କୁନ୍ଦୁରା,୩୧ା୫(ଡି.ଏନ୍.ଏ.)- ରବିଋତୁରେ କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ବର୍ତ୍ତମାନ ୭୦ ପ୍ରତିଶତ ଧାନ ଅମଳ ହୋଇସାରିଛି। ଆଗକୁ ବର୍ଷା ଆଶଙ୍କାରେ ଚାଷୀମାନେ ଅମଳ ଧାନକୁ ଅସ୍ଥାୟୀ ମଣ୍ଡିରେ ଗଦା କରିଲେଣି। ଗତ ୨୫ ତାରିଖରେ ମଣ୍ଡି ଆରମ୍ଭ ହେବାର ଥିଲା। କିନ୍ତୁ ଏଯାବତ୍ କୌଣସି ସ୍ଥାନରେ ଧାନ କିଣାଯାଇନାହିଁ। ଅନ୍ୟପକ୍ଷରେ ଜୁନ୍ ୨/୩ରେ ଲଘୁଚାପ ଓ ପରେ ମୌସୁମୀ ପ୍ରବେଶ କରିବା ସମ୍ଭାବନା ଥିବାରୁ ବର୍ଷାରେ ଧାନ ଭିଜିବା ଭୟ ଚାଷୀଙ୍କୁ ଘାରିଛି।
କୁନ୍ଦୁରା ବ୍ଲକ ଅଧୀନରେ ଡଙ୍ଗରପାଉଁଶି, କୁନ୍ଦୁରା, ଖଟଲାପଦର, ଦିଗାପୁର, ତାରାପାଟ ଭଳି ଅଧିକ ଧାନ ଅମଳ ହେଉଥିବା ଅଞ୍ଚଳରେ ମଣ୍ଡି କରାଯିବା ସ୍ଥାନ ଚିହ୍ନଟ ହୋଇଛି। କିନ୍ତୁ ସେହି ସ୍ଥାନଗୁଡ଼ିକରେ ଏଯାବତ ସ୍ଥାୟୀ ମଣ୍ଡି କରାଯାଇପାରି ନାହିଁ ା ଫଳରେ ୨୦ ବର୍ଷ ହେବ ଚାଷୀମାନେ ନିଜ ଟଙ୍କାରେ ଅସ୍ଥାୟୀ ମଣ୍ଡିସ୍ଥଳକୁ ସଫାସୁତୁରା କରି ସେଠାରେ ଧାନ ଗଦା କରିବା ସହ ଏହାକୁ ଘୋଡ଼ାଇବା ପାଇଁ ତାରପୋଲିନ କିଣିଥାନ୍ତି ା ଏଠାରେ ଉଲ୍ଲେଖଯୋଗ୍ୟ ଯେ କୁନ୍ଦୁରା ବ୍ଲକ ମଣ୍ଡିସ୍ଥଳକୁ ସମସ୍ତ ପ୍ରକାର ବିଦ୍ୟୁତ, ପାଣି, ତାରପୋଲିନ ସୁବିଧା ଯୋଗାଇଦେବା ପାଇଁ ଦାୟିତ୍ୱରେ ରହିଛି ଜିଲାପାଳଙ୍କ ଦ୍ୱାରା ପରିଚାଳିତ ନିୟନ୍ତ୍ରିତ ବଜାର କମିଟି। କିନ୍ତୁ ଏହାସତ୍ତ୍ୱେ ଚାଷୀଙ୍କୁ କୌଣସି ସୁବିଧା ମିଳିପାରୁନାହିଁ ା ଗତ ରବି ଋତୁରେ ୧,୭୪୩ ଚାଷୀଙ୍କ ୧,୩୩,୧୮୭ କୁଇଣ୍ଟାଲ ଧାନ କିଣାଯାଇଥିଲା। ଚଳିତ ବର୍ଷ ମଧ୍ୟ ସେହି ସମାନ ପରିମାଣର ଧାନ କିଣାଯିବ। କିନ୍ତୁ ଏଥର ମଣ୍ଡିରେ ଧାନକିଣା ପାଇଁ ଧାର୍ଯ୍ୟ ହୋଇଥିବା ଦିନଠାରୁ ବିଳମ୍ବ ହେଲାଣି। ଅନ୍ୟପକ୍ଷରେ ଛୋଟ ଓ ଅଭାବି ଚାଷୀଙ୍କୁ ଦଲାଲମାନେ ୧୦୦୦/୧୨୦୦ ଟଙ୍କା ଦେଇ ଧାନ କିଣି ନେଉଛନ୍ତି।
