ଅସ୍ୱାସ୍ଥ୍ୟକର ପରିବେଶରେ ଜିଲା ମୁଖ୍ୟ ଡାକ୍ତରଖାନା

କେନ୍ଦୁଝର, ୨୦ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସର ଉପଯୁକ୍ତ ସଫେଇ ହେଉନାହିଁ କିମ୍ବା ଏହାର ତଦାରଖ ହେଉ ନ ଥିବାରୁ ପରିସରରେ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡୁଛି। ବର୍ଷାଦିନରେ ପରିବେଶ ଅଧିକ ଦୂଷିତ ହୋଇପଡୁଥିବାରୁ ରୋଗୀମାନେ ଅସ୍ବାସ୍ଥ୍ୟକର ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଡାକ୍ତରଖାନା ପରିସରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ସରକାରଙ୍କ ନିର୍ମଳ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ଅବସ୍ଥାରେ ସୁଧାର ଆସୁନାହିଁ।
ପ୍ରକାଶ ଯେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଆଉଟସୋର୍ସିଂ ଜରିଆରେ ସଫେଇ କାମ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଉଛି। ଏହି କାମର ତଦାରଖ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ତଥା ଡାକ୍ତରଖାନା ପ୍ରଶାସନ ରହିଛନ୍ତି। ଏଥିପାଇଁ ଆଗରୁ ପାଖାପାଖି ମାସକୁ ୨ ଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ଏବେ ପାଖାପାଖି ୮ଲକ୍ଷ ଟଙ୍କା ବିନିଯୋଗ ହେଉଥିଲେ ହେଁ ଡାକ୍ତରଖାନା ପରିସର ଓ ଓ୍ବାର୍ଡ ପରିସର ଅବସ୍ଥା ଦେଖିଲେ କିପରି ବିନିଯୋଗ ହେଉଛି ତାହା ବେଶ୍‌ ଅନୁମାନ କରିହେବ। ଏଥିପାଇଁ ୪୨ ଜଣ କର୍ମଚାରୀ ଠିକା ସଂସ୍ଥା ନିୟୋଜିତ କରିଥିବା ବେଳେ ସୁପରଭାଇଜର ନିଯୁକ୍ତି କରିଥିବା ମଧ୍ୟ ଡାକ୍ତରଖାନା ପକ୍ଷରୁ ଜଣାପଡିଛି।
ସରକାରଙ୍କ ନିର୍ମଳ ଯୋଜନାରେ ଡାକ୍ତରଖାନାର ମଇଳା ଆବର୍ଜନା, ଡ୍ରେନ ସଫେଇ ଏବଂ ମଇଳା ଆବର୍ଜନା ପରିଚାଳନା ଆଦି କାମ କରାଯିବା କଥା । ଏପରିକି ଡାକ୍ତରଖାନା ଆଖପାଖରେ ବର୍ଷା ଯୋଗୁ ବହୁ ସ୍ଥାନରେ ପାଣି ଜମି ରହୁଥିବା ଏବଂ ଅନାବନା ଗଛର ଜଙ୍ଗଲକୁ ସଫା କରାଯାଉ ନ ଥିବାରୁ ମଶାମାଛିଙ୍କ ପ୍ରାଦୁର୍ଭାବ ବଢୁଛି। ସେହିପରି ବୁଲା କୁକୁର, ଗୋରୁ ତଥା ଛେଳି ମାନେ ଅବାଧ ପରିସରରେ ବୁଲୁଥିବାରୁ ଯାତାୟାତ ବ୍ୟାହତ ହେଉଛି। ମଇଳା ଆବର୍ଜନା ଜମା କରାଯାଉଥିବା ଆବର୍ଜନା ପରିଚାଳନା ପ୍ରକଳ୍ପରୁ ମଇଳା ଆବର୍ଜନା ନିୟମିତ ଉଠାଯାଉନାହିଁ। ଡ୍ରେନରେ ପାଣି ଓ ଆବର୍ଜନା ଜମା ହୋଇ ରହୁଥିବା, ନିୟମିତ ଉନ୍ନତମାନର ବ୍ଲିଚିଂ ପାଉଡର, ଫିନାଇଲ ଆଦି ପକା ଯାଉ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ରୋଗୀମାନେ ଅଭିଯୋଗ କରିଆସୁଛନ୍ତି। ସେହିପରି ଡାକ୍ତରଖାନା ପରିସୀମା ଓ ଶୌଚାଳୟକୁ ଲାଗିଥିବା ହୋଟେଲର ମଇଳା ଆବର୍ଜନା ଯୋଗୁ ପରିବେଶ ପ୍ରଦୂଷିତ ହେବା ସହ ଏଠାରେ ରୋଗୀଙ୍କ ସମ୍ପର୍କୀୟ ରୋଗଗ୍ରସ୍ତ ହେବା ସମ୍ଭାବନା ଥିଲେ ହେଁ ପଦକ୍ଷେପ ନିଆଯାଉନାହିଁ। ଚିକିତ୍ସା ପାଇଁ ଆସି ରୋଗୀ ଯଦି ପୁଣି ରୋଗରେ ପଡିବେ ତେବେ ନିର୍ମଳ ଯୋଜନା କିପରି ସୁଫଳ ଲାଭ କରିବ ବୋଲି ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି। ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ନିଯୁକ୍ତି ହୋଇଥିଲେ ହେଁ କିପରି ସଫେଇ ହେଉନାହିଁ ତାହା ତଦନ୍ତ କରିବା ଆବଶ୍ୟକ। ଏଣୁ ମୋ ସରକାର ଯୋଜନାରେ ଏଭଳି ସମସ୍ୟାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସିଡିଏମଓ ଦାୟିତ୍ୱରେ ଥିବା ଏଡିଏମଓ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ପଚାରିବାରୁ ଡାକ୍ତରଖାନା ପରିସରର ସଫେଇ କାମର ତଦାରଖ କରିବା ପାଇଁ ସୁପରଭାଇଜର ଅଛନ୍ତି। ରୋଗୀଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯିବ। କାମରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଫଳାଫଳ:କାମ ଦେଲା ନବୀନଙ୍କ ମହିଳା କାର୍ଡ

