ଅସୁରକ୍ଷିତ ସରକାରୀ ବିଦ୍ୟାଳୟ

ପୀତାମ୍ବର ରାଉତ
ନିଆଳି ବ୍ଲକ୍‌ ବିନିସପୁର ପଞ୍ଚାୟତର ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟର ଲୋମହର୍ଷଣକାରୀ ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କାର୍ଯ୍ୟରତ ଶିକ୍ଷୟିତ୍ରୀ ଶୁଚିସ୍ମିତା ମୁଦୁଲିଙ୍କୁ ଜଣେ ଦୁର୍ବୃତ୍ତ କ୍ଲାସରୁମ୍‌ରେ ପଶି ସବୁ କୋମଳମତି ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଦିନ ୧୧ଟା ୩୦ମିନିଟ୍‌ରେ ଏକ ଧାରୁଆ କଟୁରିରେ ଚୋଟ ପରେ ଚୋଟ ବସେଇ ଚାଲିଥିଲା। ୯ଥର ହାଣିବା ପରେ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲl। କ୍ଳାସ୍‌ରୁମ ଚଟାଣ ରକ୍ତରଞ୍ଜିତ ହୋଇଯାଇଥିଲା। ଆହତ ଶିକ୍ଷୟିତ୍ରୀ ଜୀବନ ସହ ସଂଗ୍ରାମ କରୁଥିବା ସମୟରେ ତାଙ୍କୁ ମେଡିକାଲକୁ ନେଇଯାଇଥିଲେ ସ୍ଥାନୀୟ ଗ୍ରାମବାସୀ। ଦୁର୍ବୃତ୍ତ ଜଣକ ନିଆଳି ପୋଲିସ ଦ୍ୱାରା ଧରାପଡ଼ି ଜେଲରେ ଅଛନ୍ତି। ଲୋକଙ୍କ କଥାରୁ ଜଣାପଡ଼ିଛି ସେ ଏକତରଫା ପ୍ରେମ କରୁଥଲେ।
ସରକାରୀ ଅନୁଷ୍ଠାନରେ ଯେଉଁ ଘଟଣା ଘଟିଛି ଏଥିପାଇଁ ସରକାରଙ୍କୁ ପଦକ୍ଷେପ ନେବାର ବେଳ ଆସିଛି। ଏମିତି ଘଟଣା ପ୍ରାୟତଃ ବେସରକାରୀ ଶିକ୍ଷାନୁଷ୍ଠାନରେ ଘଟି ନ ଥାଏ। କାରଣ ତାଙ୍କର ଜଣେ ୱାଚ୍‌ମ୍ୟାନ୍‌ ଥାଏ ଏବଂ ସେହିସବୁ ଅନୁଷ୍ଠାନର କର୍ମଚାରୀମାନଙ୍କ ସଂଖ୍ୟା ମଧ୍ୟ ଅଧିକ। ପିଅନ ଜଣେ ଥିଲେ ବି ସେ ଦୁର୍ବୃତ୍ତକୁ ଅଟକାଇ ପାରିଥାନ୍ତା। ବର୍ତ୍ତମାନ ପ୍ରାୟ ସବୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଅପେକ୍ଷା ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଅଧିକ। ସରକାରୀ ଅନୁପାତ ଅନୁସାରେ ୩୦ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ। ଯେହେତୁ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି, ତେଣୁ ପ୍ରାୟ ସ୍କୁଲଗୁଡ଼ିକରେ ୨/୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହୁଛନ୍ତି। ଏହା ବି ଦୁର୍ଘଟଣା ଘଟାଇବା ପାଇଁ ଏକ ମୌକା।
