ଅସ୍ତିତ୍ୱ ହରାଇଛି ବ୍ରହ୍ମଗିରି, ଘରକୁ ଫେରିନାହାନ୍ତି ବିପନ୍ନ

ବ୍ରହ୍ମଗିରି,୩ା୬ : ସାମୁଦ୍ରିକ ଝଡ ଫନୀକୁ ଏକମାସ ପୂରିଛି। ଫନୀର ତାଣ୍ଡବ ଲୀଲାରେ ବ୍ରହ୍ମଗିରିର ଅସ୍ଥିତ୍ୱ ହରାଇବା ସହ ବଦଳିଯାଇଛି ରୂପରେଖ। ସବୁଆଡେ ଦେଖାଯାଉଛି ଶ୍ରୀହିନ। ଏକ ମାସ ପରେ ବି ବାତ୍ୟା ବିପନ୍ନମାନେ ନିଜ ବାସସ୍ଥାନକୁ ନ ଫେରି ବିଭିନ୍ନ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀରେ ପଡିରହିଛନ୍ତି। ବାତ୍ୟାରେ ଘରଦ୍ୱାର, ଶିକ୍ଷାନୁଷ୍ଠାନ ଓ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଡଙ୍ଗା, ହଜାର ହଜାର ଗଛ ଭାଙ୍ଗିଯାଇଥିବାରୁ ମତ୍ସ୍ୟଜୀବୀ ଓ ସ୍ଥାନୀୟଲୋକଙ୍କ ଆର୍ଥତ୍କ ମାନଦଣ୍ଡ ଦୋହଲିଯାଇଛି। ଏ ସବୁ ବିପଯର୍‌ୟୟ ସ୍ବତ୍ତ୍ୱେ ସ୍ବାଭାବିକ ହୋଇନି ଜୀବନ ଶୈଳୀ। ରାଜସ୍ବ ବିଭାଗ ପକ୍ଷରୁ ବ୍ରହ୍ମଗିରିରେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇ ନାହିଁ। ଗ୍ରାମଗୁଡ଼ିକରେ କେତେକ ଦଲାଲ ରାଜସ୍ବ ନିରୀକ୍ଷକଙ୍କ ସହ ଭିତିରି ସମ୍ପର୍କ ରଖି ଗରୀବ ଲୋକଙ୍କଠାରୁ ଘର ଭଙ୍ଗା କ୍ଷୟକ୍ଷତି କରିଦେବାକୁ କହି ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହେଉଛି। ବ୍ରହ୍ମଗିରି ଅଞ୍ଚଳରେ ସମ୍ପୂର୍ଣ୍ଣ କେବେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ତାହା ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ନାହିଁ । ବର୍ତ୍ତମାନ ଅସହୟ ତାତିକୁ ଗୁଳୁଗୁଳି ଗରମ ଫନୀର ଦୁର୍ଦଶାକୁ ଦୁଇଗୁଣିତ କରିପକାଉଛି।
ପାନୀୟ ଜଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ: ବାତ୍ୟାରେ ଅଧିକାଂଶ ନଳକୂପ ଭାଙ୍ଗିଯାଇଥିବା ବେଳେ ନଈ ଓ ପୋଖରୀ ପାଣିରେ ଗଛପତ୍ର ପଡିବାରୁ ତାହା ଦୂଷିତ ହୋଇ ପିଇବା ପାଇଁ ଅନୁପଯୋଗୀ ହୋଇପଡିଛି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା ପାଣି ତାହା ସମସ୍ତ ଗ୍ରାମକୁ ପହଞ୍ଚି ପାରୁନି ।
ଚିହ୍ନଟ ହୋଇପାରୁ ନାହାନ୍ତି ବିପନ୍ନ, ସରକାରୀ ସହାୟତାରୁ ବଞ୍ଚିତ:
ବାତ୍ୟାରେ ଲକ୍ଷାଧିକ ଲୋକ ବାସହରା ଥିବାବେଳେ ଅନେକ ଲୋକଙ୍କୁ ପଲିଥିନ ଖଣ୍ଡେ ମିଳିପାରି ନାହିଁ। ବ୍ଲକରେ ଅଧିକାଂଶ ଗରିବ ଲୋକଙ୍କ ଖାଇଟି କାର୍ଡ ନ ଥିବାରୁ ସେମାନେ ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇଛନ୍ତି। ଅଧିକାଂଶ ଲୋକ ଦିନରେ ଭଙ୍ଗା ଘରକୁ ସଜାଡୁଛନ୍ତି ଏବଂ ରାତି ହେଲେ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଘରକୁ ଚାଲି ଯାଉଛନ୍ତି। ଅନେକ ବିପନ୍ନଙ୍କୁ ପଲିଥିନ ମିଳି ନ ଥିବାରୁ ସେମାନେ ଘର ଉପରେ ନଡିଆ ଗଛର ବରଡା ପକାଇ ରହୁଛନ୍ତି।
ଶ୍ରୀହିନ ଗ୍ରାମ୍ୟ ସୌନ୍ଦର୍ଯ୍ୟ: ଗାଁଗୁଡିକୁ ଦେଖିଲେ ଏବେ ଶ୍ରୀହିନ ଲାଗୁଛି । ଗାଁ ମୁଣ୍ଡ ବରଗଛ, ନଡିଆ ବଗିଚା, ଆମ୍ବ ତୋଟା ଏବଂ ପୋଲାଙ୍ଗ ବଗିଚା ଆଉ ଦେଖିବାକୁ ମିଳୁନି। ଯେଉଁଆଡେ ଚାହିଁବ ଖାଲି ଖଁା ଖଁା ଲାଗୁଛି । ସତେ ଯେମତି ଫନୀର ଫଣାରେ ଏସବୁକୁ ଗିଳି ଦେଇ ଚାଲିଯାଇଛି। ସୁନ୍ଦର ଗାଁ ପରିବେଶ ଏବେ ଆଉ ନାହିଁ । ଛାଇ ମାରିବା ପାଇଁ ଗଛଟେ ଦେଖିବାକୁ ମିଳୁନି।
ଭୁଶୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା: ବାତ୍ୟା ଯୋଗୁ ଏହି ବ୍ଳକର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ବ୍ଲକର ପ୍ରାୟ ୨୨ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉପରେ କୋରଡା ମାଡ ହୋଇଛି। ବ୍ଲକର ୨୩୨ଟି ଶିକ୍ଷାଦାନ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରାୟ ଶତକଡା ୮୦ ଭାଗ ଶ୍ରେଣୀଗୃହ ନଷ୍ଟ ହୋଇଯାଇଛି। ସରକାରୀ ଆକଳନରେ ୪୦ ବିଦ୍ୟାଳୟ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ସର୍ବ ଶିକ୍ଷା ଅଭିଯାନର କନିଷ୍ଠ ଯନ୍ତ୍ରୀ ଆଚାର୍ଯ୍ୟ ସୁଧୀର ପଣ୍ଡାଙ୍କ କହିବା ଅନୁଯାୟୀ ପ୍ରାୟ ୨୨କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବିଦ୍ୟାଳୟ ଖୋଲିବାକୁ ଆଉ ୧୫ ଦିନ ରହିଲା।  ଏବେ ଏହି ଛାତ୍ରୀଛାତ୍ର କିପରି ପାଠ ପଢିବେ ତାହା ଚିନ୍ତାର କାରଣ ହୋଇପଡିଛି ା
ଏ ସମ୍ପର୍କରେ ମତଲାପୁର ଗ୍ରାମର କାଶୀନାଥ ନାୟକ କୁହନ୍ତି, ସହରଠାରୁ ପଲ୍ଲୀ ଜୀବନ ସ୍ବତନ୍ତ୍ର। ଗାଁ ଜୀବନ ସରସସୁନ୍ଦର ଥିବାବେଳେ ଫନୀ ପ୍ରଭାବରେ ଏହାର ସବୁଜୀମା ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଯେଉଁ ଗଛ ମୁଳରେ ଆମର ପିଲାଦିନ କଟିଥିଲା। ଆଜି ସେ ଧରାଶାୟୀ। ତାକୁ ସଜାଡିବାକୁ ଆମକୁ ଅନେକ ଦିନ ଲାଗିବ ା ଯାହା ଆମକୁ ବେଶୀ ମର୍ମାହତ କରୁଛି।
ସେହିପରି ସାତପଡାର ପରେଶ ଜାଲି କୁହନ୍ତି, ସାତପଡାର ପର୍ଯ୍ୟଟନ ଶିଳ୍ପ ଆମ ଅଞ୍ଚଳର ଭାତହାଣ୍ଡୀ ା ଏହାରି ଯୋଗୁ ଏ ଅଞ୍ଚଳର ୧୨ଶହ ପରିବାର ନିର୍ଭର କରନ୍ତି। କିନ୍ତୁ ଫନୀ ପରେ ଏସବୁ ନଷ୍ଟ ହୋଇଯାଇଛି। ବାତ୍ୟାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ସାତପଡାର ପର୍ଯ୍ୟଟନ କେନ୍ଦ୍ର ଖାଁ ଖାଁ ପଡିଛି। ଯାହା ଫଳରେ ଆମେ ଜୀବିକା ହରାଇଛୁ। ବ୍ରହ୍ମଗିରି ଗ୍ରାମର ଭଗବାନ ନାୟକ କୁହନ୍ତି ଫନୀ ଯୋଗୁ ବ୍ରହ୍ମଗିରି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି।ଏହାର ପର୍ଯ୍ୟଟନ ଶିଳ୍ପ, ଅର୍ଥନୀତି ଏବଂ ଶିକ୍ଷା ବ୍ୟବସ୍ଥା ଭୁଶୁଡିଯାଇଛି। ଏକ ମାସ ବିତିଯାଇଥିଲେ ମଧ୍ୟ ଜୀବନଯାପନ ଶୈଳୀ ସ୍ବାଭାବିକ ହୋଇନି।  ଏବେ ବି ଅନେକ ଗାଁକୁ ବିଜୁଳି ପହଞ୍ଚତ୍ନି। ଇଣ୍ଟରନେଟ ବ୍ୟବସ୍ଥା କାମ କରୁ ନଥିବାରୁ ବ୍ୟାଙ୍କ, ଅଫିସିଆଲ କାମ ହୋଇପାରୁନି। ଯାହା ଫଳରେ ଆମେ ବିଭିନ୍ନ ସମସ୍ୟାରେ ଗତି କରୁଛୁ।
ସେହିପରି ଖରାଟିଆ ଧାନ ଅମଳ କରି ରଖିଥିବା ଚାଷୀଙ୍କ ମଧ୍ୟ ବାତ୍ୟା ଯୋଗୁ ସବୁ ନଷ୍ଟ ହୋଇଛି। କେମିତି ଏ ବର୍ଷକ ଚଳିବେ ତାହକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଲୋକେ। ବ୍ରହ୍ମଗିରି ଅଞ୍ଚଳରେ ହେଉଥିବା ପରିବା ଚାଷ ବାଇଗଣ, ଭେଣ୍ଡି, କଲରା, ପୋଟଳ, କଖାରୁ, କାକୁଡି, ଲଙ୍କା, ଜହ୍ନି ସମେତ ଅନ୍ୟ ଫସଲ ସବୁ ଉଜୁଡି ଯାଇଛି। ସେହିପରି ଆମ୍ବ, ଲଙ୍କାମ୍ବ, ପଣସ, ପୋଲାଙ୍ଗ ଓ ନଡିଆ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି। ଏହି ସବୁ ଗଛ ଏବେ ଧରାଶାୟୀ ହୋଇ ମାଟିରେ ମିଶି ଯାଇଛି। କେମିତି ପରିବାର ଚଳାଇବେ ତାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡି ଯାଇଛନ୍ତି ।