ଭୁବନେଶ୍ୱର, ୨୪-୫9 (ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକ ସଭା ଆସନରେ ପ୍ରାର୍ଥୀ କରିଥିଲେ। ସେମାନଙ୍କ...

ବେଆଇନ ବାଲି ଚାଲାଣ: ୨ ଗାଡ଼ି ଜବତ

ଆନନ୍ଦପୁର, ୭।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ପଞ୍ଚୁପଲ୍ଲୀଠାରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ୨ଟି...

ସୂଚନା ଅଧିକାର କର୍ମୀଙ୍କୁ ଗୁଳି ମାରି ହତ୍ୟା

ଫୁଲବାଣୀ ଅଫିସ୍‌, ୧୦।୧୨:କନ୍ଧମାଳ ଜିଲା ବାଲିଗୁଡାରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅଧିକାର(ଆରଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ମୃତକ ଜଣଙ୍କ ହେଲେ...

CORONAVIRUS UPDATE: ଆଉ ନୂଆ ୧୪୬ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି ପାଇଛି। ଏ...

୫ ଗବେଷକଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,  ୧୧-୯(ବ୍ୟୁରୋ):ଉଚ୍ଚତର ଗବେଷଣା ପାଇଁ ରାଜ୍ୟର ୫ଜଣ ଗବେଷକଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବ ବିଜ୍ଞାନ ଓ କାରିଗରି ବିଭାଗ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଅଧିକତର ଗବେଷଣା...

ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀରେ ବଢ଼ିଲା କଟକଣା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଭାଇରସ୍‌ ସଂକ୍ରମଣ ଜଣାପଡିବା ପରେ ସବୁଠି କଟକଣା ଲାଗୁ କରାଯାଇଛି। କେଉଁଠି ୧୪୪ ଧାରା ଲାଗୁ ହୋଇଛି ତ ଆଉ...

ଉପ-ବାଚସ୍ପତି ପଦ: ବିଜେଡିକୁ ଶିବସେନାର ବିରୋଧ

ଭୁବନେଶ୍ୱର,୬।୬(ବ୍ୟୁରୋ): ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଏବେ ମନ୍ତ୍ରିମଣ୍ଡଳ ଓ ପଦକୁ ନେଇ ଚାଲିଛି ଟଣାଓଟରା। କେନ୍ଦ୍ରରେ ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳ ଗଠନ...

ରାଜଧାନୀରେ ୧୯ ଦିନର ଶିଶୁକୁ ୧୦ହଜାର ଟଙ୍କାରେ ବିକ୍ରି ଅଭିଯୋଗ, ପୋଲିସର ତନାଘନା

ଭୁବନେଶ୍ୱର,୨୭।୨(ବ୍ୟୁରୋ): ଖଣ୍ଡଗିରି ଥାନା ଭରତପୁରରେ ଜଣେ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଅଭାବ ଅନଟନରୁ ଶ୍ରମିକ ଶ୍ରେଣୀୟ ଦମ୍ପତି ତାଙ୍କର ୧୯ ଦିନର ଶିଶୁପୁତ୍ରକୁ...

Coronavirus Update

Archives

Model This Week

Why Dharitri