ଅନେକ ସ୍କୁଲରେ ପାଚେରି ଏବଂ ଗେଟ୍‌ ନାହିଁ, ଯାହା ଦୁର୍ବୃତ୍ତଙ୍କ ପାଇଁ ଦ୍ୱିତୀୟ ସୁଯୋଗ। ତେଣୁ ସରକାର ଏସବୁ ବିଷୟ ପ୍ରତି ଧ୍ୟାନ ଦେବା ବାଞ୍ଛନୀୟ। ବିଦ୍ୟାଳୟ କାନ୍ଥରେ ଲେଖାହୋଇଛି ଦଣ୍ଡମୁକ୍ତ ଅଞ୍ଚଳ। ପିଲାଙ୍କୁ ମାଡ଼ ଦେଇ ପାଠ ପଢ଼େଇବା ବେଳ ଆଉ ନାହିଁ। କାରଣ ସେମାନେ କୋମଳମତି। ତାଙ୍କୁ ଡରେଇଲେ, ସେମାନେ ପାଠ ପଢ଼ିବା ଦୂରେ ଥାଉ ଆଉ ସ୍କୁଲକୁ ମଧ୍ୟ ଆସିବେ ନାହିଁ। ହେଲେ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟରେ ସେ ଦିନର ସେହି ଘଟଣା ପିଲାଙ୍କ ମନରେ କି ପ୍ରଭାବ ପକେଇଥିବ ତାହା ଆମ ସମସ୍ତଙ୍କୁ ଭାବିବା ଦରକାର। ଏପର୍ଯ୍ୟନ୍ତ ମଧ୍ୟ କିଛି ପିଲା ଭୟରେ ସ୍କୁଲକୁ ଆସୁନାହାନ୍ତି।
ଏମିତି ଘଟଣା ସରକାରୀ ଅଫିସଗୁଡ଼ିକରେ ହେବା ଏପର୍ଯ୍ୟନ୍ତ ନଜରକୁ ଆସିନାହିଁ। କାରଣ ପ୍ରତି ଅଫିସରେ ପୁରୁଷ କର୍ମଚାରୀ, ସିକ୍ୟୁରିଟି, ସିସିଟିଭିମାନ ଉପଲବ୍ଧ। ଶିକ୍ଷା ଆମର ମୌଳିକ ଅଧିକାର, ଯେଉଁଥିପାଇଁ ସାରା ଭାରତରେ ଚାଲିଛି ସର୍ବଶିକ୍ଷା ଅଭିଯାନ। ରାଇଟ୍‌ ଟୁ ଏଜୁକେଶନ ନିୟମ ଯୋଡ଼ାଯାଇଛି ଆମ ସମ୍ବିଧାନରେ। ତା’ ଅର୍ଥ ୬ରୁ ୧୪ବର୍ଷ ବୟସ୍କ ପ୍ରତ୍ୟେକ ପିଲା ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଗ୍ରହଣ କରିବେ। ଏବେ ପୁଣି ଜାତୀୟ ଶିକ୍ଷା ନୀତି ସ୍ବତନ୍ତ୍ର ଭାବେ ପ୍ରଣୀତ ହୋଇଛି। ଓଡ଼ିଶା ସରକାର ମଧ୍ୟ ସର୍ବଶିକ୍ଷାକୁ ସଫଳ କରିବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟିତ। ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଏବେ ସରକାରୀ ବିଦ୍ୟାଳୟରେ ଉଜ୍ଜ୍ୱଳ, ଉତ୍ଥାନ, ଉତ୍କର୍ଷ ଆଦି ପାଠ୍ୟକ୍ରମ ଚାଲୁ ରହିଛି।
ଆମର ଗୋଟେ କଥା ଅଛି ‘ବାପ ପୁଅ ରାତିସାରା ଉଜାଗର ହେଲେ ମୁଗୁରା ପଛ ମୁକୁଳା’। ମହାକାଳ ଫଳ ଭଳି ଆମ ସରକାରୀ ଶିକ୍ଷା ବ୍ୟବସ୍ଥା। ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟର ଘଟଣା ଖୋଲି ଦେଇଛି ସବୁ ଗୁମର। ଯେଉଁଠି ଶିକ୍ଷୟିତ୍ରୀ ଶିକ୍ଷକ ସୁରକ୍ଷିତ ନୁହନ୍ତି, କେମିତି ସଫଳ ହେବ ସର୍ବଶିକ୍ଷା। ସରକାରୀ ବିଧି ବ୍ୟବସ୍ଥାକୁ ଏହି ଘଟଣା ଉପହାସ କରୁନାହିଁ କି? ସରକାର ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସ୍‌ କୋଡ୍‌ କରିଦେଲେ, ସେମାନେ ଆଉ ଆଳ ଦେଖେଇ ଠକି ପାରିବେନି। ହେଲେ ଆମ ସରକାରୀ ପରିବେଶ ଏମିତି ଯେ ଦିନରେ କାର୍ଯ୍ୟ କରୁଥିଲା ବେଳେ ସେମାନେ ଠକି ହୋଇଯାଉଛନ୍ତି।
