ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ କରିପାରିବା ନାହିଁ। ଏହାର ଉପଯୁକ୍ତ ଯତ୍ନ ନ ନେଲେ ଆମକୁ ହୁଏତ ବାକି ଜୀବନ ବିଛଣାରେ ଶୋଇ ରହି କଟାଇବାକୁ ପଡ଼ିପାରେ। ତେବେ ଏହାକୁ କିପରି ସୁସ୍ଥ ରଖିବେ ସେ ବିଷୟରେ ଜାଣିବା ନିହାତି ଦରକାର। ପ୍ରଥମ କଥା ହେଲା ସନ୍ତୁଳିତ ଓଜନ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯଦି ଆପଣ ଅଧିକ ଥର ଚା’ କିମ୍ବା ଥଣ୍ଡା ପାନୀୟ ପିଉଛନ୍ତି ତେବେ ଏଭଳି ଅଭ୍ୟାସ ତୁରନ୍ତ ପରିହାର କରନ୍ତୁ। କାରଣ ଏହାର ପ୍ରଭାବ ଅସ୍ଥି ଉପରେ ପଡିଥାଏ। ଅଧିକ ଲୁଣଜାତୀୟ ଖାଦ୍ୟ ଖାଇଲେ ଅସ୍ଥି ଧୀରେ ଧୀରେ ଦୁର୍ବଳ ହୋଇଥାଏ। ତେଣୁ ସେପରି ଖାଦ୍ୟ ଯେତେ କମ ଖାଇବେ ସେତେ ଭଲ। ନିଶାଦ୍ରବ୍ୟ ସେବନ କୁପ୍ରଭାବ ମଧ୍ୟ ଅସ୍ଥି ଉପରେ ପଡିଥାଏ। ଏପରି ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ। ଅସ୍ଥିକୁ ସୁସ୍ଥ ରଖିବା ପଛରେ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି ଆଉ ଏହାର ମୁଖ୍ୟ ଉତ୍ସ ହେଲା ସକାଳର ସୂର୍ଯ୍ୟକିରଣ। ଶରୀରରେ କ୍ୟାଲସିୟମ ପରିମାଣ ଅସନ୍ତୁଳିତ ରହିଲେ ଅସ୍ଥି ଦୁର୍ବଳ ହୋଇଯାଏ। ଏପରି ସମସ୍ୟାର ସମାଧାନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆଉ ଏକ ସରଳ ଉପାୟ ରହିଛି ଯାହାକୁ ଆପଣେଇଲେ ଅସ୍ଥି ସୁସ୍ଥ ରହିବ। ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ…

ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ପ୍ରଥମେ ଏ ନେଇ ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଷଦଭାବରେ...

ଲେମ୍ବୁ ଚଟଣୀ

ଆବଶ୍ୟକ ସାମଗ୍ରୀ ଲେମ୍ବୁ ୪ଟି, ଜୀରା ଏକ ଚାମଚ, ହେଙ୍ଗୁ ସାମାନ୍ୟ, କଳା ଲୁଣ ଅଧା ଚାମଚ, ଲାଲ ଲଙ୍କା ଅଧା ଚାମଚ, ଲୁଣ ଏବଂ...

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ…

ଆଗରୁ ବୟସ ବଢିଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଉଥିଲା। ହେଲେ ଏବେ ଏହା ଯୁବପିଢିଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଲାଣି। କେତେ ଗୁଡିଏ ଘରୋଇ ଉପଚାର ମାଧ୍ୟମରେ...

ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ …

ଭାରତରେ ହଳଦୀର ବ୍ୟବହାର ମସଲା, ସୌନ୍ଦର୍ଯ୍ୟ ପ୍ରସାଧନ ତଥା ବିଭିନ୍ନ ରୋଗର ନିଦାନ ପାଇଁ କରାଯାଏ। କିନ୍ତୁ ଜାଣନ୍ତି ହଳଦୀ ମାରାମତ୍କ କ୍ୟାନସର୍‌ ରୋଗକୁ ମଧ୍ୟ...

ଖାଦ୍ୟରେ ଲୁଣ କମ୍‌ କରିବାକୁ ଚାହୁଁଛନ୍ତି….. ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହାକୁ ନେଇ ଡାକ୍ତର ଅନେକ କିଛି ଖାଇବାକୁ ବାରଣ କରିଥାନ୍ତି ।...

ସ୍ବାସ୍ଥ୍ୟୋପକାରୀ ଫଳ ଚୋପା

ତଟକା ଫଳମୂଳ ତଥା ପନିପରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହାର ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ...

ଖରାରେ ଶୁଖିପାରେ ଆଖିରୁ ଜଳୀୟଅଂଶ: କିପରି କରିବେ ଚିକିତ୍ସା

ଖରାଦିନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସେଥିପାଇଁ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଖରାଦିନେ ବାହାରକୁ ବାହାରିବା ମାତ୍ରେ...

ଏସବୁ ସମସ୍ୟା ଦୂର କରେ କଳାଜିରା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।...

Coronavirus Update


Archives

Model This Week

Why Dharitri