭାବେ ୬ ଜଣ ମହିଳାଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନେ ହେଲେ ଲୌରେନ ଆଗେନବାଗ୍‌, କିମ୍‌ କଟ୍ଟନ, କ୍ଲେୟାର ପୋଲୋସାକ, ସୁଏ ରେଡ୍‌ଫେର୍ନ ଓ ଜ୍ୟାକ୍‌ଲିନ ଓ୍ବିଲିୟମ୍ସ। ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଫ୍ରୋଫାଇଲ ଉଦ୍‌ଘାଟନୀ ମୁକାବିଲାରେ ଶନ୍‌ ଜର୍ଜଙ୍କ ସହ ଜ୍ୟାକ୍‌ଲିନ୍‌ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ସେହିଭଳି ଫେବୃୟାରୀ ୨୨ରେ ପୂର୍ବତନ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଓ ନବାଗତ ଥାଇଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ମେନନ୍‌ଙ୍କ ସହ ପୋଲୋସାକ୍‌ ଅମ୍ପାୟର ଭୂମିକାରେ ଅବତୀର୍ଣ୍ଣ ହେବେ। ପୂର୍ବରୁ ପ୍ରଥମ ମହିଳା ଭାବେ ଭାରତର ଜି.ଏସ୍‌. ଲକ୍ଷ୍ମୀଙ୍କୁ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଲାଗି ରେଫରି ମନୋନୀତ କରାଯାଇଥିଲା। ଏମିରେଟ୍ସ ଆଇସିସି ଏଲିଟ୍‌ ପ୍ୟାନେଲ୍‌ର ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ସବୁଠୁ ସିନିୟର ଭାବେ ରେଫରି ତାଲିକାରେ ରହିଛନ୍ତି। ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ପରିଚାଳନା ଲାଗି ରେଫରି ଓ ଅମ୍ପାୟର ନାମ ପରେ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରା-ହର୍ଷଲଙ୍କୁ ପଛରେ ପକାଇଲେ ‘ଲର୍ଡ ଶାର୍ଦ୍ଦୁଳ’; ହେଲେ ୟୁଏଇ କିଙ୍ଗ୍‌

ଦୁବାଇ,୧୬।୧୦: ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ) ଏବଂ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଆଇପିଏଲ୍‌ ଫାଇନାଲ ମୁକାବିଲା। ଏଥିରେ ବାଜିମାତ କରିଥିଲା ଚେନ୍ନାଇ। ଦଳ...

ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା

ନୂଆଦିଲ୍ଲୀ,୧୫।୧: ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏନେଇ ସେ ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିଜ...

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ଜୋକୋଭିଚ୍‌- ସିତିସ୍‌ପାସ୍‌ ଫାଇନାଲ

ପ୍ୟାରିସ୍‌,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍‌ ସିଡ୍‌...

ଅଗରକରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୨: ପୂର୍ବତନ ଭାରତୀୟ ପେସର ଅଜିତ ଅଗରକରଙ୍କୁ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ...

ତୃତୀୟ ଟେଷ୍ଟରେ ଅଧିକ ମଜଭୂତ ହେବ ଟିମ୍‌ ଇଣ୍ଡିଆ, ଯୋଡ଼ି ହେବେ ଏହି ଦୁଇ ଧୁରନ୍ଧର

ନୂଆଦିଲ୍ଲୀ,୧୬।୨: ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ସହ ଯୋଡ଼ି ହେବେ ଦ୍ରୁତ ବୋଲର୍‌ ମହମ୍ମଦ ଶାମୀ...

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି)- ଏପଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବାପାଇଁ ଭାରତ ପ୍ରସ୍ତୁତ। ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ ବେଲଜିୟମ।...

ଯୁବିଙ୍କ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭- ସୋସିଆଲ ମିଡିଆରେ ଗତ କିଛିଦିନ ହେଲେ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ ଲୋକପ୍ରିୟତା ହାସଲ କରିଛି। ଏହି ଚ୍ୟାଲେଞ୍ଜରେ ବୋଟଲକୁ ସ୍ପର୍ଶ ନ କରି କ୍ୟାପ୍‌...

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ...

Advertisement
Archives

Model This Week