ଅସ୍ତ୍ରୋପଚାର ବେଳେ ଛାତିରେ ରହିଛି ଛୁଞ୍ଚି ଯନ୍ତ୍ରଣାରେ ଛଟପଟ ନର୍ସିଂ ଛାତ୍ରୀ

ଫିରିଙ୍ଗିଆ,୨୩ା୬-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନର୍ସିଂ ଛାତ୍ରୀ ନିଜ ଛାତିରେ ହୋଇଥିବା ଟ୍ୟୁମର ଗତ ଜାନୁୟାରୀରେ ଅସ୍ତ୍ରୋପଚାର କରାଇଥିଲେ । ଅସ୍ତ୍ରୋପଚାର ସଫଳ ହେଲା। ହେଲେ କିଛି ଦିନ ପରେ ପୁଣି ଯନ୍ତ୍ରଣା ଆରମ୍ଭ ହେଲା। ଏକ୍ସ-ରେ କରିବାରୁ ଛାତି ଭିତରେ ଏକ ଛୁଞ୍ଚି ରହିଯାଇଥିବା ଜଣାପଡ଼ିଲା । ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ପଢ଼ୁଥିବା ସୁଜାତା ମଲ୍ଲିକଙ୍କ କ୍ଷେତ୍ରରେ ଏଭଳି ଘଟିଛି। ସେ ଏବେ ଘରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅର୍ଥାଭାବରୁ ପୁଣି ଅସ୍ତ୍ରୋପଚାର କରିବା ସମ୍ଭବ ହେଉନାହିଁ । ବ୍ରହ୍ମପୁର ବଡ଼ ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ସମୟ ଦେଇଥିଲେ । ହେଲେ ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ ସାଜିଛି ।
ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ମାଶ୍ରିପଡା ଗ୍ରାମର ସୁଜାତା ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ନର୍ସିଂ କଲେଜର ଏଏନ୍‌ଏମ୍‌ ପ୍ରଥମ ବର୍ଷର ଛାତ୍ରୀ। ଗତ ଅକ୍ଟୋବର ୨୬ରେ ପାଠ୍ୟକ୍ରମରେ ଆଡମିଶନ କରିଥିଲେ । କିଛି ମାସ ଧରି ଛାତିରେ ଯନ୍ତ୍ରଣା ହେଉଥିବାରୁ ସୁଜାତା ପରୀକ୍ଷା ନିରୀକ୍ଷା କରିବା ପରେ ଡାହାଣ ପଟ ଛାତିରେ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଜାନୁୟାରୀ ୩ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଅସ୍ତ୍ରୋପଚାର କରାଗଲା। ଯନ୍ତ୍ରଣା ହେବାରୁ ସେହି ମାସ ୬ ତାରିଖରେ ଆଉ ଥରେ ଅସ୍ତ୍ରୋପଚାର ହେଲା। ହେଲେ ଛୁଞ୍ଚି ବାହାରି ପାରିଲା ନାହିଁ। ତାଙ୍କୁ ବ୍ରହ୍ମପୁର ଯିବାକୁ କୁହାଗଲା । ଦୁଇଦିନ ପରେ ସୁଜାତା ବ୍ରହ୍ମପୁର ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ୩/୪ ମାସ ପରେ ଆସିବାକୁ କହିଲେ ।ଅର୍ଥାଭାବରୁ ସୁଜାତା ବ୍ରହ୍ମପୁର ଯାଇ ପାରୁନାହାନ୍ତି। ପରିବାର କହିଲେ ବାପା, ବୋଉ । ସେମାନେ ପରିଣତ ବୟସରେ ।ଘର ଚଳିବା ବି କଷ୍ଟ ହେଉଛି । ଏପଟେ ପଢ଼ିବା ପାଇଁ ହଷ୍ଟେଲରେ ଟଙ୍କା ଜମା କରିବାକୁ ପଡୁଛି । ସରକାରୀ ସାହାଯ୍ୟ ନ ପାଇଲେ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସୁଜାତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଜମିରେ ନିର୍ମିତ ହୋଇଛି ନବୀନ ନିବାସ

ବ୍ରହ୍ମପୁର ଅଫିସ୍‌,୨୯ା୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସସ୍ଥାନ ନବୀନ ନିବାସ ଜମିକୁ ନେଇ ବିବାଦ ଦେଖାଦେଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ...

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଶେରଗଡ଼,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ବୁଲୁ ଖଟେଇ ବିଲରେ...

ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍, କେହି ଯାଇ ପାରିବେନି ଭୁବନେଶ୍ୱର: ଜିଲାପାଳ

ଛତ୍ରପୁର,୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସିଲ୍‌...

ଯୁବକଙ୍କୁ ହତ୍ୟା, ଜଣେ ଅଟକ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି l ମୃତ ଯୁବକ ହେଲେ ହୁମା ବଡ଼ସାହିର...

ହାତୀ ଆକ୍ରମଣରେ ଚାଷୀଙ୍କ ଜୀବନ ଗଲା

ଭଞ୍ଜନଗର,୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସି ରେଞ୍ଜ କ୍ଷେତମୁଣ୍ଡାଳି ଗ୍ରାମର ଚାଷୀ ପବିତ୍ର ପାତ୍ର (୪୦)ଙ୍କୁ ଶନିବାର ରାତିରେ ଏକ...

ଦ୍ୱିତୀୟ ବିବାହ ଅଭିଯୋଗ: ବରଙ୍କୁ ଉଠାଇନେଲା ପୋଲିସ

ଭଞ୍ଜନଗର,୧୨।୧୨(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ବୁଧବାର ଅପରାହ୍ନରେ ସୋରାଦେବୀ ମନ୍ଦିରରେ ଚାଲିଥିବା ଏକ ବିବାହ ବେଦୀରୁ ବରଙ୍କୁ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ଜଣକ ଦ୍ୱିତୀୟ ବିବାହ କରୁଥିବା...

ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଛତ୍ରପୁର ବଜାର ରାସ୍ତାରୁ ହଟିବ ଫାଷ୍ଟଫୁଡ୍‌ ଦୋକାନ

ଛତ୍ରପୁର,୧୨ା୧୨(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବୁଧବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା...

ଆନ୍ଧ୍ରରୁ ଆସିଥିବା ମା’-ପୁଅଙ୍କ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରଶାସନର ନିର୍ଦ୍ଦେଶ

ଦିଗପହଣ୍ଡି,୮ା୪(ଡି.ଏନ୍‌.ଏ.) : ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଆନ୍ଧ୍ର -ଓଡ଼ିଶା ସୀମାନ୍ତକୁ ସିଲ୍‌ କରାଯାଇଥିବା ବେଳେ ଗଳା ବାଟ ଦେଇ ପୂର୍ବରୁ ସେଠାରେ ରହୁଥିବା ଜଣେ...

Advertisement
Archives

Model This Week