ଏଠି ସରକାରୀ ସ୍ଲୋଗାନ ଚାଲିଛି- ସଶକ୍ତ ମହିଳା, ସଶକ୍ତ ଭାରତ। ମହିଳା ଆତ୍ମନିଯୁକ୍ତି ପାଇଲେ, ସଶକ୍ତ ହେଲେ। ହେଲେ ଏବେ ବି ମହିଳା ସୁରକ୍ଷିତ ନୁହନ୍ତି। ପ୍ରତିଦିନ ମହିଳା ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ବିଦ୍ୟାଳୟରେ ପିଲାମାନଙ୍କ ସମ୍ମୁଖରେ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ଏଇ ଘଟଣା ସରକାରଙ୍କ ପାଇଁ ସତର୍କ ଘଣ୍ଟି। ଆବଶ୍ୟକ ପଦକ୍ଷେପ ବେଳ ହୁଁ ନ ନେଲେ ଏଭଳି ଘଟଣା ବଢ଼ିଚାଲିବ।
ସରକାର ଅନୁଧ୍ୟାନ କରି ପ୍ରତି ବିଦ୍ୟାଳୟରେ ସୁଦୃଢ଼ ପାଚେରି, ଗେଟ୍‌ର ବ୍ୟବସ୍ଥା କରନ୍ତୁ। ୱାଚମ୍ୟାନ୍‌ ଏବଂ ପିଅନ ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ରହନ୍ତୁ। ଏଥି ସହିତ ଜଣେ ସୁଇପର ନିହାତି ପ୍ରାଥମିକ ବିଦ୍ୟାଳୟରେ ରହିବା ଦରକାର। ଛଅ ବର୍ଷର ପିଲା, ପୁଣି ବିପିଏଲ୍‌ ଶ୍ରେଣୀର ପିଲା ଶୌଚ ହେବା ବିଷୟରେ ବି ଜାଣି ନ ଥାନ୍ତି। ନିରାପଦ ଓ ସ୍ବଚ୍ଛ ପରିବେଶରେ ପିଲାଟି ପାଠ ପଢ଼ୁ, ଏହା ଆମର ଉଦ୍ଦେଶ୍ୟ। ଆମେ ପ୍ରଥମ ଘଟଣାରୁ ବ୍ୟବସ୍ଥା ସଜାଡ଼ି ଦେଲେ ଅସୁବିଧା କେଉଁଠି! ଶିଶୁମାନେ ଦେଶର ଭବିଷ୍ୟତ। ଧନୀଘରର ପିଲାମାନେ ଘରୋଇ ସ୍କୁଲରେ ସୁରକ୍ଷିତ, ହେଲେ ଅବଶିଷ୍ଟ ଆମ ଗରିବ ପିଲା କ’ଣ ଏ ଦେଶର ଭବିଷ୍ୟତ ନୁହନ୍ତି। ସେମାନଙ୍କ ଶିକ୍ଷା ଦାୟିତ୍ୱ ସରକାରଙ୍କର। ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ଆଜି ଅସୁରକ୍ଷିତ। ତେଣୁ ସରକାର ଯଥାଶୀଘ୍ର ଏଥିପାଇଁ ବିହିତ ପଦକ୍ଷେପ ନିଅନ୍ତୁ। ବଜ୍ରପାତ ଓ ଆକସ୍ମିକ ଘଟଣାରେ ମୃତ୍ୟୁବରଣ କଲେ କ୍ଷତି ପୂରଣ ଦିଆଯାଉଛି। ହଜାର ହଜାର ଶିକ୍ଷୟିତ୍ରୀ ଆଜି ଆତଙ୍କିତ। ସେମାନେ ଆତଙ୍କିତ ରହିଲେ କିପରି ଗଢ଼ିପାରିବେ ପିଲାଙ୍କ ଭବିଷ୍ୟତ!
ଚଳିତ ବର୍ଷ ୯୬୬ ସରକାରୀ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ବେଳେ ଆଗାମୀ ବର୍ଷ ଆହୁରି ସ୍କୁଲ ବନ୍ଦ ହୋଇପାରେ। ଆମ ସମ୍ବିଧାନରେ କଠୋର ଆଇନ ପ୍ରଣୟନ ହେବା ଦରକାର। ଦୁର୍ବୃତ୍ତ ଦିବାଲୋକରେ ଅପରାଧ ଘଟାଇ ପୋଲିସ ହାତରେ ଧରା ପଡ଼ି ମଧ୍ୟ ଖସିଯିବାର ଅନେକ ନଜିର ଅତୀତରେ ରହିଛି। ସରକାରୀ ଅନୁଦାନ ଓ ପୂର୍ଣ୍ଣ ବେତନ ପାଇଁ ଶିକ୍ଷକ ସଂଘ ଦାବି କରୁଛି। ସୁରକ୍ଷା ପାଇଁ ମଧ୍ୟ ଦାବି କରିବା ଦରକାର।
ନିଆଳି, କଟକ, ମୋ ୯୯୩୭୬୬୨୧୮୭


