ନୂଆଦିଲ୍ଲୀ, ୨୧।୮(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଭାଗ ନେବାପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ, କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ଦଳ ଗୁରୁବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ପହଞ୍ଚତ୍ଛନ୍ତି। କିଙ୍ଗ୍ସ ଇଲେଭେନ ପେସ୍ ବୋଲର ମହମ୍ମଦ ସାମି ଯାତ୍ରା ସମୟର ଏକ ଫଟୋ ସେୟାର କରିଛନ୍ତି। ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ଦଳ ଦୁବାଇରେ ଏବଂ ନାଇଟ ରାଇଡର୍ସ ଦଳ ଆବୁଧାବିରେ ଅବସ୍ଥାନ କରିବ। ଯିବା ପୂର୍ବରୁ ଖେଳାଳିଙ୍କର ଏକାଧିକଥର କୋଭିଡ-୧୯ ଟେଷ୍ଟ ହୋଇଛି। ୟୁଏଇରେ ଖେଳାଳିମାନେ ୬ ଦିନପାଇଁ ଆଇସୋଲେଶନରେ ରହିବେ। ଏହି ଅବସରରେ ପ୍ରଥମ, ୩ୟ ଓ ୬ଷ୍ଠ ଦିନ ସେମାନଙ୍କର କୋଭିଡ ଟେଷ୍ଟ ହେବ। ରିପୋର୍ଟ ନେଗେଟିଭ୍ ଆସିଲେ ସେମାନେ ଜୈବ ସୁରକ୍ଷିତ ପରିବେଶରେ ଟ୍ରେନିଂ ଆରମ୍ଭ କରିପାରିବେ। ସେପ୍ଟେମ୍ବର ୧୯ରୁ ଏହି ଲିଗ୍ ଆରମ୍ଭ ହେବ। ଟୁର୍ନାମେଣ୍ଟର ପ୍ରତି ୫ ଦିନରେ ଥରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କର କୋଭିଡ ଟେଷ୍ଟ ହେବ।
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ଜୈବ-ସୁରକ୍ଷିତ ପରିବେଶରୁ ଆସୁଥିବାରୁ କ୍ୱାରାଣ୍ଟାଇନ୍ର ଆବଶ୍ୟକତା ନାହିଁ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧ୍ୟକ୍ଷ ସଞ୍ଜୀବ ଚୁରିଓ୍ବାଲା ପ୍ରକାଶ କରିଛନ୍ତି। ଆରସିବି ସମେତ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଶୁକ୍ରବାର ୟୁଏଇରେ ପହଞ୍ଚତ୍ବେ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ଦଳର ସମସ୍ତ ଖେଳାଳି ଓ କର୍ମକର୍ତ୍ତା ଦୁବାଇସ୍ଥିତ ଓ୍ବାଲ୍ଡର୍ଫ ହୋଟେଲରେ ରହିବେ । ଏଥିପାଇଁ ପୂରା ଏକ ବ୍ଲକ୍ ବୁକ୍ କରାଯାଇଛି। ଏଥିରେ ୧୫୫ ରୁମ୍, ଜିମ୍ ଏବଂ ଡାଇନିଂ ରହିଛି। ହୋଟେଲର ସମସ୍ତ କର୍ମଚାରୀଙ୍କର ମଧ୍ୟ କୋଭିଡ-୧୯ ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଆରସିବି ଟିମ୍ ୪୦ ସଦସ୍ୟ ବିଶିଷ୍ଟ ରହିବ। ଏହା ମଧ୍ୟରେ ୨୧ ଖେଳାଳି, ୫ ନେଟ୍ ବୋଲର, ୨ ଥ୍ରୋ ଡାଉନ୍ ସ୍ପେଶାଲିଷ୍ଟ, ୨ କ୍ରୀଡ଼ା ମନସ୍ତତ୍ତ୍ୱବିତ୍ ସାମିଲ।
ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…
ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…
ଲାଇଭ୍ ମ୍ୟାଚ୍ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍: BCCI ନେଲା ବଡ଼ ଆକ୍ସନ
ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…
ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍
ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…
ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…
ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍ ବୋର୍ଡର କ୍ରିକେଟ୍ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…
ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…
ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…
MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…
ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…
ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…
ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା
କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍ ବେଳେ ଖେଳାଳିଙ୍କ ଝଗଡ଼ାରେ…
Archives

