Posted inଜାତୀୟ

‘ଆଇପିସି, ସିଆର୍‌ପିସିରେ ହେବ ପରିବର୍ତ୍ତନ’

ନୂଆଦିଲ୍ଲୀ,୯ା୧୨(ପି.ଟି.): ବଳତ୍କାର ଭଳି ଘୃଣ୍ୟ ଅପରାଧ ସମେତ ଫୌଜଦାରି ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିତର୍କ ଚାଲିଥିବାବେଳେ ଆଇପିସି ଏବଂ ସିଆର୍‌ପିସିରେ ସଂଶୋଧନ ଆଣିବାକୁ କେନ୍ଦ୍ରର ଏନ୍‌ଡିଏ ସରକାର ସଂକଳ୍ପବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଦେଶ ପାଇଁ ଅଧିକ ସହାୟକ ହେଲାଭଳି ସଂଶୋଧନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କଠାରୁ ମତାମତ ଲୋଡିଛି।
ପୁଣେଠାରେ ପୋଲିସ ଡିଜି ଏବଂ ଆଇଜିମାନଙ୍କ ୫୪ତମ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶାହା କହିଥିଲେ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗି ଅଧିକ ସହାୟକ ହୋଇପାରିବା ଭଳି ସଂଶୋଧନ ଆଇପିସି ଏବଂ ସିଆର୍‌ପିସିରେ କରାଯିବ। ୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଦଣ୍ଡ ମିଳିନାହିଁ। ସେହିପରି ଅନ୍ୟ ଘୃଣ୍ୟ ଅପରାଧଗୁଡିକରେ ମଧ୍ୟ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିଭିନ୍ନ ଫୋରମରେ ଆଲୋଚନା ହେଉଛି। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟରରେ ମାରିଦିଆଯିବା ଘଟଣାକୁ ନେଇ ଦେଶବ୍ୟାପୀ ବିତର୍କ ଲାଗି ରହିଛି। ଶନିବାର ଯୋଧପୁରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ କହିଥିଲେ, ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ। ନ୍ୟାୟ ପ୍ରତିଶୋଧରେ ପରିଣତ ହେଲେ ତାହା ନିଜର ବିଶେଷତ୍ୱ ହରାଇବ ବୋଲି ସିଜେଆଇ ଚେତାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ନ ରହି ପାରିଲେ, ଅଲଗା ହେବା ଶ୍ରେୟସ୍କର…

ନୂଆଦିଲ୍ଲୀ,୪।୧୦: ଦାମ୍ପତ୍ୟ ଜୀବନ ଉପରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ସ୍ତ୍ରୀ-ସ୍ବାମୀ ଏକାଠି...

କରୋନାରେ ୯,୩୪୬ ପିଲା ହୋଇଛନ୍ତି ବେସାହାରା

ନୂଆଦିଲ୍ଲୀ,୩।୬: କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶକୁ ପ୍ରଭାବିତ କରିଛି। ମହାମାରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏକ ଆକଳନରୁ ଜଣାପଡିଛି ଯେ, ସମଗ୍ର...

ଦଳର ଭାବମୂର୍ତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସହ୍ୟ କରାଯିବ ନାହିଁ…

ହାଇଦ୍ରାବାଦ୍‌, ୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଟିର ଆଭ୍ୟନ୍ତରୀଣ ମାମଲାକୁ ଜନସାଧାରଣଙ୍କ ନିକଟକୁ ନ ନେବାକୁ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ହାଇଦ୍ରାବାଦରେ...

ବିହାରରେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା, ବିରୋଧରେ ଚକାଜାମ

କଟିହାର,୭ ।୧୧: ବିହାରର କଟିହାର ଜିଲାରେ ସୋମବାର ସ୍ଥାନୀୟ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜିବ ମିଶ୍ରାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାକୁ...

୧୧୨ ଡାଏଲ କଲେ ପୋଲିସ ପହଞ୍ଚାଉଛି ଖାଦ୍ୟ

ନୋଏଡ଼ା,୨୭।୩- ଯଦି କାହା ଘରେ ଖାଦ୍ୟପେୟର କୌଣସି ଅସୁବିଧା ଅଛି ତେବେ ୧୧୨ ଡାଏଲ କଲେ କିଛି ସମୟ ପରେ ଖାଦ୍ୟ ପହଞ୍ଚାଇବ ପୋଲିସ। ଲକ୍‌ଡାଉନ...

ବିରୋଧୀଙ୍କୁ ଏକାଠି କରିବାକୁ ଲାଗିପଡିଛନ୍ତି ରାହୁଲ, ନୀତୀଶ-ପାଓ୍ବାରଙ୍କ ପରେ ଏବେ ଉଦ୍ଧବଙ୍କୁ ଭେଟିବେ

ନୂଆଦିଲ୍ଲୀ,୧୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାରା ଦେଶରେ ଭାରତ ଯୋଡୋ ଯାତ୍ରା କରିବା ପରେ ବର୍ତ୍ତମାନ ବିରୋଧୀ ଦଳଙ୍କୁ ଏକାଠି କରିବା ଅଭିଯାନରେ ଅଛନ୍ତି।ବିହାର...

ହିମାଚଳ ପ୍ରଦେଶ ନିର୍ବାଚନ: ମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ

ଶିମଲା,୧୨।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଶନିବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ୭୮୮୪ କେନ୍ଦ୍ରରେ ମତଦାନ ଚାଲିଛି। ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା...

ଦରଦାମ୍‌ ବୃଦ୍ଧି ପାଇଁ କେବଳ କେନ୍ଦ୍ର ନୁହେଁ ରାଜ୍ୟ ବି ଦାୟୀ: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ, ୮।୯ : ଦରଦାମ୍‌ ବୃଦ୍ଧି ସମ୍ପର୍କରେ ତାଙ୍କ ବିବୃତ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି। ଦରଦାମ୍‌ ବଢ଼ିବା ନେଇ ଅର୍ଥମନ୍ତ୍ରୀ...

Advertisement
Archives

Model This Week