ଗତ ରବିଋତୁ ଧାନକିଣା ପାଇଁ କୋରାପୁଟ ଜିଲାର କେବଳ ଦୁଇଟି ମିଲର୍ସଙ୍କୁ ସାମିଲ କରାଯାଇଥିବା ବେଳେ କଳାହାଣ୍ଡି ଜିଲାର ମିଲ୍ ମାଲିକଙ୍କୁ ମଧ୍ୟ ଏଥିପାଇଁ ଅନୁମତି ମିଳିଥିଲା। ଚାଷୀମାନେ ଏବେ ଧାନ ଗଦେଇ ନୟାନ୍ତ ହେବା ସହ ବାହାର ଜିଲାର ମିଲର୍ସ ମଣ୍ଡିସ୍ଥଳକୁ ପହଞ୍ଚତ୍ବା ପର୍ଯ୍ୟନ୍ତ ଅପେକ୍ଷାରେ ରହୁଛନ୍ତି ା ପ୍ରଶାସନ ମିଲର୍ସମାନଙ୍କୁ ପ୍ରତ୍ୟକ୍ଷ ଦାୟିତ୍ୱ ଦେଇଥିବା ବେଳେ ମିଲର୍ସମାନେ ଚାଷୀଙ୍କ ସହ ମୁଲଚାଲ କରିବା ବାହାନାରେ ସପ୍ତାହ ସପ୍ତାହ ଗଡ଼ାଉଥିବା ବେଳେ ବର୍ଷାରେ ଧାନ ଖରାପ ହେଲା କହି କୁଇଣ୍ଟାଲ ପିଛା ୫ରୁ ୭ କେଜି ଅଧିକ ଧାନ ନେବା ପାଇଁ ବାଧ୍ୟ କରୁଛନ୍ତି। ରବି ଋତୁରେ ଚାଷୀଙ୍କୁ ଧାନରେ ଅଧିକ ଲାଭ ମିଳିଥାଏ ା କିନ୍ତୁ ପ୍ରଶାସନ ନିର୍ଦ୍ଧାରିତ ସମୟରେ ଧାନ କିଣିଲେ, ମିଲର୍ସମାନେ ଚାଷୀଙ୍କ ସହ ମୁଲଚାଲ କରିବା ପାଇଁ ବାହାନା ମିଳିପାରି ନଥାନ୍ତା ା ବିଗତ ଦିନରେ ପ୍ରଶାସନ ନିର୍ଦ୍ଧାରିତ ସମୟରେ ଧାନ ନ କିଣିବା ଯୋଗୁ ବର୍ଷାରେ ଧାନ ଗଜା ହେଉଥିଲା। କେତେକ ଲାଞ୍ଚଖୋର ଅଫିସର ଏହାର ସୁଯୋଗରେ ମିଲର୍ସଙ୍କ ସହ ସଲାସୁତୁରା କରି ଅଧିକ ଧାନ କାଟି ଚାଷୀଙ୍କଠାରୁ କିଣୁଥିଲେ। ସରକାର କିମ୍ବା ମଣ୍ଡି ଦାୟିତ୍ୱରେ ଥିବା ପ୍ରଶାସନ ଏଭଳି ଅବ୍ୟବସ୍ଥା ସୁଧାରିବା ବଦଳରେ ଚାଷୀକୁଳକୁ ସମସ୍ୟା ଭିତରକୁ ଠେଲି ଦେଉଛନ୍ତି। କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶି ଓ ଦିଗାପୁର ଅସ୍ଥାୟୀ ମଣ୍ଡିରେଧାନ ଗଦାଇ ସାରିଲେଣି ଚାଷୀ ା କିନ୍ତୁ ୪ ଦିନ ହେବ ସନ୍ଧ୍ୟାରେ ନିୟମିତ କାଳବୈଶାଖୀ ବର୍ଷା ହେଉଥିବାରୁ ଚାଷୀ ମଣ୍ଡିରେ ଧାନ ରଖି ନାହିଁ ନ ଥିବା ସମସ୍ୟା ଭୋଗୁଛି। ୩/୪ ଦିନ ମଧ୍ୟରେ ଅମଳ ହୋଇଥିବା ରବିଧାନକୁ ଅସ୍ଥାୟୀ ମଣ୍ଡିସ୍ଥଳରୁ କିଣିବା ପାଇଁ ପ୍ରଶାସନ ଓ ଜିଲା ଯୋଗାଣ ବିଭାଗ ତତ୍ପରତା ନ ଦେଖାଇଲେ, ଚାଷୀମାନେ କ୍ଷତି ସହିବାରୁ କେହି ରୋକିପାରିବେ ନାହିଁ।

୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ
ରାୟଗଡ଼ା ଅଫିସ, ୨।୩: ଖରାପ ରାସ୍ତା ଯୋଗୁ ୧୦ କି.ମି ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସି ମେଡିକାଲରେ ଭର୍ତ୍ତି ହେଲେ ରୋଗୀ। ଏହିଭଳି...

ଘରୁ ତରକାରି ଆଣି ପିଲା ଖାଇଲେ ମଧ୍ୟାହ୍ନଭୋଜନ
ପଦ୍ମପୁର,୫ା୧(ଡି.ଏନ୍.ଏ.)- ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ସରକାର ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। ହେଲେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନି। ମଧ୍ୟାହ୍ନଭୋଜନରେ ପିଲାଙ୍କୁ ତରକାରି...

ଆମ୍ବୁଲାନ୍ସ ଚକା ଖରାପ ଯୋଗୁ ଅଧଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଲେ ରୋଗୀ
ମୁନିଗୁଡ଼ା,୩।୧୧(ଡି.ଏନ.ଏ.): ୧୦୮ ଆମ୍ବୁଲାନ୍ସକୁ ନେଇ ରାୟଗଡା ଜିଲାରେ ଅନେକ ଥର ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ରବିବାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି ।...

ଶର୍ଟ ସର୍କିଟ୍ ଯୋଗୁ ଲାଗିଲା ନିଆଁ
ରାୟଗଡ଼ା,୨୨।୧୨(ସ୍ବ.ପ୍ର.): ରାୟଗଡା ସହର ରୟତ କଲୋନୀର ଏକ ଘରେ ଗୁରୁବାର ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୭୦ ହଜାର ଟଙ୍କାର ସମ୍ପତ୍ତି...

ଷ୍ଟ୍ରେଚରରେ ନଦୀପାର ହେଲେ ଗର୍ଭବତୀ
ମୁନିଗୁଡା,୩୧ା୮(ଡ଼ି.ଏନ.ଏ): ଗାଁକୁ ରାସ୍ତା ନାହିଁ। ଅଧାବାଟରେ ଅଟକିଲା ଆସି ଆମ୍ବୁଲାନ୍ସ। ତେଣୁ ଷ୍ଟ୍ରେଚରରେ ବିପଜ୍ଜନକ ଭାବେ ନଦୀ ପାର ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଲେ ଗର୍ଭବତୀ।...

ଲଣ୍ଡା ପଡ଼ିଆକୁ ସବୁଜ କଲେ ଦିବ୍ୟାଙ୍ଗ ବୃଦ୍ଧ
ଦଶମନ୍ତପୁର,୧୭ା୪(ଡି.ଏନ୍.ଏ.): ପୂର୍ବପୁରୁଷର ଗୋଟିଏ ଏକର ଜମି ପଡ଼ିଆ ପଡ଼ିଥିଲା। ପାଖରେ ଜଳସେଚନ ବ୍ୟବସ୍ଥା ବି ନଥିଲା। କିନ୍ତୁ ନିଜ ଉଦ୍ୟମ ବଳରେ ଜମିକୁ ପାଣି ମଡ଼ାଇ...
ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ: ୧୩ରେ କଂଗ୍ରେସର ରାସ୍ତାରୋକୋ
ଗୁଣପୁର,୧୧।୧(ଡି.ଏନ୍.ଏ)-ଗତ ୨୪ ତାରିଖ ରାତିରେ ବାଇକ୍ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ମୃତ୍ୟୁ ହୋଇଥିଲା ା ତାଙ୍କ ମୃତ୍ୟୁକୁ ପରିବାର ସଦସ୍ୟଙ୍କ...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ : ୪ ମାଓବାଦୀ ନିହତ
ମାଲକାନଗିରି,୬ା୭(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଧମତରି ଜିଲା ଗମେଚକା ଥାନା ଅଞ୍ଚଳରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪...