ଆଇଆର୍‌ଡିଏ ଅଧିକାରୀ ପରିଚୟ; ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ବଢୁଛି ସାଇବର କ୍ରାଇମ୍‌

ଗୋପାଳପୁର,୭ା୧୧-ଆଇଆର୍‌ଡିଏ (ଇନ୍‌ସ୍ୟୁରାନ୍ସ ରେଗୁଲେଟାରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି)ର ଅଧିକାରୀ ପରିଚୟ ଦେଇ ଅନ୍‌ଲାଇନ୍‌ରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ଡୁରା ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହାର ଶିକାର ହୋଇଛନ୍ତି ଶକ୍ତି କୁମାର ପାତ୍ର। ମଙ୍ଗଳବାର ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଠକେଇର ତଦନ୍ତ ଚଳାଇଥିବା ବେଳେ ଶକ୍ତିଙ୍କ ବାପା ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।
୨୦୧୩ରେ ଶକ୍ତିଙ୍କ ନଁାରେ ତାଙ୍କ ବାପା ବିର୍ଲା ସନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସରେ ଏକ ପଲିସି କରିଥିଲେ। ୨୦୧୫ରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ଫୋନ କରି ଆଇଆର୍‌ଡିଏର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ବିର୍ଲା ସନ୍‌ ଲାଇଫ ଇନ୍‌ସ୍ୟୁରାନ୍ସର ବିବରଣୀ ଦେବା ସହ ଉକ୍ତ ପଲିସିରେ ୨ ଲକ୍ଷ ୪୫ ହଜାର ଟଙ୍କା ବୋନସ ଆସିଛି, ଏଥିରେ ଇନକମ୍‌ ଟ୍ୟାକ୍ସ ଲାଗିବ ବୋଲି କହିଥିଲେ। ଏଥିରୁ ମୁକ୍ତି ପାଇବାକୁ ହେଲେ ଅନ୍ୟ ଏକ ଇନ୍‌ସ୍ୟୁରାନ୍ସ କରିବାକୁ କହି ଏକ ଆକାଉଣ୍ଟ ନମ୍ବର ତାଙ୍କୁ ଦେଇଥିଲେ। ଏହା ଶୁଣି ତାଙ୍କ ବାପା ଉକ୍ତ ଆକାଉଣ୍ଟ ନମ୍ବରରେ ୪୫ ହଜାର ଟଙ୍କା ଜମା କରିଥିଲେ। ପରେ ଉକ୍ତ ଇନ୍‌ସ୍ୟୁରାନ୍ସର ଏକ ନକଲ ଘରେ ପହଞ୍ଚତ୍ଥିଲା, କିନ୍ତୁ ବୋନସ ଟଙ୍କା ଆସିନଥିଲା। ପୁଣି ଉକ୍ତ ବ୍ୟକ୍ତି ଫୋନ କରି ତାଙ୍କ ବାପାଙ୍କୁ ଇନ୍‌କମ୍‌ ଟ୍ୟାକ୍ସ ଭରିବା ପାଇଁ କହି ଆକାଉଣ୍ଟ ଓ ଫୋନ ନମ୍ବର ଦେଇଥିଲେ। ଏଥିରେ ମଧ୍ୟ ତାଙ୍କ ବାପା ୧୯ ହଜାର ଟଙ୍କା ପୈଠ କରିଥିଲେ। ପରେ ବିର୍ଲା ସନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଏମ୍‌ଡି ପରିଚୟ ଦେଇ ଫୋନ ଆସିଥିଲା। ବୋନସ ଟଙ୍କା ପାଇବା ପାଇଁ ଏକ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇବାକୁ କୁହାଯାଇଥିଲା। ସେହି ଆକାଉଣ୍ଟ ନମ୍ବରରେ ମଧ୍ୟ ତାଙ୍କ ବାପା ଟଙ୍କା ଜମା କରିଥିଲେ। ଏପରି ୨୦୧୫ରୁ ୨୦୧୭ ମଧ୍ୟରେ ୨୫ଟି ବ୍ୟାଙ୍କ ଆକାଉଣ୍ଟରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଶକ୍ତିଙ୍କ ବାପା ଜମା କରିିଥିଲେ। କିଛି ଦିନ ପରେ ଶକ୍ତିଙ୍କ ବାପା କଲ ଆସିଥିବା ନମ୍ବରକୁ ଫୋନ କରିବାରୁ ତାହା ସୁଇଚ୍‌ ଅଫ୍‌ କହିବାରୁ ଏ ନେଇ ଅନ୍‌ଲାଇନରେ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରିଥିଲେ। ମଙ୍ଗଳବାର ଉକ୍ତ ଅଭିଯୋଗକୁ ଗୋପାଳପୁର ଥାନାଧିକାରୀ ପାଇ ଶକ୍ତିଙ୍କ ବାପାଙ୍କୁ ଡାକି ବିଭିନ୍ନ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କୁ ଦିଆଗଲା ଚାଉଳ