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଆସିଲା ଖୁସି ଖବର,‘ଦିଶା’ ଆଣିଲା ୬୨୩୭୦ ମେଟ୍ରିକ ଟନ୍‌ LNG

ନୂଆଦିଲ୍ଲୀ,୧୯।୬: ଏଲଏନଜି ଟ୍ୟାଙ୍କର ‘ଦିଶା’ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବା ପରେ ଗୁଜରାଟର ଦହେଜ ବନ୍ଦରରେ ପହଞ୍ଚିଛି। ଏହି ମାଲ୍ଟା ପତାକାଯୁକ୍ତ ଟ୍ୟାଙ୍କର…

ଟେଲିଗ୍ରାମକୁ ବଡ଼ ଝଟକା; ଜୁନ ୨୨ପର୍ଯ୍ୟନ୍ତ ଲାଗୁ ହେବ ନିଷେଧ, ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ହାଇକୋର୍ଟ ଆପ ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। NEET-UG ପୁନଃପରୀକ୍ଷା ପୂର୍ବରୁ ଜୁନ ୨୨…

୫୬ ତମ ଜନ୍ମଦିନରେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ମୁଁ ତାଙ୍କର…

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ…

‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ମହାକାଳପଡ଼ା,୧୯ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ…

ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟି ନିମନ୍ତ୍ରଣପତ୍ର ଦେଲେ ଯଜ୍ଞ ପରିଚାଳନା କମିଟି

ଗଞ୍ଜାମ,୧୯।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଶୁକ୍ରବାରଠୁ ଚବିଶି ପ୍ରହର ମହାଯଜ୍ଞ…

ସରକାରୀ ଡିଜିଟାଲ୍‌ ସମ୍ପତ୍ତିର ପରିଚାଳନାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରି ଦୁଇ ବର୍ଷ ପୂରଣ କରିଥିବା ବେଳେ ରାଜ୍ୟ ପ୍ରଶାସନରେ ନୂଆ ଏବଂ ଗମ୍ଭୀର ପ୍ରଶ୍ନବାଚୀ…

କ୍ରାଇମବ୍ରାଞ୍ଚ ରିପୋର୍ଟରେ ବଡ଼ ଖୁଲାସା: ୮ କନଷ୍ଟେବଳଙ୍କୁ ଏମିତି ଘର କାମରେ ଲଗାଉଥିଲେ ଦୟାଲ ଗଙ୍ଗଓ୍ବାର

ଭୁବନେଶ୍ୱର,୧୯ା୬: କ୍ରାଇମବ୍ରାଞ୍ଚ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ବରିଷ୍ଠ ଆଇପିଏସ୍‌ ଦୟାଲ ଗଙ୍ଗଓ୍ବାର ପଦର ଅବବ୍ୟବହାର କରୁଥିଲେ। ଏପରିକି ଜଣେ କି ଦୁଇ ଜଣ ନୁହେଁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଜଣଙ୍କୁ ହତ୍ୟା

ଝାରବନ୍ଧ, ୧୯।୬ (ଦେବେନ୍ଦ୍ର ସାହୁ ): ବରଗଡ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଠାରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri