ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି କଚେରି ପୋଖରୀ

ପଟ୍ଟାମୁଣ୍ଡାଇ, ୨୫।୧୦ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ମ୍ୟୁନିସିପାଲିଟି ପକ୍ଷରୁ ଡମ୍ପିଂୟାର୍ଡ ନିର୍ମାଣ ହେବା ନେଇ ୨୦୧୩ରୁ ଯୋଜନା ଚାଲିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇ ଏକ ବ୍ୟବସାୟିକ ପେଣ୍ଠ ହୋଇଥିବାରୁ ଦୈନିକ ଏଠାକୁ ରାଜନଗର, ଆଳି, ରାଜକନିକା, ମହାକାଳପଡା, କେନ୍ଦ୍ରାପଡା, ଡେରାବିଶ୍‌ ବ୍ଲକର ଶହ ଶହ ଲୋକେ କିଣାବିକା କରିବାକୁ ଆସିଥାନ୍ତି। ପ୍ରତ୍ୟହ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଭିଡ଼ ହେଉଥିବା ବେଳେ ସହର ଓ ସହର ତଳି ଅଞ୍ଚଳର ଆବର୍ଜନା ଠିକ୍‌ ସ୍ଥାନରେ ପଡିପାରୁ ନାହିଁ। ସଫେଇ କର୍ମଚାରୀ ପ୍ରେତିଦିନ ପ୍ରାୟ ୨୦ରୁ ୨୫ ଟ୍ରଲି ଆବର୍ଜନା ବୋହି ନେଇ କଚେରି ପୋଖରୀ ଓ ତା’ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସ ସ୍ଥାନରେ ପକାଉଛନ୍ତି। ଫଳରେ ଉକ୍ତ ପୋଖରୀ ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି।
ପ୍ରକାଶ ଯେ, ଜମିଦାର ଅମଳରେ ପ୍ରାୟ ୧ ଏକର ଜମିରେ କଚେରି ପୋଖରୀ ଖନନ କରାଯାଇଥିଲା। ପୂର୍ବରୁ ପୋଖରୀରେ ଲକ୍ଷ ଲକ୍ଷ ଟଙ୍କାର ମାଛ ଉପତ୍ାଦନ ହେଉଥିବା ବେଳେ ଏହାର ପାଣି ବ୍ୟବହୃତ ହେଉଥିଲା। ମାତ୍ର ତାହା ରକ୍ଷଣାବେକ୍ଷଣ ଅଭାବରୁ ଏବେ ପରିତ୍ୟକ୍ତ ହୋଇପଡିଛି। ଫଳରେ ପଟ୍ଟାମୁଣ୍ଡାଇବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ରିଟିଶ୍‌ ଅମଳରୁ ପୋଖରୀ ଖନନ କରାଯାଇଥିଲା। କିସମ ବଦଳାଇବା ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ତାହା ଏବେ ବଗାୟତ କିସମରେ ରହିଛି। ଏ ସମ୍ପର୍କରେ ତହସିଲଦାର ଶରତ କୁମାର ଗିରିଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ପୋଖରୀର କିସମ ଖୁବ୍‌ଶୀଘ୍ର ପରିବର୍ତ୍ତନ କରାଯିବ। ପୌର କର୍ତ୍ତୃପକ୍ଷ ସମ୍ପଦ କୁମାର ସ୍ବାଇଁ କହନ୍ତି, କଚେରି ପୋଖରୀ ପୁନଃରୁଦ୍ଧାର ପାଇଁ ସରକାର ଦେଢ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଖୁବ୍‌ଶୀଘ୍ର ଏହାର ଟେଣ୍ଡର କରାଯିବ। କାୈଣସି ଅଳିଆ ଆବର୍ଜନା ରହିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ବନ୍ଦ ପାଳନ

ଜୟପୁର,୮।୧(ଡି.ଏନ୍‌.ଏ.) : କୋରାପୁଟ ଜିଲା ଜୟପୁର ସହରରେ ଭାରତ ବନ୍ଦ ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଗାଡ଼ି ଚଳାଚଳ ବନ୍ଦ...

ପୁନରାବୃତ୍ତି ହେବନି କହିଲେ ସିଡିଏମ୍‌ଓ

ଅନୁଗୋଳ ଅଫିସ, ୧୫।୧୨ ଅନେକ ସମୟରେ ସନ୍ଦିଗ୍ଧ ଅବସ୍ଥାରେ ଆହତ କିମ୍ବା ଗୁରୁତର ହୋଇ ବ୍ୟକ୍ତି ମେଡିକାଲକୁ ଆସୁଥିଲେ ହେଁ ଏ ସମ୍ପର୍କରେ ଜିଲା ମୁଖ୍ୟ...

ଋଷିକୂଲ୍ୟା ମୁହାଣରେ ଡଲ୍‌ଫିନ୍‌

ଗଞ୍ଜାମ,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ଡଲ୍‌ଫିନ୍‌୍‌ ଦେଖାଦେଇଛି। ତହସିଲଦାର ଅରୁଣ କୁମାର ନାୟକ ମଙ୍ଗଳବାର ସମୁଦ୍ର ମଧ୍ୟରେ ଅତି ନିକଟରୁ...

ମାସ୍କ ପିନ୍ଧି ନ ଥିବା ୪୦୪ ଜଣଙ୍କ ଠାରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨୭।୬: ଲକ୍‌ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ...

ପୁତୁରାକୁ ଛୁରି ଭୁସି ହତ୍ୟା, ମଉସା ଗିରଫ

ପୁରୀ,୧୦।୮(ଅଜିତ ମହାନ୍ତି)ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ ଘଟିଛି। ମଉସା ଛୁରିରେ ଆକ୍ରମଣ କରିବାରୁ ପୁତୁରାଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଘର ଲୋକ...

ଯୋଜନାରେ ସୀମିତ ଆଦିବାସୀ ବିକାଶ

ସେମିଳିଗୁଡା,ସୁନାବେଡା,୧୪ା୨ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ଥିବା ୧୭ଟି ପଞ୍ଚାୟତର ବିକାଶ କେବଳ ଯୋଜନାରେ ସୀମିତ ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତଗୁଡିକ ମଧ୍ୟରୁ...

ଶୁଖିଲା ପଡ଼ିଛି ଦଶମୌଜା କେନାଲ

ତିହିଡ଼ି, ୨୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଅପରପକ୍ଷେ ବିଭିନ୍ନ ପଞ୍ଚାୟତରେ ଜମିକୁ ଜଳସେଚିତ କରିବା...

ବିକାଶ ପ୍ରକଳ୍ପରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ

ବଲାଙ୍ଗୀର ଅଫିସ, ୨୦।୪ – କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢବର୍ଷ ପରେ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ବସିଛି। ଦୁଃଖର...

Advertisement
Archives

Model This Week