Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ : ସେରେନା, ଜୋକୋଭିଚ୍‌, ଫେଡ୍‌ରରଙ୍କ ବିଜୟ ଅଭିଯାନ

ମେଲବୋର୍ନ, ୨୦।୧ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ତଥା ଅଷ୍ଟ୍ରେଲିଆନ ଓପନ୍‌ର ୧୦୮ତମ ସଂସ୍କରଣ ସୋମବାରଠାରୁ ସ୍ଥାନୀୟ ମେଲବୋର୍ନ ପାର୍କଠାରେ ଆରମ୍ଭ ହୋଇଛି। ମହିଳା ଓ ପୁରୁଷ ବିଭାଗରେ ତିନି କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ, ନୋଭାକ ଜୋକୋଭିଚ୍‌ ଓ ରୋଜର ଫେଡରର ବିଜୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବରୁ ଭୟଙ୍କର ଜଙ୍ଗଲ ପୋଡ଼ିଜନିତ ଧୂଆଁ ଲାଗି ଗତ ସପ୍ତାହରେ ଏହି ସମ୍ମାନଜନକ ପ୍ରତିଯୋଗିତା ଯୋଗ୍ୟତା ପର୍ଯ୍ୟାୟର କେତେକ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ମୁଖ୍ୟ ପର୍ଯ୍ୟାୟର ପ୍ରଥମ ଦିନରେ ୪ ଘଣ୍ଟା ବର୍ଷା ହେବାରୁ ୬୪ରୁ ୧୮ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇ ପୁନଃ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ମାର୍ଗୋରେଟ୍‌ କୋର୍ଟ ଏରେନା ଉପରେ ରହିଥିବା ଅତ୍ୟାଧୁନିକ କଭର ଛାତ ସତ୍ତ୍ୱେ ଭୀଷଣ ବର୍ଷା ଯୋଗୁ ମ୍ୟାଚ୍‌ ମଙ୍ଗଳବାରକୁ ସ୍ଥଗିତ ରଖାଯାଇଛି।
୩ ନମ୍ବର ମାନ୍ୟତାପ୍ରାପ୍ତ ସୁଇଜରଲାଣ୍ଡ ତାରକା ଫେଡରର ପୁରୁଷ ବିଭାଗ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି। ଫେଡରର ୬-୩, ୬-୨, ୬-୨ ସିଧାସଳଖ ସେଟ୍‌ରେ ଆମେରିକାର ଷ୍ଟିଭ ଜନସନଙ୍କୁ ପରାସ୍ତ କରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିଭଳି ଟାଇଟଲ ଦାବିଦାର ତଥା ଡିଫେଣ୍ଡିଂ ଚାମ୍ପିୟନ ସର୍ବିୟାର ଜୋକୋଭିଚ୍‌ ୭-୬ (୫), ୬-୨, ୨-୬, ୬-୧ ସେଟ୍‌ରେ ଜର୍ମାନୀର ଜାନ୍‌-ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ହରାଇଛନ୍ତି। ଜୋକୋଭିଚ୍‌ଙ୍କ କ୍ୟାରିୟରର ଏହା ୬୯ତମ ମେଜର ମ୍ୟାଚ୍‌ ବିଜୟ। ଏଥିସହ ୩୨ ବର୍ଷୀୟ ଜୋକୋଭିଚ୍‌ ଲଗାତର ୧୪ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଯଦି ସେ ଏଠାରେ ଚାମ୍ପିୟନ ହୁଅନ୍ତି ତେବେ ରେକର୍ଡ ୮ମଥର ଲାଗି ଏହି ଟ୍ରଫି ହାତେଇବାରେ ସଫଳ ହେବେ। ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସ ୬-୦, ୬-୨, ୬-୩ ସେଟ୍‌ରେ ସାଲ୍‌ଭାଟୋର କାରୁସୋଙ୍କୁ ମାତ୍‌ ଦେଇଛନ୍ତି।
ଭେନସ୍‌ଙ୍କୁ ହରାଇଲେ ୧୫ ବର୍ଷୀୟା ଗଫ୍‌
ମହିଳା ବିଭାଗର ପ୍ରଥମ ରାଉଣ୍ଡରୁ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୭ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଭେନସ୍‌ ଓ୍ବିଲିୟମ୍ସ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଅନ୍ୟତମ ଆମେରିକୀୟ ଖେଳାଳି ୧୫ ବର୍ଷୀୟା ଖେଳାଳି କୋକୋ ଗଫ୍‌ଙ୍କ ନିକଟରୁ ୭-୬, ୬-୩ ସିଧାସଳଖ ସେଟ୍‌ରେ ହାରିଯାଇଛନ୍ତି। ଗଫ୍‌ ଏଥିସହ ୨ୟଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ୩୯ ବର୍ଷୀୟା ଭେନସ୍‌ଙ୍କୁ ମାତ୍‌ ଦେଇଛନ୍ତି। ଛ’ମାସ ତଳେ ଓ୍ବିମ୍ବଲଡନ ଓପନ୍‌ର ପ୍ରଥମ ରାଉଣ୍ଡରେ ମଧ୍ୟ ଭେନସ୍‌ ଗଫ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ଭେନସ୍‌ଙ୍କ ଭଉଣୀ ସେରେନା ୬-୦, ୬-୩ ସେଟ୍‌ରେ ଆନାସ୍ତାସିଆ ପୋଟାପୋଭାଙ୍କୁ ହରାଇଛନ୍ତି। ୨୪ତମ ଗ୍ରାଣ୍ଡସ୍ଲାମ ବିଜୟ ଲକ୍ଷ୍ୟରେ ରହିଥିବା ସେରେନା ଏହି ମ୍ୟାଚ୍‌ ଜିତିବାକୁ ଏକ ଘଣ୍ଟାରୁ କମ୍‌ ସମୟ ନେଇଥିଲେ। ଡିଫେଣ୍ଡିଂ ଚାମ୍ପିୟନ ନାଓମି ଓସାକା ୬-୨, ୬-୪ରେ ଚେକ୍‌ ରିପବ୍ଲିକର ମାରିଏ ବୋଉଭକୋଭାଙ୍କୁ, ବିଶ୍ୱର ଏକ ନମ୍ବର ଖେଳାଳି ଆସ୍‌ଲେଇଘ ବାର୍ଟି ୫-୭, ୬-୧, ୬-୧ ସେଟ୍‌ରେ ୟୁକ୍ରେନର ଲେସିଆ ସୁରେଙ୍କୋଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଡେଜାଙ୍କୁ ପ୍ରଶଂସା କଲେ ଧୋନୀ

ମୁମ୍ବାଇ,୧୩।୫: ଆଇପିଏଲ ୨୦୨୨ର ପ୍ଲେ ଅଫ୍‌ରୁ ଚେନ୍ନାଇ ସୁପର କିଙ୍ଗ୍ସ ବାଦ୍‌ ପଡିଛି। ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ବିପକ୍ଷ...

‘ଦି ହଣ୍ଡ୍ରେଡ୍‌’ରେ ଖେଳିବେ ୫ ଭାରତୀୟ

ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ...

କେବଳ ଧୋନୀ ନୁହେଁ, ଏହି ପ୍ରସିଦ୍ଧ କ୍ରିକେଟରମାନେ ଖେଳି ନ ଥିଲେ ବିଦାୟକାଳୀନ ମ୍ୟାଚ୍‌

ପ୍ରାୟ ଏକ ବର୍ଷ ଧରି କ୍ରିକେଟ ଠାରୁ ଦୂରେଇ ରହିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନିଷ୍ପତ୍ତି...

ମହେନ୍ଦ୍ର ସିଂ ଧୋନୀଙ୍କର ହେଲା କରୋନା ଟେଷ୍ଟ: ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ଭାରତୀୟ ଅଧିନାୟକ ତଥା ଆଇପିଏଲ୍‌ ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ନିଜର କରୋନା ଟେଷ୍ଟ କରାଇଛନ୍ତ।...

କରୋନା ଭାଇରସ୍‌: ଆଥଲେଟଙ୍କ ସ୍ବାସ୍ଥ୍ୟ, ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ- ଆଇଓସି

ଲଉସେନ,୧୯।୩(ଏଏଫ୍‌ପି)- କରୋନା ଭାଇରସ୍‌ କାରଣରୁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁହଁ ଖୋଲିଛି।...

ବୁଲେଟ୍‌ ବେଗରେ ବୋଲିଂ କରୁଛନ୍ତି ଏହି ବୋଲର୍‌: ଆଇପିଏଲ୍‌ରେ ରଚିଲେ ଇତିହାସ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ ଫାଷ୍ଟ ବୋଲର ଅନରିଚ ନର୍ଟଜେ ପୁଣି ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀ ବୋଲର ନର୍ଟଜେ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଖେଳିବାକୁ...

ବିଶ୍ୱର ଏକମାତ୍ର ଖେଳାଳି, ଯିଏ ଖେଳିଛନ୍ତି ଉଭୟ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ

ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ସାର୍‌ ଭିଭିଆନ ରିଚାର୍ଡସ ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ରିଚାର୍ଡସ ହେଉଛନ୍ତି ଦୁନିଆର ଏକମାତ୍ର ଖେଳାଳି ଯିଏ କ୍ରିକେଟ ଏବଂ...

କାହିଁକି ରାଇନାଙ୍କୁ କିଣିଲା ନାହିଁ ସିଏସ୍‌କେ

ବାଙ୍ଗାଲୁରୁ,୧୫।୨: ଆଗାମୀ ଆଇପିଏଲ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକ୍‌ଶନରେ ଭେଟେରାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ଏପରିକି ତାଙ୍କ ପୁରୁଣା...

Advertisement
Archives

Model This Week