ଚମ୍ପୁଆ,୨ା୬(ଡି.ଏନ.ଏ.)- କରୋନା ମହାମାରୀରେ ପ୍ରଭାବିତ ହୋଇଛନ୍ତି ଶ୍ରମିକ। ଶ୍ରମ ହରାଇବା ସହିତ ବହୁ କଷ୍ଟରେ ନିଜ ପୈତୃକ ଘରକୁ ଫେରୁଛନ୍ତି। କେତେକ ଶହ ଶହ କି.ମି...

ନିୟମ ମାନିବାକୁ ଲୋକେ ନାରାଜ

ସମ୍ବଲପୁର, ୨।୪ (ବ୍ୟୁରୋ)- ସମ୍ବଲପୁର ସହରରେ ଲକ୍‌ ଡାଉନ ଲାଗି ରହିଛି । ତଥାପି ଜନସାଧାରଣ ଅନେକାଂଶରେ ନିୟମ ମାନୁ ନାହାନ୍ତି । ଘରୁ ବାହାରି...

ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାଶ

ଗଞ୍ଜାମ,୧୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମ୍ମା ଫାଣ୍ଡି ଅନ୍ତର୍ଗତ ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ...

ବିଶ୍ରାମାଗାରରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା

ଢେଙ୍କାନାଳ ଅଫିସ,୨୦।୬ – ଢେଙ୍କାନାଳ ଜିଲା ଯୋରନ୍ଦା ନିକଟ ତେରମାଇଲ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ବୁଧବାର ସକାଳ ୫ଟା ୨୦ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ...

ଜିଲାପାଳଙ୍କ ସମ୍ମିଳନୀ କକ୍ଷରୁ ଖସିଲା ସିଲିଂ

ବାରିପଦା ଅଫିସ,୧୨।୧୦:  ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେସିଲିଟେସନ ସମ୍ମିଳନୀ କକ୍ଷର ସିଲିଂ ଖସିପଡ଼ିଛି ା ସୋମବାର ସନ୍ଧ୍ୟାରେ ସିଲିଂର ଅର୍ଦ୍ଧାଧିକ...

ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

ବରଗଡ଼ ଅଫିସ,୨୫।୩: ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ୨୧ଦିନ ପାଇଁ ହୋଇଥିବା ଏହି...

ପୁରୀରେ ଉଚ୍ଛେଦ ବେଳେ ଦୁର୍ଘଟଣା: ଭଙ୍ଗା ଅଂଶ ଛିଟିକି ଜେସିବି ଚାଳକ ଆହତ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ଯେଉଁମାନେ ଜମି ବିକ୍ରି କରିସାରିଛନ୍ତି ସେମାନଙ୍କ ଘର ଭଙ୍ଗାଯାଉଛି। ଶନିବାର କାକୁଡ଼ିଖାଇ ଛକରେ...

ଲୋକଙ୍କ ଦାବି ପୂରଣ ହେଲା, ଆଛୁଲିରେ ଖୋଲିଲା ପୋଷ୍ଟ ଅଫିସ

ପୁରୁଷୋତ୍ତମପୁର,୩୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲିରେ ଏକ ପୋଷ୍ଟ ଅଫିସ ପ୍ରତିଷ୍ଠା ଲାଗି ଦୀର୍ଘଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଏନେଇ...

Advertisement
Archives

Model This Week