ଆଇନ ସେବାକେନ୍ଦ୍ର ଉଦ୍‌ଘାଟନ କଲେ ଜିଲା ଦୌରାଜଜ

ଚନ୍ଦ୍ରଗିରିି,୧ା୧୦(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି, ଅଡ଼ବା ଓ ପି.ଗୋବିନ୍ଦପୁର ପଞ୍ଚାୟତରେ ରବିବାର ଗ୍ରାମୀଣ ଆଇନ ସେବାକେନ୍ଦ୍ର ଗଜପତି ଜିଲା ଦୌରା ଜଜ୍‌ ତଥା ଡିଏଲଏସଏ ଅଧ୍ୟକ୍ଷ ବିଶ୍ୱଜିତ ଦାସ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ମୋହନା ଜେଏମଏଫସି କୋର୍ଟ ବିଚାରପତି ମନୋଜ କୁମାର ମହାନ୍ତି, ମୋହନା ବିଡିଓ ବଂଶୀଧର ଖୋସଲା ଉପସ୍ଥିତ ଥିଲେ। ସ୍ଥାନୀୟ ସରପଞ୍ଚ ନର୍ମଦା ଦଳାଇ, ଆଇନଜୀବୀ ସୀମାଞ୍ଚଳ କାର୍ଯୀ, ସନ୍ତୋଷ କୁମାର ପାଢ଼ୀ, ସୁଦର୍ଶନ ସାହୁ, ରବୀନ୍ଦ୍ର ନାୟକ, ରାଧାମୋହନ ସାହୁ, ବୈଦ୍ୟନାଥ ସିଙ୍ଗଙ୍କ ସମେତ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ । ସମିତିସଭ୍ୟ ରାମଚନ୍ଦ୍ର ପୂଜାରୀ ଏବଂ ଗ୍ରାମର ପ୍ରମୁଖ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଗ୍ରାମ୍ୟସ୍ତରରୁ କିଭଳି ସାଧାରଣ ଲୋକମାନେ ଆଇନ ସେବା ପାଇପାରିବେ, ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲା ଦୌରାଜଜ ଦାସ ବୁଝାଇଥିଲେ। କେନ୍ଦ୍ରରେ ଦୁଇଜଣ ଆଇନ ସହାୟତା କର୍ମୀଙ୍କ ସହ ଜଣେ ଆଇନଜୀବୀ ରହି ସାଧାରଣ ଲୋକ କିଭଳି ଆଇନ ସେବା ପାଇପାରିବେ, ସେ ନେଇ ସହଯୋଗ କରିବେ ବୋଲି ଜିଲା ଦୌରାଜଜ ଦାସ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ମାର୍ଦ୍ଦିପଙ୍କା ପ୍ରାଥମିକ ବିଦ୍ୟାଳୟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୨୦।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତଥା ମାଓବାଦୀ ପ୍ରବଣ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ଛାତ୍ରୀଛାତ୍ରଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି। ବିଭାଗୀୟ ଅଧିକାରୀ...

ଗାଜଲବାଡ଼ି ଘାଟିରେ ସରୁନି ଗାର୍ଡଓ୍ବାଲ କାର୍ଯ୍ୟ, ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଟଳିଲା ବଡ଼ଧରଣର ଦୁର୍ଘଟଣା

ଦାରିଙ୍ଗବାଡ଼ି,୨।୨(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ଘାଟିରେ ରବିବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍‌ଟିକୁ ରୋକିବାରେ...

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ସକାଳୁ ଲମ୍ବା ଲାଇନ୍‌ରେ ଭୋଟର

ଫୁଲବାଣୀ ଅଫିସ,୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ସକାଳୁ ଆରମ୍ଭ ହୋଇଛି। କନ୍ଧମାଳ ଜିଲାର କ.ନୂଆଗାଁ ବ୍ଲକର ୧...

ନିଖୋଜ ଶୁଭେନ୍ଦୁଙ୍କ ମୃତଦେହ ମିଳିଲା: ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରବର୍ଗ

ରାଇକିଆ,୬।୨(ଡି.ଏନ୍‌.ଏ.) : ଜାନୁୟାରୀ ୧୫ରୁ ନିଖୋଜ ଥିବା କନ୍ଧମାଳ ଜିଲା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଉଦ୍ଧାର କରାଯାଇଛି।...

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଜି.ଉଦୟଗିରି, ୨୩ା୧୨ (ଡି.ଏନ୍‌.ଏ: ଜି. ଉଦୟଗିରି ସହରରେ ରବିବାର ସନ୍ଧ୍ୟାରେ ନିକଟସ୍ଥ ମାଲିକପଡି ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଚର୍ଚ୍ଚଠାରୁ ଖ୍ରୀଷ୍ଟୀୟମାନେ...

ଗଛରେ ପିଟିହେଲା ମିକ୍ସର ମେଶିନ, ଯନ୍ତ୍ରୀ ମୃତ

ତୁମୁଡ଼ିବନ୍ଧ,୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧର ଡଡ଼ଙ୍ଗ ନିକଟରେ ସୋମବାର ବିଳମ୍ବିତ ରାତିରେ ମିକ୍ସର ମେଶିନ ଗାଡ଼ି ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ...

ବିରଳ ପକ୍ଷୀ ଉଦ୍ଧାର

ବାଲିଗୁଡ଼ା,୧୨।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନର ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ବିରଳ ପକ୍ଷୀ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ପକ୍ଷୀକୁ କୁକୁର ଗୋଡ଼ାଉ ଥିବାବେଳେ...

ଫୁଲବାଣୀରେ ଏନ୍‌ସିପିସିଆର ଟିମ୍‌ର ଜନଶୁଣାଣି

ଫୁଲବାଣୀ ଅଫିସ, ୨୨ା୧୧- ଫୁଲବାଣୀ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର) ଟିମ ପକ୍ଷରୁ ଜନଶୁଣାଣି ଶିବିର ଗୁରୁବାର...

Advertisement
Archives

Model This Week