ସ୍ବାଧୀନ ଚମ୍ପତିରାୟ


Enter your email to get our daily news in your inbox.

All Right Reserved By Dharitri.Com

ପଙ୍କୋଦ୍ଧାର ବିଳମ୍ବକୁ ନେଇ ଅସନ୍ତୋଷ

କଟକ ଅଫିସ,୨୬।୪: କଟକ ମହାନଗର ନିଗମ(ସିଏମ୍‌ସି)ର ବିଭିନ୍ନ ଓ୍ବାର୍ଡରେ ଦୁଇଟି ପର୍ଯ୍ୟାୟରେ ପଙ୍କୋଦ୍ଧାର କରାଯିବା କଥା। ଏଥିପାଇଁ ୩ଟି ଘରୋଇ ସଂସ୍ଥା(ମଞ୍ଜୁ, ପ୍ରତ୍ୟୁଷ ଓ ଜାଗୃତି)କୁ...

ରଙ୍ଗ୍‌ ସାଇଡ୍‌ରେ ଗଲେ ଚକ କଣା କରିଦେବ ‘ଟାୟାର କିଲର’

ଭୁବନେଶ୍ୱର,୬ା୨(ବ୍ୟୁରେ): ନୂଆ ନୂଆ ଆଇନ ଲାଗୁ କରାଯିବା ସହ ଅଧିକ ଜରିମାନା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି। ବିଶେଷକରି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ...

ପୁଣି ଡରାଇଲା କରୋନା : ଆଜି ୭୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ରବିବାର ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୬ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ...

‘ମଙ୍କିପକ୍ସ’କୁ ନେଇ ବସିବ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଦେଶରେ ଆତଙ୍କ ଖେଳାଉଛି ‘ମଙ୍କିପକ୍ସ’ ଭାଇରସ। ଅଧିକାଂଶ ରାଜ୍ୟରେ ‘ମଙ୍କିପକ୍ସ’ ଆକ୍ରାନ୍ତ ଚିହ୍ନଟ ପରେ ଏବେ ସରକାର ଚିନ୍ତାରେ। ହେଲେ ଓଡ଼ିଶାରେ ଏ...

ଉଠା ଦୋକାନୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରୁ ଗତ ମେ’ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହାର ଅବଧି ୧୪ ଦିନ...

ଅକ୍ସିଜେନ୍‌, ଔଷଧ କଳାବଜାର ରୋକ

ଭୁବନେଶ୍ୱର,୨୦।୫(ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ଅତି ଜରୁରୀ ହୋଇଥିବା ମେଡିକାଲ ଅକ୍ସିଜେନ ଓ ଔଷଧ କଳାବଜାର ହେଉଛି। ଏନେଇ ରାଜ୍ୟ...

ଆହୁରି ବର୍ଷିବ

ଭୁବନେଶ୍ୱର,୯।୭(ବ୍ୟୁରୋ): ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ମୌସୁମୀ ସକ୍ରିୟ ସହ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ। ୭ରୁ...

ମୋ ବସ୍‌ ଷ୍ଟାଣ୍ଡ୍‌ ଏବେ ପରିବା ଦୋକାନ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲୋକଙ୍କ ପାଇଁ ନୂଆ ବ୍ୟବସ୍ଥା କରିଛି।...

Advertisement
Archives

Model This Week